ସମୁଦ୍ର କୂଳ ସଫା କଲେ ଜ୍ୟାକ୍‌ଲିନ୍‌, ଟ୍ରୋଲର୍ସ କହିଲେ-ପଇସା କଣ ସୁକେଶ ଦେବ?

Published By : Prameya-News7 Bureau | October 04, 2022 IST

ମୁମ୍ଵାଇ ୦୪।୧୦: ୨୦୦ କୋଟି ଟଙ୍କା ଠକେଇ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଚର୍ଚ୍ଚାରେ ଅଛନ୍ତି। ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ଲିଙ୍କ ମିଳିଲା, ପରେ ଅଭିନେତ୍ରୀଙ୍କୁ ଇଡି ଅନେକ ଥର ପଚରାଉଚରା ପାଇଁ ଡକାଇଥିଲେ। ସୋସିଆଲ ମିଡିଆରେ ଆକ୍ଟିଭ୍‌ ଥିବା ଜ୍ୟାକଲିନଙଗକୁ ଏହି ମାମଲା ଖୁବ୍‌ ଟ୍ରୋଲ କରାଯାଉଛି । ନିକଟରେ ଅଭିନେତ୍ରୀ ପୁଣି ଥରେ ଟ୍ରୋଲର ଶିକାର ହୋଇଥିଲେ।

{"width":829,"height":466}

ନିକଟରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ଭର୍ସୋଭା ବିଚ୍‌ରେ କ୍ଲିନ୍ ଡ୍ରାଇଭ୍ ରେ ଏକ ସାମିଲ୍‌ ହୋଇଥିଲେ। ଏହି ସମୟରେ, ଜ୍ୟାକଲିନ୍ ସମୁଦ୍ର କୂଳରେ ପଡ଼ିଥିବା ଅଳିଆକୁ ସଫା କରିଥିଲେ ଏବଂ ପୁରା ଟିମ୍ ତାଙ୍କ ସହିତ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଏହି କ୍ଲିନ୍ ଅପ୍ ଡ୍ରାଇଭ୍‌ର ଫଟୋ ଏବଂ ଭିଡିଓ ସୋସିଆଲ୍ ମିଡିଆରେ ସେୟାର କରିଥିଲେ। ଯାହାପରେ ୟୁଜର୍ସମାନେ ପୋଷ୍ଟ ଦେଖି ଟ୍ରୋଲ କରିଥିଲେ।

କମେଣ୍ଟ ବକ୍ସରେ, ଲୋକମାନେ ଜ୍ୟାକଲିନ୍ କହିଛନ୍ତି କି ଏହା ସୁକେଶଙ୍କ ସାର୍ଟ କି? ଅନ୍ୟ ଜଣେ ଲେଖିଥିଲେ - ସୁକେଶ କେମିତି ଅଛନ୍ତି? ଭିଡିଓରେ ଜଣେ କମେଣ୍ଟ ଦେଇଛନ୍ତି – ପଇସା କଣ ସୁକେଶ ଦେବେ। ବର୍ତ୍ତମାନ ଏହି ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.