ଆତଙ୍କବାଦୀଙ୍କ ଟାର୍ଗେଟରେ ସାଧାରଣ ଲୋକ, ରଜୌରୀରେ ଗୁଳିମାଡ଼, ୨ମୃତ ୭ଜଣ ଆହତ

Published By : Prameya-News7 Bureau | January 01, 2023 IST

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ରଜୌରୀ ସେକ୍ଟରରେ ଗୁଳିମାଡ଼ । ରବିବାର ସଂଧ୍ୟାରେ ଆତଙ୍କବାଦୀମାନେ ଆବାସିକ ଅଞ୍ଚଳରେ ଫାୟାରିଂ କରିଛନ୍ତି ।  ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଆହତ ହୋଇଛନ୍ତି । ଆହତଙ୍କୁ ରଜୌରୀ ମେଡିକାଲ କଲେଜରେ ଭର୍ତ୍ତି କରି ଚିକତ୍ସା କରାଯାଇଛି ।
ସୂଚନା ଅନୁଯାୟୀ, ରବିବାର ସଂଧ୍ଯାରେ ରଜୌରୀର ଡାଙ୍ଗରୀ ଗାଁରେ ଆତଙ୍କବାଦୀମାନେ ଫାୟାରିଂ କରିଥିଲେ । ୫୦ମିଟର ମଧ୍ୟରେ ୩ଟି ପୃଥକ ପୃଥକ ସ୍ଥାନରେ ଗୁଳିମାଡ଼ କରିଥିଲେ । ଏଥିରେ ୭ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ରଜୌରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ବେଳେ ୨ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।

ଅନ୍ୟପଟେ ଘଟଣାରେ ଖବର ପାଇ ଭାରତୀୟ ସେନା ସର୍ଚ୍ଚ ଅପରେସନ ଜାରି ରଖିଛି । ପୋଲିସ, ସିଆରପିଏଫ ଓ ସେନା ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ଘର ଗୁଡ଼ିକୁ ତନତନ ଛାନବିନ୍ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.