ବିବାହ ବନ୍ଧନରେ ବାନ୍ଧି ହେଲେ ରକୁଲ-ଜ୍ୟାକି, ସାମ୍ନାକୁ ଆସିଲା ବିବାହର ପ୍ରଥମ ଫଟୋ

Published By : Prameya-News7 Bureau | February 21, 2024 IST

ଗୋଆ:  ବଲିଉଡର ବହୁ ଚର୍ଚ୍ଚିତ ପ୍ରେମୀ ଯୁଗଳ ରକୁଲ ପ୍ରୀତ ସିଂ ଓ  ଜ୍ୟାକି ଭଗବାନୀ ବୁଧବାର ଗୋଆରେ ଦୁଇଟି ଭିନ୍ନ ଭିନ୍ନ ରୀତିନୀତିରେ ବିବାହ କରିଛନ୍ତି। ଏହି ଯୋଡ଼ି ଅନ୍ତରଙ୍ଗ ବନ୍ଧୁ ଓ ପରିବାର ଲୋକଙ୍କ ଉପସ୍ଥିତିରେ ଆଇଟିସି ଗ୍ରାଣ୍ଡ ସାଉଥ ଗୋଆରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏବେ ନବ ଦମ୍ପତିଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଏଥିରେ ଉଭୟ ବେଶ ସୁନ୍ଦର ଦେଖା ଯାଉଛନ୍ତି।

wp:heading {"level":4}

Also read- ସୋସିଆଲ ମିଡିଆରେ ଷ୍ଟାର ପାଲଟିଲେ ‘ଅକାୟ’, ୨୪ ଘଣ୍ଟାରେ ହଜାର ହଜାର ଫେକ୍‌ ଆକାଉଣ୍ଟ

/wp:heading

ବିବାହ ଫଟୋରେ ନବବଧୂ ରକୁଲ ଓ ବର ଜ୍ୟାକି ଭଗନାନୀ ପରସ୍ପର ବାହୁରେ ଥିବା ଦେଖିବାକୁ ମିଳିଛି। ଏଥିରେ ରକୁଲ ଗୋଲାପୀ ରଙ୍ଗର ଲେହଙ୍ଗା ପିନ୍ଧିଥିବା ବେଳେ ଜ୍ୟାକି ଧୂସର ରଙ୍ଗର ସାଲଓ୍ଵାର ସୁଟ୍ ପିନ୍ଧିଛନ୍ତି। ଉଭୟଙ୍କ ଫଟୋ ସଂପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି। ଆଉ ଗୋଟିଏ ଫଟୋରେ ଜ୍ୟାକି ରକୁଲଙ୍କ ମଥାରେ ସିନ୍ଦୂର ଭରୁଥିବା ଦେଖିବାକୁ ମିଳିଛି। ପ୍ରଶଂସକ ନବ ଦମ୍ପତିକୁ ବିବାହର ଶୁଭେଚ୍ଛା ଓ ଶୁଭକାମନା ଜଣାଉଛନ୍ତି।

wp:html
/wp:html

ଉଭୟଙ୍କ ବିବାହ ସମାରୋହରେ ବଲିଉଡର ଅନେକ ଅଭିନେତ୍ରୀ ଓ ଅଭିନେତା ଯୋଗ ଦେଇଛନ୍ତି। ବରୁଣ ଧାଓ୍ଵନ ପତ୍ନୀ ନତାଶା ଦଲାଲଙ୍କ ସହ ବିବାହ ଉତ୍ସବରେ ଯୋଗ ଦେଇଛନ୍ତି। ବରୁଣଙ୍କ ପିତା ଡେଭିଡ ଧାଓ୍ଵନ ମଧ୍ୟ ପତ୍ନୀଙ୍କ ସହ ରକୁଲ-ଜ୍ୟାକିଙ୍କ ବିବାହରେ ଯୋଗ ଦେଇ ନବ ଦମ୍ପତିକୁ ଆଶୀର୍ବାଦ ଦେଇଛନ୍ତି। ସେହିପରି ରିତେଶ ଦେଶମୁଖ, ଭୂମି ପାଡନେକର, ଶିଳ୍ପା ସେଟ୍ଟୀ, ରାଜ କୁନ୍ଦ୍ରା, ଆୟୁଷ୍ମାନ ଖୁରାନା ପତ୍ନୀ ତାହିରା କଶ୍ୟପ, ଅର୍ଜୁନ କପୁର ଓ ମହେଶ ମାଞ୍ଜରେକରଙ୍କ ସହ ଅନେକ ତାରକା ବିବାହ ସମାରୋହରେ ସାମିଲ୍ ହୋଇ ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଛନ୍ତି।

ଜ୍ୟାକି ଓ ରକୁଲ ଅନେକ ବର୍ଷ ଧରି ପରସ୍ପରକୁ ଭଲ ପାଇ ଆସୁଥିଲେ। ୨୦୨୧ରେ ଉଭୟ ଆନୁଷ୍ଠାନିକ ଭାବେ ନିଜର ପ୍ରେମ ସଂପର୍କକୁ ସ୍ଵୀକାର କରିଥିଲେ। ତା ପରଠୁ ଯୋଡ଼ିଙ୍କୁ ଅନେକ ଥର ସର୍ବ ସାଧାରଣ ସ୍ଥାନରେ ଦେଖିବାକୁ ମିଳିଥିଲା। ଗୋଆରେ ବିବାହର ଗୋଟିଏ ଦିନ ପୂର୍ବରୁ ଯୋଡ଼ି ମୁମ୍ବାଇରେ ସିଦ୍ଧିବିନାୟକ ମନ୍ଦିର ଯାଇ ଗଣପତିଙ୍କ ଆଶୀର୍ବାଦ ନେଇଥିଲେ। ବିବାହ ପରେ ରକୁଲ ଓ ଜ୍ୟାକି ମୁମ୍ବାଇରେ ଏକ ଭବ୍ୟ ନୈଶ୍ୟ ଭୋଜିର ଆୟୋଜନ କରିବାକୁ ଯାଉଛନ୍ତି। ତେବେ ଏହାର ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.