IIFA ଆୱାର୍ଡରେ ଯୋଗ ଦେବାକୁ ଅବୁଧାବି ଯାଇପାରିବେ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍; ଏହି ସର୍ତ୍ତ ରଖି ଅନୁମତି ଦେଲେ କୋର୍ଟ

Published By : Prameya-News7 Bureau | May 28, 2022 IST

ନୂଆଦିଲ୍ଲୀ: ଆଇଫା(IIFA) ଆୱାର୍ଡରେ ଯୋଗ ଦେବା ପାଇଁ ଅବୁଧାବୀ ଯାଇପାରିବେ ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍‌ଲୀନ ଫର୍ଣ୍ଣାଣ୍ଡିଜ୍। କୋର୍ଟ ତାଙ୍କୁ ବିଦେଶଗସ୍ତ କରିବାକୁ ଅନୁମତି ଦେଇଛନ୍ତି। ମେ ୩୧ ତାରିଖରୁ ଜୁନ ୬ ତାରିଖ ପର୍ଯ୍ୟନ୍ତ IIFA ଆୱାର୍ଡ ଆୟୋଜିତ ହେବ। ଏଥିରେ ସେ ଯୋଗ ଦେଇପାରିବେ ବୋଲି କୋର୍ଟ କହିଛନ୍ତି।

ଠକ ସୁକେଶ ଚନ୍ଦ୍ରଶେଖର ୨୦୦ କୋଟି ଜବରଦସ୍ତି ଆଦାୟ ଅଭିଯୋଗରେ ଜ୍ୟାକ୍‌ଲୀନଙ୍କ ନାଁ ସମ୍ପୃକ୍ତ ରହିଛି। ତେଣୁ ତାଙ୍କ ବିଦେଶ ଗସ୍ତକୁ ବ୍ୟାନ କରାଯାଇଛି। ଏହି ମାମଲାରେ ଇଡି ଯାଞ୍ଚ କରୁଛି। ଏନେଇ ଜ୍ୟାକ୍‌ଲୀନଙ୍କ ବିରୋଧରେ ଲୁକ୍‌ଆଉଟ୍ ନୋଟିସ୍ ଜାରି କରାଯାଇଥିଲା। ହେଲେ ଶନିବାର କୋର୍ଟ  ଏହି ନୋଟିସ୍‌କୁ ଖାରଜ କରିଛନ୍ତି।

ତେବେ ଆୱାର୍ଡ କାର୍ଯ୍ୟକ୍ରମ ପାଇଁ ଯିବାକୁ ଜ୍ୟାକ୍‌ଲୀନଙ୍କୁ ଅନୁମତି ମିଳିଥିବା ବେଳେ ଏଥିପାଇଁ ସର୍ତ୍ତ ରଖିଛନ୍ତି କୋର୍ଟ। ଅବୁଧାବିରେ ଜ୍ୟାକଲୀନ ଯେଉଁ ହୋଟେଲ୍‌ରେ ରହିବେ ତାର ସମସ୍ତ ତଥ୍ୟ ଇଡିକୁ ଦେବାକୁ ହେବ। ତା ସହ ତାଙ୍କୁ ୫୦ ଲକ୍ଷ ଟଙ୍କା ସନୁଶ୍ଚିତ ଜମାରାଶି ଦେବାକୁ ପଡ଼ିବ। କେବଳ ସେତିକି ନୁହେଁ ତାଙ୍କ ଫେରିବା ନେଇ ମଧ୍ୟ ଅଭିନେତ୍ରୀ ଇଡିକୁ ସୂଚନା ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

IIFA ଆୱାର୍ଡରେ ଯୋଗ ଦେବାକୁ ଅବୁଧାବି ଯିବା ପାଇଁ ଦିଲ୍ଲୀର ଏକ କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ଜ୍ୟାକ୍‌ଲିନ। ଏହାପରେ ଇଡି ଓଲଟି ଆବେଦନ କରିଥିଲା। ଜ୍ୟାକ୍‌ଲିନଙ୍କ ବିଦେଶ ଗସ୍ତ ପାଇଁ ଯେଉଁ କାରଣ ଦର୍ଶାଇଛନ୍ତି ତାହା ମିଛ ବୋଲି ଇଡି କୋର୍ଟରେ କହିବା ପରେ ଅଭିନେତ୍ରୀ ଅବେଦନ ୱିଡ୍ର କରିଥିଲେ। ହେଲେ ଆଜି କୋର୍ଟ ଜ୍ୟାକ୍‌ଲୀନଙ୍କୁ ଅବୁଧାବି ଯିବାକୁ ଅନୁମତି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.