ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଜାଲ୍ ନୋଟ୍ ରାକେଟ୍ ଠାବ : ୨ ଅଭିଯୁକ୍ତ ଗିରଫ, ୮୫ହଜାର ନକଲି ନୋଟ୍ ଓ ବାଇକ୍ ଜବତ

17/12/2020 at 11:30 AM

ବାରିପଦା ୧୭।୧୨: ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ପୋଲିସକୁ ବଡ ସଫଳତା । ଜାଲ୍ ନୋଟ୍ କାରବାର କରୁଥିବା ୨ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଏହାସହ ସେମାନଙ୍କଠାରୁ ୮୫ହଜାର ଟଙ୍କାର ଜାଲ୍ ନୋଟ୍ ଜବତ କରିଛି । ଏହାସହ ଅଭିଯୁକ୍ତଙ୍କ ନିକଟରୁ ୨ଟି ଫୋନ୍ ସହ ପଲସର ଗାଡିକୁ ମଧ୍ୟ ଜବତ କରାଯାଇଛି । ତେବେ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଆରକ୍ଷୀ ଅଧୀକ୍ଷକ ସ୍ମିତ ପି.ପରାମରଙ୍କ ନେତୃତ୍ବରେ ଏକ ଟିମ୍ ଗଠନ ହୋଇଥିଲା । ଏହି ଟିମ୍ ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ କରିଛି ।

ବୁଧବାର ବିଳମ୍ବିତ ରାତିରେ ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତିଙ୍କ ସହ ସ୍ପେଶାଲ ସ୍କ୍ବାଡ୍, ବାରିପଦା ଅଞ୍ଚଳରେ ଜାଲ୍ ନୋଟ୍ କାରବାର କରୁଥିବା ୨ ଅଭିଯୁକ୍ତ ବହଡାଗୋଡା ଅଞ୍ଚଳର ରାସବିହାରୀ ରଣା ଓ ରାଖହରି ରଣାଙ୍କୁ ଗିରଫ କରିଛି । ଏହା ସହିତ ଜାଲ୍ ନୋଟ୍ କାରବାର ପଛରେ ଥିବା ମାଷ୍ଟର ମାଇଣ୍ଡକୁ ଖୋଜିବାରେ ଲାଗିଛି ମୟୂରଭଞ୍ଜ ପୋଲିସ ।

   Related Posts