ଇଂଲଣ୍ଡ ଟିମ୍‌କୁ ଶକ୍ତ ଝଟ୍‌କା, ଭାରତ ବିପକ୍ଷ ସିରିଜ୍‌ରୁ ବାଦ୍‌ ପଡିଲେ ଏହି ଖେଳାଳି

Published By : Prameya-News7 Bureau | February 12, 2024 IST

ରାଜକୋଟ ୧୨।୦୨ : ଭାରତ-ଇଂଲଣ୍ଡ ୫ଟିକିଆ ଟେଷ୍ଟ ସିରିଜ୍‌ । ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ଇଂଲଣ୍ଡ ଟିମ୍‌ ୨୮ରନ୍‌ରେ ବିଜୟୀ ହୋଇଥିବା ବେଳେ ୨ୟ ମୁକାବିଲାକୁ ଭାରତୀୟ ଟିମ୍‌ ୧୦୬ରନ୍‌ରେ ବିଜୟୀ ହୋଇଛି । ଆସନ୍ତା ଫେବୃଆରୀ ୧୫ରେ ରାଜକୋଟରେ ଖେଳିଯିବ ସିରିଜ୍‌ର ୩ୟ ମ୍ୟାଚ୍‌ । ହେଲେ ଏହି ମ୍ୟାଚ୍‌ ପୂର୍ବରୁ ଇଂଲଣ୍ଡ ଟିମ୍‌କୁ ଲାଗିଛି ଶକ୍ତ ଝଟ୍‌କା ।

ଇଂଲଣ୍ଡ ଟିମ୍‌ର ଷ୍ଟାର ଅଲ୍‌ରାଉଣ୍ଡର ଜ୍ୟାକ୍‌ ଲିଚ୍‌ ଆହାତ ଲାଗି ପୁରା ସିରିଜ୍‌ରୁ ବାଦ୍‌ ପଡିଛନ୍ତି । ୩୨ ବର୍ଷୀୟ ଏହି ଖେଳାଳି ହାଇଦ୍ରାବାଦ ଟେଷ୍ଟ ସମୟରେ ଆଣ୍ଠୁରେ ଆଘାତ ଲାଗିଥିଲା । ଯାହାଫଳରେ ବିଶାଖାପାଟଣାର (୨ୟ) ଟେଷ୍ଟ ମ୍ୟାଚ୍‌ରୁ ବାଦ୍‌ ପଡିଥିଲେ । ଆଉ ଏବେ ଆହତ ଲାଗି ପୁରା ସିରିଜ୍‌ରୁ ବାଦ୍‌ ପଡିଛନ୍ତି । ଏନେଇ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ ପକ୍ଷରୁ ସୋସିଆଲ୍‌ମିଡିଆରେ ସୂଚନା ଦିଆଯାଇଛି ।

wp:embed {"url":"https://www.prameyanews7.com/team-india-squad-for-final-three-tests-against-england-announced/","type":"wp-embed","providerNameSlug":"prameya-news-7"}
https://www.prameyanews7.com/team-india-squad-for-final-three-tests-against-england-announced/
/wp:embed

ବୋର୍ଡ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଆହତ ଲାଗି ସିରିଜ୍‌ର ଆଗାମୀ ମ୍ୟାଚ୍‌ରେ ଖେଳିବେନାହିଁ ଜ୍ୟାକ୍‌ ଲିଚ୍‌ । ସେ ଆବୁଧାବିରୁ ନିଜ ଘରକୁ ଗସ୍ତ କରିଛନ୍ତି । ବର୍ତ୍ତମାନ ଇଂଲଣ୍ଡ ଟିମ୍‌ର ସମସ୍ତ ସଦସ୍ୟ ଆବୁଧାବିରେ ଟ୍ରେନିଂ କରୁଛନ୍ତି । ଆବୁଧାବିରେ ପୁରା ଟିମ୍‌ର ରିହାବ ସେଣ୍ଟର ଚାଲିଛି । ମେଡିକାଲ ଟିମ୍‌ ସହ ମିଶି ରିହାବ ଚାଲିଛି । ହେଲେ ଏବେ ଯାଏଁ ଇଂଲଣ୍ଡ ପକ୍ଷରୁ ଲିଚ୍‌ଙ୍କ ବଦଳରେ ଅନ୍ୟ କୌଣସି ଖେଳାଳିଙ୍କ ଚୟନ କରାଯାଇନାହିଁ । ଜ୍ୟାକ ଲିଚ୍‌ ବର୍ତ୍ତମାନ ଯାଏଁ ୩୬ଟି ଟେଷ୍ଟ ମ୍ୟାଚ୍‌ ଖେଳିସାରିଛନ୍ତି । ଯେଉଁଥିରେ ସେ ୩୪.୪୦ ଆଭରେଜ୍‌ରେ ୧୨୬ଟି ଓ୍ୱିକେଟ୍‌ ନେଇଛନ୍ତି ।

ବାକି ଟେଷ୍ଟ ମ୍ୟାଚ୍‌ ଲାଗି ଦଳ :

ଭାରତୀୟ ଦଳ- ରୋହିତ ଶର୍ମା (ଅଧିନାୟକ), ଜଶପ୍ରୀତ୍‌ ବୁମ୍‌ରା (ଉପ-ଅଧିନାୟକ), ଯଶସ୍ୱୀ ଜୈସ୍ୱାଲ୍‌, ଶୁବମନ୍‌ ଗିଲ୍‌, କେଏଲ୍‌ ରାହୁଲ, ରଜଟ ପାଟିଦାର, ସରଫରାଜ ଖାନ୍‌, ଧ୍ରୁବ ଜୁଏଲ୍‌ (ଓ୍ୱିକେଟ୍‌ କିପର), କେଏସ୍‌ ଭରତ ( ଓ୍ୱିକେଟ୍‌ କିପର), ରବିଚନ୍ଦ୍ରନ ଅଶ୍ୱିନୀ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍‌, ଓ୍ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସିରାଜ୍‌, ମୁକେଶ କୁମାର, ଆକାଶ ଦୀପ ।

ଇଂଲଣ୍ଡ ଦଳ- ଜ୍ୟାକ୍‌ କାଉଲି, ବେନ୍‌ ଡୁକେଟ୍‌, ଓଲି ପୋପ୍‌, ଜୋ ରୁଟ୍‌, ଜନି ବାରିଷ୍ଟ୍ରୋ, ବେନ୍‌ ଷ୍ଟୋକ୍ସ (ଅଧିନାୟକ), ବେନ୍‌ ଫୋକ୍ସନ (ଓ୍ୱିକେଟ୍‌ କିପର), ରେହାନ୍‌ ଅହମ୍ମଦ, ଟମ୍‌ ହାର୍ଟଲି, ସୋଏବ୍‌ ବସୀର, ଜେମ୍ସ ଆଣ୍ଡରସନ୍‌, ମାର୍କ ଉଡ୍‌, ଓଲି ରବିନସନ୍‌, ଡେନ୍‌ ରବିନ୍ସନ୍‌, ଗସ୍‌ ଏଣ୍ଟିକସନ ।

wp:embed {"url":"https://www.prameyanews7.com/varun-dhawan-cameo-in-stree-2/","type":"wp-embed","providerNameSlug":"prameya-news-7"}
https://www.prameyanews7.com/varun-dhawan-cameo-in-stree-2/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.