ମେଘାନଙ୍କ ଅଭିଯୋଗ ପରେ ଇସ୍ତଫା ଦେଲେ ଆଇଟିଭି ଆଙ୍କର ପିଅର୍ସ ମୋର୍ଗାନ, ୨୦୦୦ କୋଟି ଟଙ୍କା କମିଗଲା ଚ୍ୟାନେଲର ମାର୍କେଟ ଭାଲ୍ୟୁ

Published By : Prameya-News7 Bureau | March 11, 2021 IST

ଲଣ୍ଡନ,୧୧/୦୩  :  ଆଙ୍କର ଚ୍ୟାନେଲ ଛାଡିଦେବାରୁ ବ୍ୟାପକ କ୍ଷତି ସହିଲା ଟିଭି ଚ୍ୟାନେଲ୍ । ହଠାତ କମିଗଲା ସେୟାରର ମୂଲ୍ୟ । ପ୍ରାୟ ୨ ହଜାର କୋଟି ଟଙ୍କା କ୍ଷତି ସହିଲା  ବ୍ରିଟେନର ପ୍ରସିଦ୍ଧ ଆଇଟିଭି । ବୁଧବାର ଟିଭି ଆଙ୍କର ପିଅର୍ସ୍ ମୋର୍ଗାନ୍ ଚାକିରୀ ଛାଡିଦେବା ପରେ ଚ୍ୟାନେଲର ଆର୍ଥିକ ମେରୁଦଣ୍ଡ ଭୁଷୁଡି ପଡିଛି ।

ମୋର୍ଗାନ୍ ଚ୍ୟାନେଲରେ ଦୈନିକ ସକାଳେ ଏକ ପ୍ରୋଗ୍ରାମ କରନ୍ତି । ଏହି ପ୍ରୋଗ୍ରାମରେ ସେ ମେଘାନ୍ ମାର୍କେଲଙ୍କ ଓପରାହ ଓ୍ୱିନଫ୍ରେଙ୍କ ସାକ୍ଷାତକାର ଉପରେ ଏକ କମେଣ୍ଟ ଦେବା ପରେ ଚାକିରୀରୁ ଇସ୍ତଫା ଦେଇଥିଲେ । ଏନେଇ ଆଇଟିଭି ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ସେ ମେଘାନଙ୍କ ମାନସିକ ସ୍ଥିତିକୁ ନେଇ ମନ୍ତବ୍ୟ ଦେବା ପରେ ବିବାଦ ବଢିଥିଲା । ମେଘାନ ହେଉଛନ୍ତି ବ୍ରିଟେନ ଯୁବରାଜ ହ୍ୟାରୀଙ୍କ ପତ୍ନୀ । ତାଙ୍କ ବିରୋଧରେ ମନ୍ତବ୍ୟ ପାଇଁ ବ୍ରିଟେନ ଯୁବରାଜ ହ୍ୟାରୀ ଓ ତାଙ୍କ ପତ୍ନୀ ମେଘାନ ଅଭିଯୋଗ କରିଥିଲେ । ମୋର୍ଗାନଙ୍କ ବିରୋଧରେ ୪୧୦୦୦ଟି ଅଭିଯୋଗ ହୋଇଥିଲା । ଯାହାପରେ ସେ ଚାକିରୀରୁ ଇସ୍ତଫା ଦେବା ପାଇଁ ବିଚାର କରିଥିଲେ । ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ମୋର୍ଗାନ ନିଜର ବିବାଦୀୟ ବୟାନ ଓ ଟ୍ୱିଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।

ସେ ଇସ୍ତଫା ଦେବା ପରେ ଗୁରୁବାର ସକାଳେ ଚ୍ୟାନେଲରେ ସେୟାର ୪.୯ ପ୍ରତିଶତ ହ୍ରାସ ପାଇଛି । ଏହାକୁ ନେଇ ମାର୍କେଟ.କମର ଚିଫ୍ ଆନାଲିଷ୍ଟ୍ ନେଲ୍ ଓ୍ୱିଲସନ୍ କହିଛନ୍ତି ଯେ, ମୋର୍ଗାନ ଚାକିରୀରୁ ଇସ୍ତଫା ଦେବା ପରେ ଚ୍ୟାନେଲରେ ସେୟାରରେ ହ୍ରାସ ପରିଲକ୍ଷିତ ହୋଇଥିଲା । ସେ ଗୁଡ୍ ମର୍ଣ୍ଣିଂ ବ୍ରିଟେନ୍ ସୋ କରୁଥିଲେ । ଯାହାକୁ ବ୍ରିଟେନବାସୀ ବହୁତ ଭଲ ପାଇବା ଦେଉଥିଲେ । ଓ୍ୱିଲସନ୍ ଆହୁରି ମଧ୍ୟ ଆଇଟିଭିକୁ ଏ ବାବଦରେ ଚିନ୍ତା କରିବା ଦରକାର ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.