ଆକ୍ଟରରୁ ମେକଅପ୍ ଆର୍ଟିଷ୍ଟ ବନିଲେ ବରୁଣ ଧଓ୍ବନ୍ : ଜ୍ୟାକଲିନଙ୍କୁ ମେକ୍ଅପ୍ କରୁଥିବାର ଭିଡିଓ ଭାଇରାଲ୍
7/05/2020 at 10:43 AM

ମୁମ୍ବାଇ ୭/୫: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ନିଜ ଅନ୍ଦାଜରେ ସମସ୍ତଙ୍କ ହୃଦୟ ଜିତିଥାନ୍ତି। ତାଙ୍କ ଫଟୋ କିମ୍ବା ଭିଡିଓ,ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚିତ ହୋଇଥାଏ। ଏପରି ଅବସ୍ଥା ତାଙ୍କ ଏକ ଭିଡିଓକୁ ନେଇ ଦେଖିବାକୁ ମିଳିଛି ଯେଉଁଥିରେ ବଲିଉଡ ଅଭିନେତା ବରୁଣ ଧଓ୍ବନ ,ଜ୍ୟାକଲିନଙ୍କୁ ମେକଅପ୍ କରୁଥିବାର ନଜର ଆସିଛନ୍ତି। ଏହି ଭିଡିଓରେ ଲୋକେ ଅନେକ କମେଣ୍ଟ କରିଛନ୍ତି। ଏହା ବରୁଣ ଏବଂ ଜ୍ୟାକଲିନଙ୍କ ପୁରୁଣା ଭିଡିଓ କିନ୍ତୁ ତଥାପି ଏହା ଚର୍ଚ୍ଚିତ ହୋଇଯାଇଛି।
ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଅଭିନେତା ବରୁଣ ଧଓ୍ବନ ତାଙ୍କ ମେକଅପ୍ ଆର୍ଟିଷ୍ଟ ହୋଇଛନ୍ତି ଏବଂ କନଫିଡେଣ୍ଟ ସହ ତାଙ୍କ ମେକଅପ୍ କରୁଛନ୍ତି। ଭିଡିଓରେ ଉଭୟଙ୍କ ଅନ୍ଦାଜ ବହୁତ କ୍ୟୁଟ ଲାଗୁଛି,ଏହା ସହିତ ଫ୍ୟାନଙ୍କୁ ମଧ୍ୟ ଏହା ପସନ୍ଦ ଆସୁଛି।

ନିକଟରେ ଜ୍ୟାକଲିନଙ୍କ ନେଟଫ୍ଲିକ୍ସ ଫିଲ୍ମ ମିସେଜ ସିରିୟଲ୍ କିଲର ରିଲିଜ ହୋଇଛି,ଯେଉଁଥିରେ ସେ ଧମାଲ୍ କରିଛନ୍ତି। ଏହି ଫିଲ୍ମ ସୋସିଆଲ ମିଡିଆରେ ଖୁବ୍ ଟ୍ରେଣ୍ଡ କରିଥିଲା।

କରୋନା ଭାଇରସ ଯୋଗୁଁ ଜ୍ୟାକଲିନ୍ ଏବେ ସଲମାନ ଖାନଙ୍କ ଫାର୍ମ ହାଉସରେ ରହିଛନ୍ତି। ଜ୍ୟାକଲିନଙ୍କ ବ୍ୟତୀତ ସଲମାନଙ୍କ ଖାସ୍ ବାନ୍ଧବୀ ୟୁଲିଆ ବନ୍ତୁର ଏବଂ ଭାଇଜାନଙ୍କ ପରିବାର ମଧ୍ୟ କରୋନା କାରଣରୁ ଫାର୍ମ ହାଉସରେ ଫସିଛି।
