ନାଁ କିଶନ୍ ଆଚାର୍ଯ୍ୟ। ମୁଁ ସିଭିଲ୍ ଇଞ୍ଜିନିୟରିଂ କରୁଛି। ମୋର ଅଧିକାଂଶ ସମୟ ହଷ୍ଟେଲରେ କଟିଥାଏ । ଛୁଟି ହେଲେ ୩୬କି.ମି ଦୂରରେ ଥିବା ମାମୁଁ ଘରକୁ ଚାଲିଯଏ । ମୋର ଜୟ ମାମୁଁ ଗୋଟିଏ ବେସରକାରୀ ସଂସ୍ଥାରେ ସାଧାରଣ କର୍ମଚାରୀ ଥିଲେ। ସବୁଦିନ ପରି ସେଦିନ ମଧ୍ୟ ମୁଁ ମୋ ହଷ୍ଟେଲ ରୁମ୍ରେ ଶୋଇଥିଲି | ଅଧା ରାତିରେ ହଠାତ୍ ମୋ ନିଦ ଭାଙ୍ଗି ଯାଇଥିଲା। ମତେ ଲାଗିଥିଲା କେହି ଜଣେ ମୋ ନାଁ ଧରି ଡାକୁଛି। ବେଡ୍ରୁ ଉଠି ପଡି ଚାରିଆଡକୁ ଦେଖିଥିଲି। ହେଲେ କେହି ନଥିଲେ । ମୁଁ ଲାଇଟ୍ ଅଫ୍ କରି ଶୋଇପଡ଼ିଥିଲି। ହେଲେ ପୁଣିଥରେ ମୋତେ
କେହି ମୋ ନାଁ ଧରି ତାକିଥିଲା। ମୁଁ ଏଥର ଭଲ ଭାବେ ଶୁଣିନି। ଜୟ ମାମୁ ମୋ ନାଁ ଧରି ଡାକୁଥିବାର ଶୁଣିଥିଲି।
ମୁଁ ଆଶ୍ଚର୍ଯ୍ୟ ହୋଇଥିଲି ଜୟ ମାମୁ ମୋ ହଷ୍ଟେଲରେ କ'ଣ କରୁଛନ୍ତି ଆଉ ମତେ ଏତେ ରାତିରେ କାହିଁକି ଡାକୁଛନ୍ତି ?
ମୁଁ ଶୋଇବାକୁ ଚେଷ୍ଟା କରୁଥିଲି । ହଠାତ୍ ମୋର ନଜର ଝରକା ବାହାରେ ପଡ଼ିଥିଲା। ସେହି କିଛି କ୍ଷଣ ଭିତରେ ମୁଁ ଯାହା ଦେଖିଥିଲି ନିଜ ଆଖିକୁ ବିଶ୍ଵାସ କରିପାରି ନଥିଲି। ସେତେବେଳକୁ ମୋ ପୂରା ଶରୀର ଝାଳରେ ଭିଜି ସାରିଥିଲା। ଝରକା ପାଖରେ ଥିବା ଖୁଣ୍ଟ କଡ଼ରେ ଜୟ ମାମୁଁ ଠିଆ ହୋଇଥିଲେ । ଠିକ୍ ଏତିକିବେଳେ ମୋ ମୋବାଇଲ୍ ରିଙ୍ଗ୍ ହୋଇଥିଲା । ଫୋନ୍ ରିସିଭ୍ କରିଥିଲି | ସେହି ଫୋନ୍ ଥିଲା ମୋ ମା'ର | ମା' କାନ୍ଦି କାନ୍ଦି କହିଥିଲା ତୋ ଜୟ ମାମୁଁ ଏ ଦୁନିଆରେ ଆଉ ନାହିଁ । ତୁ ଯେତେ ଜଲଦି ପାରିବୁ ହଷ୍ଟେଲରୁ ମାମୁଁ ଘରକୁ ଚାଲିଯାଆ। କିଛି କ୍ଷଣ ପାଇଁ ସ୍ତବ୍ଧ ହୋଇ ଯାଇଥିଲି । ଏବେ ତ ଜୟ ମାମୁଁ ମୋ ଆଖି ସାମ୍ନାରେ ଥିଲେ ହଠାତ୍…। ଆଉ ବେଶି କିଛି ନଭାବି ସାଙ୍ଗର ବାଇକ୍ ନେଇ ରାତିରେ ମାମୁଁ ଘରେ ପହଞ୍ଚିଥିଲି । ସେଠି ମାମୁଁଙ୍କର ଅଧାଜଳା ଶବ ଦେଖି ମୋ ଲୋମ ଟାଙ୍କୁରି ଉଠିଥିଲା। ମୋ ବାପା ମଧ୍ୟ ସେଠି ଉପସ୍ଥିତ ଥିଲେ। ମୁଁ ତାଙ୍କୁ ପଚାରିଥିଲି ଏସବୁ କେମିତି ହେଲା? ବାପା କହିଥିଲେ, ତୋ ମାମୁଁ ବିଜୁଳି ତାର ସଜାଡ଼ିବା ପାଇ ଖୁଣ୍ଟ ଉପରକୁ ଚଢିଥିଲା ବେଳେ ତାଙ୍କୁ କରେଣ୍ଟ ମାରିଥିଲା । ମୋତେ ଜୋର କାନ୍ଦ ଲାଗିଥିଲା। କାରଣ ମୋ ଜୟ ମାମୁଁ ମୋ ସାଙ୍ଗ ପରି ଥିଲେ । ଆଉ ମୋର ଅସୁବିଧାରେ ସାହାଯ୍ୟ କରୁଥିଲେ । ତା'ପରେ ମୋର ହଷ୍ଟେଲ ଘଟଣା ମନେ ପଡିଥିଲା। ମୁ ସେତେବେଳେ ଜୟ ମାମୁଁଙ୍କ ଭୂତକୁ ଦେଖିଥିଲି । ଧୀରେ ଧୀରେ ମୋର ଦୁଃଖ ଡରରେ ପରିବର୍ତ୍ତନ ହୋଇଥିଲା। ମୁଁ ଜାଣିପାରୁ ନଥିଲି ମାମୁଁ ମଲା
ପରେ ବି ତାଙ୍କ ଆତ୍ମା ମତେ କାହକି ଦେଖା ଦେଇଥିଲା ? ମନ ଭିତରେ ଭୟ ମତେ ଅଧିକ ଅସ୍ତବ୍ୟସ୍ତ କରୁଥିଲା।
ଆଗକୁ କ'ଣ ହେବ? ତା ପରଦିନ ଜୟ ମାମୁଁଙ୍କ ଶବଦାହ ବିଧି ଥିଲା। ମୁଁ ବି ଶ୍ଵଶାନ ଯାଇଥିଲି । ହଠାତ୍ ମୋ ନଜର ମାମୁଁଙ୍କ ଶବ ଉପରେ ପଡିଥିଲା। ଜୟ ମାମୁଁଙ୍କ ହାତ ମତେ ଡାକୁଥିଲା ତାଙ୍କ ପାଖକୁ ଯିବାକୁ । ଏସବୁ ଦେଖି ମୁଁ ପାଗଳଙ୍କ ପରି ଚିତ୍କାର କରିଥିଲି । ସମସ୍ତେ ମୋ ପାଖକୁ ଦୌଡ଼ି ଆସିଥିଲେ। ମୋ ସହିତ ଯାହା ସବୁ ଘଟଣା ଘଟିଥିଲା କହିଥିଲି। ହେଲେ ମୋ କଥାକୁ କେହି ବିଶ୍ଵାସ କରିନଥିଲେ। ସେହି ରାତିରେ ମତେ ବହୁତ ଜୋର ଜ୍ଵର ହୋଇଥିଲା। ମୁଁ ଔଷଧ ଖାଇଥିଲେ ମଧ୍ୟ ଜ୍ଵର ଛାଡିବାର ନାଁ ଧରୁ ନଥିଲା। ଜୟ ମାମୁଁଙ୍କ ଭୂତ ମୋ ମନରେ ଘର କରିନେଇଥିଲା। ଡର ଭୟରେ ମୋ ଆଖିରେ ନିଦ ନଥିଲା। ରାତି ପାଖାପାଖି ୩ଟା ବେଳେ ମୋ ରୁମ୍ରେ କାହାର ପାଦ ଶବ୍ଦ ଶୁଭିଥିଲା।
