୧୧ ବର୍ଷ ଆଇନଗତ ଲଢେଇ ପରେ ଦୋଷମୁକ୍ତ ହେଲେ ପ୍ରଫେସର, ମମତା ବାନାର୍ଜୀଙ୍କ କାର୍ଟୁନ ଶେୟାର କରି ହୋଇଥିଲେ ଗିରଫ
20/01/2023 at 5:46 PM

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ମୁକୁଲ ରୟଙ୍କ ବିରୋଧରେ ଆପତ୍ତିଜନକ କାର୍ଟୁନ ଫରୱାର୍ଡ କରି ଗିରଫ ହୋଇଥିଲେ ଯାଦଭପୁର ୟୁନିଭର୍ସିଟିର ପ୍ରଫେସର ଅମ୍ବିକେଶ ମହାପାତ୍ର। ଆଉ ୧୧ ବର୍ଷର ଆଇନଗତ ଲଢ଼େଇ ପରେ ଏବେ ସେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।
ଏହି ଘଟଣାରେ ଏପ୍ରିଲ୍ ୧୨ ତାରିଖ ୨୦୧୨ରେ ଅମ୍ବିକେଶଙ୍କ ବିରୋଧରେ ପୂର୍ବ ଯାଦବପୁର ପୁଲିସ ଷ୍ଟେସନ୍ରେ ଏକ ମାମଲା ରୁଜୁ ହୋଇଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣା ପରେ ସେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ମୋ ଲଢ଼େଇ ସବୁପ୍ରକାରର ଅତ୍ୟାଚାର ବିରୋଧରେ ଥିଲା। ଅଲୀପୁର ଜିଲ୍ଲା କୋର୍ଟ ପ୍ରଫେସରଙ୍କୁ ଅପରାଧିକ ମାମଲାରୁ ମୁକ୍ତ କରିବା ପାଇଁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଅମ୍ବିକେଶ ସୂଚନା ଦେଇଛନ୍ତି।
ଏନେଇ ସେ କହିଛନ୍ତି “ ସରକାର ବିରୋଧରେ ଉଠୁଥିବା ସମସ୍ତ ସ୍ୱରକୁ ଦବାଇ ଦେବାକୁ ପଶ୍ଚିମବଙ୍ଗ ସରକାର, ପୁଲିସ ପ୍ରଶାସନ ଓ ଶାସକ ଦଳର ଗୁଣ୍ଡାମାନଙ୍କର ଏହା ଏକ ଷଡ଼ଯନ୍ତ୍ର ଥିଲା।”
କାର୍ଟୁନ ଶେୟାର କରିବା ପରେ ମହାପାତ୍ରଙ୍କୁ ଗିରଫ କରିଥିଲା ପଶ୍ଚିମବଙ୍ଗ ପୁଲିସ। ଏହାପରେ ତାଙ୍କ ବିରୋଧରେ ରାଜ୍ୟ ସରକାର ଆଇଠି ଆକ୍ଟର ଧାରା ୬୬୧ ଓ ଆପିସିର ଧାରା ବି ଲଗାଇଥିଲେ।