ଗୋଟିଏ ସ୍ଥାନ ତଳକୁ ଖସିଲେ ମୁକେଶ ଅମ୍ବାନୀ, ଜ୍ୟାକ୍ ମା ହେଲେ ଏସିୟାର ଶ୍ରେଷ୍ଠ ଧନୀ

Published By : Prameya-News7 Bureau | March 10, 2020 IST

ନୂଆଦିଲ୍ଲୀ ୧୦।୩: ଏସିୟା ମହାଦେଶର ଶ୍ରେଷ୍ଠ ଧନିକ ହେଲେ ଚୀନର ଜ୍ୟାକ୍‌ ମା। ଦୀର୍ଘ ଦିନ ଧରି ଭାରତର ମୁକେଶ ଅମ୍ବାନୀ ଏହି ସ୍ଥାନକୁ ଅକ୍ତିଆର କରି ରଖିଥିଲେ। ତେବେ ସୋମବାର ବିଶ୍ୱ ଷ୍ଟକ୍ ବଜାର ଓ ତୈଳ କ୍ଷେତ୍ରରେ ଦେଖା ଦେଇଥିବା ହ୍ରାସ ମୁକେଶଙ୍କୁ ଏସିୟାର ଧନିକ ସୂଚୀରେ ତଳକୁ ଠେଲିଦେଇଛି।   ଏଥିଯୋଗୁ ମୁକେଶ ୫.୮ ବିଲିୟନ ଡଲାରର କ୍ଷତିରେ ପଡିଥିବା ବେଳେ ତାଲିକାର ଦ୍ୱିତୀୟ ସ୍ଥାନକୁ ଖସିଆସିଥିବା ବ୍ଲୁମବର୍ଗ ବିଲିୟୋନେୟର୍ସ ଇଣ୍ଡେକ୍ସରୁ ଜଣାପଡିଛି। ତେବେ ଆଲିବାବା ଗ୍ରୁପ ହୋଲ୍ଡିଂସ୍ ଲିର ଜ୍ୟାକ୍ ମା ୪୪.୫ ବିଲିୟନ ସମ୍ପତ୍ତି ସହ ପୁଣି ସୂଚୀର ଶିର୍ଷ ସ୍ଥାନକୁ ଉଠିଛନ୍ତି। ପୂର୍ବରୁ ଜ୍ୟାକ୍ ମା ୨୦୧୮ ମସିହାରେ ଏସିଆର ଶ୍ରଷ୍ଠ ଧନିକ ସୂଚୀର ପ୍ରଥମ ସ୍ଥାନରେ ଥିଲେ।

{"id":236105,"sizeSlug":"large"}

ବିଶ୍ୱର ଗୋଟିଏ ପଟେ କରୋନା ଭାଇରସ ସଂକ୍ରମଣ ଜାରି ଥିବା ବେଳେ ସୋମବାର ତୈଳକ୍ଷେତ୍ରରେ ହ୍ରାସ ହୋଇଥିଲା। ସାଉଦି ଆରବ ଓ ଋଷିଆର ତୈଳ କ୍ଷେତ୍ରରେ ୨୯ ବର୍ଷ ପୂର୍ବର ପରିସ୍ଥିତି ଉପୁଜିଥିଲା। କରୋନା ସଂକ୍ରମଣ ଯୋଗୁ ତୈଳ ଚାହିଦା ହ୍ରାସ ବେଳେ ଅଧିକ ଉତ୍ପାଦନ ବାରଲ ପିଛା ଦରରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି। ଯାହା ଆହୁରି ତଳକୁ ଯାଇପାରେ ବୋଲି ଏବେ ଆଶଙ୍କା କରାଗଲାଣି। ତେବେ କେବଳ ତୈଳ କ୍ଷେତ୍ର ନୁହେଁ ସଂକ୍ରମଣ ଅନ୍ୟ କ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରୁଛି। ତେବେ ଆଲିବାବା ପରିସ୍ଥିତି  ମୁକାବିଲାରେ ସଫଳ ହୋଇଛି।

{"id":236106,"sizeSlug":"large"}

କ୍ଲାଉଡ କମ୍ପ୍ୟୁଟିଂ ଏବଂ ମୋବାଇଲ ଆପ୍ ସର୍ଭିସର ଚାହିଦା  ଆଲିବାବା ପରିସ୍ଥିତିର ମୁକାବିଲା କରିବା ସହ ଏବେ ଭଲ ଲାଭ ବି କମାଉଛନ୍ତି। ତେବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବ୍ୟବସାୟିକ ଧାରା ଆଲିବାବା ଭଳି ନୁହେଁ।  ଏଣୁ ଉପୁଜିଥିବା ପରିସ୍ଥିତିର ମୁକାବିଲା କରିପାରିନଥିବା ବେଳେ ସୋମବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସେୟାରରେ ୧୨ ପ୍ରତିଶତ ହ୍ରାସ ହୋଇଥିଲା।  ୨୦୦୯ ମସିହା ପରେ ରିଲାଏନ୍ସ ଲାଗି ଏହା ପ୍ରଥମ ଘଟଣା। ତେବେ ଉପୁଜିଥିବା ପରିସ୍ଥିତିରୁ ଅମ୍ବାନୀ ଖୁବ୍ ଶୀଘ୍ର ବାହାରି ଆସିପାରନ୍ତି ବୋଲି ଇନଭେଷ୍ଟମେଣ୍ଟ ଆଡଭାଇଜର ହରିଶ ଏଚଭି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.