ଗୋରଖପୁର ୩।୧୦: ପୂର୍ବ ଉତ୍ତର ପ୍ରଦେଶ ଜିଲ୍ଲାମାନଙ୍କରେ ଜେଜି-ଆଇ ସେମାନଙ୍କ ନାତି ନାତୁଣୀଙ୍କୁ ଗେଲବସରରେ ‘ସୋନ ଚିରେୟା’ (ସୁନା ଚଢ଼େଇ) ଡାକିଥାନ୍ତି। ତେବେ ସୋନ ଚିରେୟା ଯେଉଁ ଚଢ଼େଇର ନାମ ସେମାନଙ୍କ ବଂଶ ଏବେ ବିଲୁପ୍ତ ମୁହଁରେ। ହେଲେ ସବୁଠୁ ଯାହା ଖୁସିର ଖବର ତାହା ହେଉଛି ବିଲୁପ୍ତିରୁ ଏହି ଚଢ଼େଇ ବଂଶକୁ ରକ୍ଷା କରିବା ଲାଗି ପ୍ରୟାଶ ଆରମ୍ଭ ହୋଇଯାଇଛି। ପ୍ରାଣୀ ଓ ପ୍ରକୃତି ସଂରକ୍ଷଣ ଲାଗି କାର୍ଯ୍ୟ କରୁଥିବା ବୈଶ୍ୱିକ ସଂସ୍ଥାମାନେ ମଧ୍ୟ ସୋନ ଚିରେୟାର ସୁରକ୍ଷା ଲାଗି ଆଗେଇ ଆସିଛନ୍ତି।
{"id":521617,"sizeSlug":"large","linkDestination":"none"}ତେବେ ସୁବୁଠୁ ଅଧିକ ଖୁସିର ଖବର ଯାହା ତାହା ହେଉଛି ଇଣ୍ଟରନ୍ୟାସନାଲ ୟୁନିୟନ ଫର କଞ୍ଜର୍ଭେସନ ଅଫ ନେଚର( ଆଇୟୁସିଏନ)ଙ୍କ ୱାର୍ଲଡ କଞ୍ଜର୍ଭେସନ କଂଗ୍ରେ( ଡବ୍ଲୁସିସି) ଏହି ବିରଳ ପକ୍ଷୀ ପ୍ରଜାତିର ସଂରକ୍ଷଣ ଲାଗି ପ୍ରସ୍ତାବ ମଧ୍ୟ ଗୃହୀତ କରିଛନ୍ତି। ସୋନଚିରେୟାକୁ ଇଂରାଜୀରେ ଗ୍ରେଟ୍ ଇଣ୍ଡିଆ ବଷ୍ଟର୍ଡ ଓ ରାଜସ୍ଥାନରେ ଗୋଡବଣ କହନ୍ତି। ସେହିପରି ଏହି ପକ୍ଷୀ ମହାରାଷ୍ଟ୍ରରେ ମଧ୍ୟ ଦେଖାଯାଆନ୍ତି। ଏମାନେ ଏଠାରେ ମାଲଢୋକ ଭାବେ ଜଣାଯାଆନ୍ତି।
{"id":521618,"width":839,"height":440,"sizeSlug":"full","linkDestination":"none"}ଫ୍ରାନସ ମର୍ସିଲେରେ ଗତମାସରେ ଅନୁଷ୍ଠିତ ଆଇୟୁସିଏନ୍ ଅନଲାଇନ ବୈଠକରେ ଭାରତର ‘ଦି କର୍ବେଟ୍ ଫାଉଣ୍ଡେସନ’ ପକ୍ଷରୁ ସୋନ ଚିରେୟାର ସଂରକ୍ଷଣ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ମୁଞ୍ଜର କରାଯାଇଛି। ଫାଉଣ୍ଡେସନର ନିର୍ଦ୍ଦେଶକ କେଦାର ଗୋରେ ଏହି ସୂଚନା ଦେଇଛନ୍ତି। କର୍ବେଟ ଫାଉଣ୍ଡେସନ ପ୍ରସ୍ତାବ ସପକ୍ଷରେ ଆରଣ୍ୟକ, ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରି ସୋସାଇଟି, ଗୁଜରାଟ ଇକୋଲଜି ସୋସାଇଟି, ବନ୍ୟଜୀବ କଞ୍ଜର୍ଭେସନ ଟ୍ରଷ୍ଟ, ୱାଇଲ୍ଡ ଲାଇଫ ପ୍ରୋଟେକ୍ସନ ସୋସାଇଟି ଅଫ ଇଣ୍ଡିଆ, ୱାଇଲ୍ଡ ଟ୍ରଷ୍ଟ ଅଫ ଇଣ୍ଡିଆଙ୍କ ସମେତ ଅନ୍ତର୍ଜାତୀୟ ସଂସ୍ଥା ବାର୍ଡ ଲାଇଫ ଇଣ୍ଟରନ୍ୟାସନାଲ (ୟୁକେ) ଓ ରୟାଲ ସୋସାଇଟି ଫର ଦି ପ୍ରୋଟେକ୍ସନ ଅଫ ବାର୍ଡସ୍ (ୟୁକେ) ଆଦି ମଧ୍ୟ ସମର୍ଥନ କରିଛନ୍ତି।
{"id":521619,"width":838,"height":522,"sizeSlug":"full","linkDestination":"none"}ଏହି ବିରଳ ପ୍ରଜାତିର ପକ୍ଷୀଙ୍କ ସଂରକ୍ଷଣ ଲାଗି ଗତ ୨୦୨୦ ମସିହାରେ ପ୍ରସ୍ତାବ ଦିଆଯାଇଥିଲା। ତେବେ ଗତ ୩ରୁ ୧୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ବୈଠକରେ ୧୫ଶହ ସଦସ୍ୟଙ୍କ ମଧ୍ୟରେ ହୋଇଥିବା ଭୋଟରେ ସୋନ ଚିରେୟା ସୁରକ୍ଷା ଲାଗି ପ୍ରସ୍ତାବ ଗୃହୀତ କରାଯାଇଛି। ଫଳରେ ଏହି ପ୍ରଜାତୀର ସୁରକ୍ଷା ଏବେ ସମ୍ଭବ ହୋଇପାରିବ ବୋଲି ଗୋରେ କହିଛନ୍ତି। ଏହି ପକ୍ଷୀ ଭାରତ ଓ ପାକିସ୍ତାନରେ ବହୁଳ ଦେଖା ଯାଆନ୍ତି। ୭୦ ଦଶକରେ ଏହି ପକ୍ଷୀଙ୍କ ସଂଖ୍ୟା ପାଖାପାଖି ୧୨୬୦ ଥିଲା। ଯାହା ଏବେ ଦେଢ ସହରୁ ବି କମ୍ ବୋଲି ଜଣାପଡିଛି।