୨୦୨୫ରେ କିଏ ହେବେ ବିଶ୍ୱର ସର୍ବଶ୍ରେଷ୍ଠ କ୍ରିକେଟର ? ଜାଡେଜା ରଖିଲେ ମଜାଳିଆ ଉତ୍ତର

Published By : Prameya-News7 Bureau | March 11, 2021 IST

ନୂଆଦିଲ୍ଲୀ, ୧୧/୦୩ :   ଭାରତୀୟ ଦଳର ଷ୍ଟାର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଦଳକୁ ଫେରିବା ପାଇଁ ଜୋରଦାର୍ ପ୍ରସ୍ତୁତି କରୁଛନ୍ତି । ସେ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ ଆକାଡେମୀରେ ଅଭ୍ୟାସ କରୁଛନ୍ତି । ସେ ଗତ ଅଷ୍ଟ୍ରେଲିଆ ଗସ୍ତରେ ଆହତ ହୋଇ ଦଳରୁ ପାଦ୍ ପଡିଥିଲେ । ଏହାପରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା । ଏହି କାରଣରୁ ସେ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଟି୨୦ ସିରିଜରୁ ବାଦ୍ ପଡିଥିଲେ ।

ଜାଡେଜା ବୁଧବାର ସେହି ସମୟରେ ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ରାଜସ୍ଥାନ ରୟାଲ୍ସ ନିଜର ଅଫିସିଆଲ ଟ୍ୱିଟର୍ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲା । ଏହି ପୋଷ୍ଟରେ ଆଇପିଏଲ ଫ୍ରାଞ୍ଚାଇଜ୍ ବିଶ୍ୱର ସବୁଠାରୁ ଭଲ କ୍ରିକେଟର କିଏ ବୋଲି ପ୍ରଶ୍ନ ପଚାରିଥିଲା ।ଏହାର ଉତ୍ତରରେ ଜାଡେଜା ମଜାଳିଆ ଉତ୍ତର ଦେଇଥିଲେ ।

wp:html
/wp:html

ଜାଡେଜା ଏହି ପୋଷ୍ଟରେ ରିପ୍ଲାଏ ଦେଇ କହିଥିଲେ ଯେ, ସେ ନିଜେ ହେଉଛନ୍ତି ଦମଦାର୍ କ୍ରିକେଟର । ୨୦୨୫ରେ ସେ ସର୍ବଶ୍ରେଷ୍ଠ କ୍ରିକେଟର ହେବେ ବୋଲି ଲେଖିଥିଲେ । ଏହାପରେ ରାଜସ୍ଥାନ ରୟାଲ୍ସର ଆଡମିନ୍ ତାଙ୍କ କମେଣ୍ଟକୁ ପିନ୍ କରିଥିଲେ । ଏହାସହ ଚର୍ଚ୍ଚା ଏଇଟି ଶେଷ ହେଉଛି ବୋଲି କହିଥିଲେ ।

{"id":421075,"sizeSlug":"large","linkDestination":"none"}

ଜାଡେଜା ଏବେସୁଦ୍ଧା ଭାରତ ପାଇଁ ୫୧ଟି ଟେଷ୍ଟ, ୧୬୮ ଦିନିକିଆ ଓ ୫୦ଟି ଟି୨୦ ମ୍ୟାଚ୍ ଖେଳିଛନ୍ତି । ଟେଷ୍ଟ ଫର୍ମାଟରେ ସେ ୧୯୫୪ ରନ୍ କରିବା ସହ ୨୨୦ ଓ୍ୱିକେଟ୍ ନେଇଛନ୍ତି । ଦିନିକିଆରେ ୨୪୧୧ ରନ୍ ଓ ୧୮୮ ଓ୍ୱିକେଟ୍ ଏବଂ ଟି୨୦ରେ ୨୧୭ ରନ୍ ଓ ୩୯ଟି ଓ୍ୱିକେଟ୍ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.