ଗୁରୁବାର କୋର୍ଟରେ ହାଜର ହେବେ ଜ୍ୟାକ୍‌ଲିନ୍‌, ଜାମିନ୍‌ ଆବେଦନ ଉପରେ ହେବ ଶୁଣାଣି

Published By : Prameya-News7 Bureau | November 10, 2022 IST

ମୁମ୍ଵାଇ ୧୦।୧୧: ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆରେ ଫସିରହିଛନ୍ତି। ନିୟମିତ ଜାମିନ ଆବେଦନ ଗୁରୁବାର ଅର୍ଥାତ୍‌ ଆଜି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଶୁଣାଣି ହେବ। ଏହାପୂର୍ବରୁ ଟ୍ରାଏଲ କୋର୍ଟ ତାଙ୍କୁ ଏହି ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଓକିଲ ପ୍ରଶାନ୍ତ ପାଟିଲ ANI ସହ କଥାବାର୍ତ୍ତା କରୁଥିବାବେଳେ ଗୁରୁବାର ଦିନ ହେବାକୁ ଥିବା କୋର୍ଟ ପ୍ରକ୍ରିୟାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌ ସାମିଲ୍‌ ହେବେ ବୋଲି ନିଶ୍ଚିତ କରିଛନ୍ତି।

ଅନ୍ୟପକ୍ଷରେ, ଜ୍ୟାକଲିନଙ୍କ ରେଗୁଲାର ଜାମିନ ଆବେଦନକୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ବିରୋଧ କରି ଏହାର ଉତ୍ତରରେ କହିଛି ଯେ ଅଭିନେତ୍ରୀ ତଦନ୍ତରେ ସହଯୋଗ କରିନାହାଁନ୍ତି ଏବଂ ପ୍ରମାଣ ସାମ୍ନାକୁ ଆସିବା ପରେ ହିଁ ପ୍ରକାଶ କରିଛନ୍ତି। ସୁକେଶଙ୍କୁ ଭେଟିବାର ୧୦ ଦିନ ମଧ୍ୟରେ ଜ୍ୟାକଲିନଙ୍କୁ ତାଙ୍କ ଅପରାଧିକ ଇତିହାସ ବିଷୟରେ ଅବଗତ କରାଯାଇଛି ବୋଲି ଇଡି ମଧ୍ୟ ଉଲ୍ଲେଖ କରିଛି। ସେ ଜଣେ ସାଧାରଣ ବ୍ୟକ୍ତି ନୁହଁନ୍ତି, ବରଂ ଜଣେ ବଲିଉଡ ଅଭିନେତ୍ରୀ, ଯାହାର ବହୁତ ଆର୍ଥିକ ସମ୍ବଳ ଅଛି।

ଏହି ମାମଲାରେ ଇଡି ଜ୍ୟାକଲିନଙ୍କୁ ଅନେକ ଥର ପ୍ରଶ୍ନ କରିଛନ୍ତି। ଏହି ପଚରାଉଚୁରାରେ ଜ୍ୟାକଲିନ କହିଥିଲେ ଯେ ସେ ସୁକେଶଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ଏହା ବ୍ୟତୀତ ଜ୍ୟାକଲିନଙ୍କୁ ଦିଲ୍ଲୀ ପୋଲିସର ଇକୋନୋମିକ ଅଫେନ୍ସ ୱିଙ୍ଗ ଦ୍ୱାରା ୧୫ ଘଣ୍ଟା ପଚରାଉଚରା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.