ପ୍ରଥମ ଆଫ୍ରିକାନ ମହିଳା ଭାବେ ୟୁଏସ ଓପନ ଫାଇନାଲ୍‌ରେ ପହଞ୍ଚିଲେ ଜାବେଉର

Published By : Prameya-News7 Bureau | September 09, 2022 IST

ନୂଆଦିଲ୍ଲୀ: ଟ୍ୟୁନିସିଆ ଟେନିସ୍ ଖେଳାଳି ଓନ୍ସ ଜାବେଉର କ୍ରମାଗତ ଦ୍ଵିତୀୟ ଗ୍ରାଣ୍ଡସ୍ଲାମ ଫାଇନାଲ୍‌ରେ ପହଞ୍ଚିଛନ୍ତି। ଦୁଇ ମାସ ପୂର୍ବେ ଜାବେଉର ଓ୍ଵିମ୍ବିଲଣ୍ଡନ ଫାଇନାଲ୍‌ରେ ପହଞ୍ଚିଥିଲେ। ବର୍ତ୍ତମାନ ପ୍ରଥମ ଆଫ୍ରିକାନ ଏବଂ ଆରବୀୟ ମହିଳା ଭାବେ ୟୁଏସ ଓପନ ଫାଇନାଲ୍‌ରେ ପହଞ୍ଚିଛନ୍ତି। ସେମି ଫାଇନାଲ୍‌ରେ ସେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି କାରୋଲିନ ଗାରସିଆଙ୍କୁ ସିଧାସଳଖ ୬-୧, ୬-୩ ସେଟ୍‌ରେ ହରାଇ ଫାଇନାଲରେ ପହଞ୍ଚିଛନ୍ତି।

ବିଜୟ ପରେ ଜାବେଉର କହିଛନ୍ତି, ଏବେ ମୁଁ ବାସ୍ତବିକତାଠୁ ଅଧିକ ନିକଟତର ହୋଇଛନ୍ତି। ଓ୍ଵିମ୍ବଲଣ୍ଡନରେ ମୁଁ ସ୍ଵପ୍ନ ସହ ବଞ୍ଚିଥିଲି ଏବଂ ବିଶ୍ଵାସ କରି ପାରିନଥିଲି ଯେ, ମୁଁ ଫାଇନାଲ୍‌ରେ ପ୍ରବେଶ କରିଛି। ଏଥିସହ ଜାବେଉର ଗର୍ସିଆଙ୍କ କ୍ରମାଗତ ୧୩ ମ୍ୟାଚ୍‌ର ବିଜୟଧାରା ଉପରେ ବ୍ରେକ୍ ଲଗାଇଛନ୍ତି। ଟ୍ୟୁନିସିଆର ଏହି ଖେଳାଳି ଶନିବାର ହେବାକୁ ଥିବା ଫାଇନାଲ୍‌ରେ ଇଗା ସ୍ଵିୟାତେକଙ୍କୁ ଭେଟିବେ।

୧୫ ସିଡେଡ୍ ୨୮ ବର୍ଷୀୟ ଜାବେଉର ଓ୍ଵିମ୍ବିଲଣ୍ଡନରେ ଉପ ବିଜେତା ରହିଥିଲେ। ଆଉ ଏବେ ପ୍ରଥମ ଆଫ୍ରିକାନ ଏବଂ ଆରବୀୟ ମହିଳା ଭାବେ ୟୁଏସ ଓପନ ଫାଇନାଲ୍‌ରେ ପହଞ୍ଚିଛନ୍ତି। ଓ୍ଵିମ୍ବଲଣ୍ଡନ ପରେ ମୁଁ ବହୁତ ଚାପରେ ଥିଲି ବୋଲି ଜାବେଉର କହିଛନ୍ତି। ଏହା ପୂର୍ବରୁ ୨୦୨୦ରେ ଅଷ୍ଟ୍ରେଲିଆନ ଓପନରେ ପ୍ରଥମ ଆରବୀୟ ଖେଳାଳି ଭାବେ କ୍ଵାର୍ଟର ଫାଇନାଲ୍‌ରେ ପହଞ୍ଚିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.