ଚୀନ ସରକାରଙ୍କ ସମାଲୋଚନା ପଡ଼ିଲା ମହଙ୍ଗା; ନିଜେ ସ୍ଥାପନା କରିଥିବା କମ୍ପାନୀରୁ ନିୟନ୍ତ୍ରଣ ହରାଇଲେ ଜ୍ୟାକ୍ ମା
7/01/2023 at 7:46 PM

ବେଜିଂ: ଏଣ୍ଟ ଗ୍ରୁପ(ଏଣ୍ଟ ଗ୍ରୁପ୍)ର ଫାଉଣ୍ଡର ଜ୍ୟାକ୍ ମାଙ୍କର ଆଉ କମ୍ପାନୀ ଉପରେ ନିୟନ୍ତ୍ରଣ ରହିବ ନାହିଁ। କମ୍ପାନୀରେ ତାଙ୍କର ଭୋଟିଂ ରାଇଟକୁ ମାତ୍ର ୬ ପ୍ରତିଶତକୁ ଖସାଇ ଦିଆଯାଇି। ଏଥିସହିତ ଦିନେ କମ୍ପାନୀରେ ତାଙ୍କର ୫୦ ପ୍ରତିଶତ ଶେୟାର ଥିଲା। ହେଲେ ଆଜି ମାତ୍ର ୧୦ ପ୍ରତିଶତ ଶେୟାର ରହିଛି।
କମ୍ପାନୀର ଅଂଶିଦାରମାନେ ଏକ ବୈଠକ କରି କମ୍ପାନୀର କିଛି ପରିବର୍ତ୍ତନ କରିବାକୁ ରାଜି ହୋଇଛନ୍ତି। ଯେଉଁଥିରେ ଜ୍ୟାକ୍ ମାଙ୍କ ଭୋଟିଂ ରାଇଟ କମାଇ ଦିଆଯିବ। ଶନିବାର ଏଣ୍ଟ ଗ୍ରୁପ ପକ୍ଷରୁ ଭୋଟିଂ ଷ୍ଟ୍ରକ୍ଚରରେ ପରିବର୍ତ୍ତନ କରିଛି। ଏହାଦ୍ୱାରା ମ୍ୟାନେଜମେଣ୍ଟ ଓ କର୍ମଚାରୀ ସମେତ ପ୍ରତ୍ୟେକଙ୍କ ଭୋଟିଂ ରାଇଟ୍ସକୁ ଅଲଗା ଅଲଗା କରିଦିଆଯାଇଛି।
ଅର୍ଥାତ ଜ୍ୟାକ୍ ମାଙ୍କ ପାଖରେ ଏଣ୍ଟ ଗ୍ରୁପର ନିୟନ୍ତ୍ରଣକୁ କାଢ଼ି ନିଆଯାଇଛି। ଗ୍ରୁପ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ଭୋଟିଂ ଷ୍ଟ୍ରକଚରରେ ପରିବର୍ତ୍ତନ କୌଣସି ଅଂଶିଦାରର ଇକୋନୋମିକ ଇଣ୍ଟ୍ରେଷ୍ଟରେ କମ ହେବନି।
ପ୍ରକୃତରେ ଚୀନ ସରକାରଙ୍କୁ ସମାଲୋଚନା କରିବ ଜ୍ୟାକ୍ ମାଙ୍କ ପାଇଁ ମହଙ୍ଗା ପଡ଼ିିିଛି। ୨୦୨୦ରେ ଜ୍ୟାକ୍ ମା ଏଣ୍ଟ ଗ୍ରୁପ୍ର ଲିଷ୍ଟିଂ ନେଇ ଚୀନର ରେଗୁଲେଟୋରୀ ବ୍ୟବସ୍ଥାକୁ ସମାଲୋଚନା କରିଥିଲେ। ଏହାପର ଠାରୁ ତାଙ୍କୁ ଆଉ କୌଣସି ମଞ୍ଚରେ ଦେଖିବାକୁ ମିଳିନଥିଲା। ଏହାପରେ ଏଣ୍ଟ ଗ୍ରୁପର ଚୀନର ରେଗୁଲେଟରଙ୍କୁ ଖୁସୀ କରିବାକୁ ନିଜ କାରବାରର ବଡ଼ ସ୍ତରରେ ପରିବର୍ତ୍ତନ କରିଥିଲା।
ତେବେ ଆଇପିଓ ଆସିବାକୁ ଆହୁରି ୩ ବର୍ଷ ଅପେକ୍ଷା କରିବାକୁ ପଡ଼ିବା। କାରଣ କମ୍ପାନୀ ଚୀନର ଏ-ଶେୟାର ମାର୍କେଟ୍ରେ ଲିଷ୍ଟିଂ ହେବାକୁ ହେଲେ କମ୍ପାନୀର କଣ୍ଟ୍ରୋଲରରେ ଗତ ୩ ବର୍ଷରେ କୌଣସି ପରିବର୍ତ୍ତନ ହୋଇ ନଥିବା ଦରକାର। ଲିଷ୍ଟିଂ ହେବାକୁ ଏଣ୍ଟ ଗ୍ରୁପ୍କୁ ଆହୁରି ୩ ବର୍ଷ ଅପେକ୍ଷା କରିବାକୁ ପଡ଼ିବ।