ନୂଆଦିଲ୍ଲୀ: ଗତ କିଛି ଦିନରୁ ଏୟାରପୋର୍ଟ ଏବଂ ହସ୍ପିଟାଲକୁ ବୋମାରେ ଉଡ଼ାଇଦେବା ଧମକ ମିଳିବା ଘଟଣା ଅଧିକ ବଢ଼ିଛି। ଏମିତିରେ ରବିବାର ପୁଣି ଏକ ବିମାନକୁ ବୋମା ଧମକ ମିଳିଛି। ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶ ଜବଲପୁରରୁ ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିଛି।
ତେବେ ଘଟଣାକୁ ନେଇ ସଂପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିନଥିବାବେଳେ ବିମାନକୁ ନାଗପୁରରେ ଜରୁରୀ ଅବତରଣ କରାଯାଇଛି। ପରେ ସବୁ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଯାଇ ସବୁ ସୁରକ୍ଷା ଯାଞ୍ଚ କରାଯାଇଛି। ଆଶ୍ବସ୍ତିକର କଥା ବିମାନରେ କୌଣସି ବୋମା ନାହିଁ । ଯାତ୍ରୀ ମଧ୍ୟ ସୁରକ୍ଷିତ ଅଛନ୍ତି।
ରିପୋର୍ଟ ଅନୁଯାୟୀ, ଏହା ପୂର୍ବରୁ ଜୁନ୍ ୧୮ରେ ଜୟପୁର, ଚେନ୍ନାଇ ଏବଂ ବାରାଣସୀ ସମେତ ୪୧ ଏୟାରପୋର୍ଟକୁ ଇମେଲ ଦ୍ବାରା ବୋମାରେ ଉଡ଼ାଇବାକୁ ଧମକ ମିଳିଥିଲା। ଏହା ପରେ ଅନେକ ଘଣ୍ଟା ପର୍ଯ୍ୟନ୍ତ ଯାଞ୍ଚ କରାଯାଇଥିଲା। କିନ୍ତୁ ସବୁ ଧମକ ମିଥ୍ୟା ଜଣାପଡ଼ିଥିଲା।
ଅଗଷ୍ଟ ୨୨ରେ ମଧ୍ୟ ମୁମ୍ବାଇରୁ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆର ଏକ ବିମାନକୁ ବୋମା ଧମ ମିଳିବା ରପେ ତରୁଓ୍ବନନ୍ତପୁରମ ବିମାନ ବନ୍ଦରରେ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା ବିମାନକୁ ସକାଳ ୮ଟାରେ ଏୟାରପୋର୍ଟରେ ଅବତରଣ କରାଯାଇଥିଲା। ଏହାପରେ ବିମାନରେ ଯାତ୍ରା କରୁଥିବା ୧୩୫ ଯାତ୍ରୀଙ୍କୁ ସୁରକ୍ଷିତ ଓହ୍ଲାଇ ବିମାନର ଯାଞ୍ଚ କରାଯାଇଥିଲା।