ଜି.ଉଦୟଗିରି ବିଡିଓଙ୍କୁ ବ୍ଲକ ଅଧ୍ୟକ୍ଷା ଓ ତାଙ୍କ ସ୍ବାମୀଙ୍କ ଦୁର୍ବ୍ୟବହାର ଅଭିଯୋଗ

Published By : Prameya-News7 Bureau | October 16, 2018 IST

ଜି.ଉଦୟଗିରି ୧୬/୧୦ : ଜି.ଉଦୟଗିରି ବିଡିଓଙ୍କୁ ଦୁର୍ବ୍ୟବହାର ଅଭିଯୋଗ ହୋଇଛି | ପ୍ରତିବାଦରେ ଧାରଣାରେ ବସିଛନ୍ତି ଜି.ଉଦୟଗିରି ବିଡିଓ | ଜି ଉଦୟଗିରି ବ୍ଲକ ଅଧ୍ୟକ୍ଷା, ତାଙ୍କ ସ୍ବାମୀ ଓ କିଛି ଅସମାଜିକ ବ୍ୟକ୍ତି ବିଡିଓଙ୍କୁ ଦୁର୍ବ୍ୟବହାର କରିଥିବା ସାମ୍ନାକୁ ଆସିଛି | ଏନେଇ ଜି.ଉଦୟଗିରି ଥାନାରେ ଏତଲା ଦେଇଛନ୍ତି ବିଡିଓ ମିତାଞ୍ଜଳି ଦାସ | ଗତକାଲି ବ୍ଲକ ସମ୍ମୁଖରେ ଧାରଣା ବେଳେ ଗଣ୍ଡଗୋଳ ହୋଇଥିଲା | ବିଲକ ଅଧ୍ୟକ୍ଷା ଦୀପ୍ତିରେଖା ପ୍ରଧାନ, ତାଙ୍କ ସ୍ବାମୀ ଓ ଅନ୍ୟ ଲୋକଙ୍କ ନାଁରେ ଅଭିଯୋଗ କରିଛନ୍ତି ବିଡିଓ ମିତାଞ୍ଜଳି ଦାସ | ବ୍ଲକ ଅଧ୍ୟକ୍ଷା ଓ ତାଙ୍କ ସ୍ବାମୀଙ୍କ ବିରୋଧର କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଡିଓ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.