IIFA 2023: ମୁଣ୍ଡରେ ଓଢଣୀ ପକାଇ ଆୱାର୍ଡରେ ପହଞ୍ଚିଲେ ଜ୍ୟାକଲିନ୍, ୟୁଜର୍ସ କଲେ ଟ୍ରୋଲ୍
29/05/2023 at 2:33 PM

ମୁମ୍ଵାଇ ୨୯।୦୫: ଆବୁଧାବିରେ ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ ଆୱାର୍ଡ (IIFA 2023) ଆୟୋଜିତ ହୋଉଛି । ଦୁବାଇରେ ଏହି ରଙ୍ଗିନ ଆୱାର୍ଡ ଶୋରେ ଅନେକ ନାମୀଦାମୀ ସେଲିବ୍ରିଟି ପହଞ୍ଚିଥିଲେ। ଏହି ତାରାମାନେ ଧମାକାଦାର ପରଫମାନ୍ସ ଦେଇ ଫ୍ୟାନ୍ସଙ୍କ ହୃଦୟ ଜିତିଥିଲେ। ଏହା ପରେ ତାରକାମାନଙ୍କ ଫଟୋ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିଲା । ହେଲେ ବର୍ତ୍ତମାନ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କର ଫଟୋ ଭାଇରାଲ ହେଉଛି।
ଏହାରି ମଧ୍ୟରେ ଜ୍ୟାକଲିନ ଧମାଦାର ଏଣ୍ଟ୍ରି କରିଥିଲେ । ଫ୍ୟାଶନେବଲ ଡିଜାଇନର ଡ୍ରେସ୍ରେ ଖୁବ୍ ସୁନ୍ଦର ଦେଖାଯାଉଥିଲେ। ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ଏକ ଧଳା ଚୁନିରେ ତାଙ୍କ ମୁଣ୍ଡରେ ଓଢଣୀ ପକାଇଥିଲେ । ଯାହା ପରେ ଅଭିନେତ୍ରୀଙ୍କ ଏହି ଫଟୋ ଗୁଡ଼ିକ ଇନଷ୍ଟାଗ୍ରାମରେ ଭାଇରାଲ ହୋଇଥିଲା। ଅଭିନେତ୍ରୀଙ୍କ ଏହି ଲୁକ୍ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାକୁ ଆସିଥିଲା। ଯାହା ଉପରେ ଲୋକମାନେ ଖୁବ୍ କମେଣ୍ଟ ଦେଉଛନ୍ତି।
ହେଲେ ଅଭିନେତ୍ରୀ ଜ୍ୟାକଲିନଙ୍କୁ ଦେଖି ଅନେକ ଲୋକ ତାଙ୍କ ଅଭିଯୁକ୍ତ ପ୍ରେମିକା ସୁକେଶ ଚନ୍ଦ୍ରଶେଖରଙ୍କୁ ମନେ ପକାଇଛନ୍ତି। ଇଣ୍ଟରନେଟ୍ ୟୁଜର୍ସମାନେ ମନ୍ତବ୍ୟ ଦେଇ କହିଛନ୍ତି, ‘ସୁକେଶଙ୍କ ବୋହୂ’। ଅନ୍ୟ ଜଣେ କହିଛନ୍ତି ଯେ ସେ ଜଣେ ବୃଦ୍ଧ ମହିଳା ଆସିଛନ୍ତି। ଆଉ ଜଣେ, ‘ସୁକେଶଙ୍କର ଉପହାର ପୋଷାକ’। କହିବାକୁ ଗଲେ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ସୁକେଶ ତିହାର ଜେଲ୍ରେ ଅଛନ୍ତି। ଏହି ଘଟଣାର ଯାଞ୍ଚ ସମୟରେ ଅଭିନେତ୍ରୀଙ୍କ ସହ ଲିଙ୍କ ଅପ ଖବର ସାମ୍ନାକୁ ଆସିଥିଲା । ବେଳେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ସହିତ ସୁକେଶ ଚନ୍ଦ୍ରଶେଖରଙ୍କ ଲିଙ୍କ୍ ପ୍ରକାଶ ପାଇଥିଲା। ଏହି କାରଣରୁ ଅଭିନେତ୍ରୀଙ୍କ ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ପଡିଥିଲା।
You Can Read: