ଆପଣ କୁକୁର ପାଳୁଛନ୍ତି କି ? ସାବଧାନତା ଅବଲମ୍ୱନ କରନ୍ତୁ, ନଚେତ୍ କଟିପାରେ ୧୦୦୦ ଟଙ୍କାର ଫାଇନ୍

Published By : Prameya-News7 Bureau | September 27, 2021 IST

ମଧ୍ୟପ୍ରଦେଶ ୨୭/୦୯: ଯଦି ଆପଣଙ୍କ ଘରେ କୁକୁର ଅଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । ଆପଣଙ୍କୁ ଲାଗିପାରେ ଝଟକା, କଟିପାରେ  ୧୦୦୦ ଟଙ୍କା ଚାଲାଣ ।ମଧ୍ୟପ୍ରଦେଶର ଯବଲପୁର ସହରରେ ଏଭଳି ଏକ ଅଜବ ବିଚିତ୍ର ନିୟମ ଲାଗୁ ହୋଇଛି । ସହରରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ନଗର ନିଗମ ଏହି ନିୟମ ଜାରି କରିଛି । ଏହି ଆଦେଶ ପାଇଁ ଏବେ ଅନେକ ପ୍ରଶ୍ନ ଉଠୁଛି ।

ନଗର ନିଗମ ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି ରାସ୍ତାରେ କୁକୁରକୁ ବୁଲାଉଛନ୍ତି ତେବେ ସାବଧାନତା ସହ ବୁଲାନ୍ତୁ। ଜବଲପୁର ନଗରନିଗମ ଆଦେଶ ଅନୁଯାୟୀ ରାସ୍ତାରେ କୁକୁର କୁ  ବୁଲାଇବା ସମୟରେ ତାର ମାଲିକକୁ ଧ୍ୟାନ ଦେବାକୁ ହେବ ଯେ କୁକୁର ଯେପରି ରାସ୍ତାକୁ ଅପରିଷ୍କାର ନକରେ। ଯଦି ଅପରିଷ୍କାର ହୁଏ ତାହେଲେ ଏହାକୁ ସଫା କରିବାର ଦାୟିତ୍ୱ ମାଲିକଙ୍କର।

ଯଦି ଏଭଳି କରିବା ପାଇଁ ସମ୍ପୃକ୍ତ ମାଲିକ ଅରାଜି ହେଲେ ତ ତାଙ୍କୁ ୧୦୦୦ ଟଙ୍କା ଫାଇନ୍ ଦେବାକୁ ପଡ଼ିବ। ଏହି  ଆଦେଶ ଅଧୀକାଂଶ ସହରବାସୀଙ୍କର ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।  ନଗର ନିଗମ ସହରରେ ବୁଲୁଥିବା ବୁଲା କୁକୁରଙ୍କୁ ଧରିବା ବଦଳରେ ପୋଷା କୁକୁର ମାନଙ୍କ ଉପରେ ନିୟମ ଲାଗୁ କରୁଛି। ସୂଚନା ଥାଉ କି ଜବଲପୁର ସହରରେ ୨୫,୦୦୦ ରୁ ଅଧିକ ବୁଲା କୁକୁର ଅଛନ୍ତି।

ଏମାନେ କେବଳ ସାଧାରଣ ଲୋକ ମାନଙ୍କୁ କ୍ଷତି ପହଞ୍ଚାଉ ନାହାନ୍ତି ବରଂ  ସହରରେ ଥିବା ପ୍ରତି ସ୍ଥାନରେ ଅପରିଷ୍କାର ହେବା ପାଇଁ ଏମାନେ ଦାୟୀ । ଧ୍ୟାନଦେବାକୁ ହେବ ଯେ କୁକୁର କାମୁଡ଼ୁଥିବା ବ୍ୟକ୍ତି ମାନଙ୍କ ସଂଖ୍ୟା ଏବେ ଜବଲପୁର ସହରରେ ବଢ଼ିଚାଲିଛି । ଏହି କୁକୁର ମାନେ ଏବେ ଗଳିକନ୍ଦି ରେ ଘଟୁଥିବା ଦୁର୍ଘଟଣାର କାରଣ ହେଉଛନ୍ତି । ଲୋକମାନେ ଏନେଇ ନଗର ନିଗମ ପାଖରେ ଅନେକ ଥର ଅଭିଯୋଗ  ମଧ୍ୟ  କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.