ସଙ୍ଗେ ସଙ୍ଗେ ମୋ ଆଖି ଖୋଲି ଯାଇଥିଲା। ମୁଁ ଦେଖିଥିଲି ଜୟ ମାମୁଁ ବେଡ୍ ପାଖରେ ଠିଆ ହୋଇଥିଲେ । ତାଙ୍କର ଅଧା ଚେହେରା ଜଳି ଯାଇଥିଲା। ଆଉ ସେ ମୋ ଆଡକୁ ଅନେଇ ରହିଥିଲେ। ମୁ ଏତେ ଜୋର ଡରି ଯାଇଥିଲି ଯେ ମୋ ମୁଁହରୁ ଶବ୍ଦ ବାହାରୁ ନଥିଲା। ଆଖି ସାମ୍ନାରେ ମାମୁଁଙ୍କ ଭୂତକୁ ଦେଖି ମୋର ପୂରା ଶରୀର କମ୍ପିଥିଲା। ପାଟିକରି ଘରଲୋକଙ୍କୁ ଡାକିବାକୁ ମୋ ପାଖରେ ସାହସ ନଥିଲା। ମାମୁଁଙ୍କ ଭୂତ ମତେ ତାଙ୍କ ରୁମ୍କୁ ଯିବାକୁ ନିର୍ଦ୍ଦେଶ କରିଥିଲା। ମାମୁଁଙ୍କ ପଛେ ପଛେ ମୁ ଚାଲିଥିଲି । ସେ ମତେ ତାଙ୍କ ଶୋଇବା ଘର ବେଡ୍ ପାଖକୁ ନେଇଯାଇଥିଲେ। ତାଂପରେ ଜୟ ମାମୁଁଙ୍କ ଭୂତ ରୁମ୍ରୁ ଅଦୃଶ୍ୟ ହୋଇଯାଇଥିଲା। ମୁଁ ଦୌଡ଼ି ଯାଇ ଲାଇଟ୍ ଅନ୍ କରିଥିଲି। ଦେଖିଥିଲି ଯେ ବେଡ୍ ଉପରେ ୧୬ଜିବିର ଗୋଟିଏ ନୂଆ ପେନ୍ ଡ୍ରାଇଭ ପଡିଥିଲା। ଏବେ ମୁଁ ବୁଝିପାରିଥିଲି ଜୟ ମାମୁଁଙ୍କ ଭୂତ କାହିକି ମୋ ପଛରେ ପଡିଥିଲା। ଜୟ ମାମୁଁ ମରିବାର ଦୁଇଦିନ ପୂର୍ବରୁସେ ମୋ ହଷ୍ଟେଲ ଆସିଥିଲେ। ମୁଁ ପରୀକ୍ଷାରେ ଭଲ କରିଥିବାରୁ ସେ ଖୁସି ହୋଇ ମତେ ନୂଆ ପେନ୍ ଡ୍ରାଇଭ୍ ଗିଫ୍ଫ କରିବେ ବୋଲି କହିଥିଲେ। ହସି ହସି ମୁଁ ତାଙ୍କୁ କହିଥିଲି, ଏଥର କିଛି ବାହାନା ଚଳିବ ନାହିଁ | ମରିଗଲେ ବି ମୋ ଗିଫ୍ଟ ମତେ ନିଶ୍ଚୟ ଦେବ । ଜୟ ମାମୁଁ ସତରେ ତାଙ୍କ କଥା ରଖିଥିଲେ। ତା” ପରଠାରୁ ଜୟ ମାମୁଁଙ୍କ ଆତ୍ମ ମତେ କେବେ ବି ଦେଖାଦେଇନି | ହେଲେ ଏବେ ବି ମତେ ଜୟ ମାମୁଁଙ୍କ ରୁମ୍କୁ ଯିବାକୁ ଡର ଲାଗେ । /wp:html wp:list
- କିଶନ ଆଚାର୍ଯ୍ୟ
କୌଣସି ବିଶ୍ୱାସ କିମ୍ବା ଅନ୍ଧ ବିଶ୍ୱାସକୁ ପ୍ରୋତ୍ସାହନ ଦେଉ ନାହୁଁ ଏହା କେବଳ ଜଣଙ୍କର ଅନୁଭୂତିର କଥା , ପ୍ରମେୟ ରବିବାର ବିଶେଷାଙ୍କ(୨୨-୧୨-୨୦୧୯)ରେ ପ୍ରକାଶିତ ।
{"id":201900,"width":585,"height":1179,"sizeSlug":"large"}