Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ବର୍ଷ ବର୍ଷ ହେଲାଣି ହେଉନି ବିଲ୍; ପୂର୍ତ୍ତ ବିଭାଗ ବରିଷ୍ଠ ଯନ୍ତ୍ରୀଙ୍କୁ ଘେରିଲେ ଠିକାଦାର

15/11/2022 at 5:16 PM

ନୀଳଗିରି ୧୫/୧୧: ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀଙ୍କୁ ଘେରିଲେ ଠିକାଦାର ସଂଘ। ଯନ୍ତ୍ରୀ ଜଣଙ୍କ ଠିକାଦାରମାନଙ୍କୁ କାମ କରାଇ ଆବଶ୍ୟକୀୟ କାଗଜ ପତ୍ର ଓ ହୋଇଥିବା କାମର ବିଲ୍‌ କରୁନଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଠିକାଦାରମାନେ ତାଙ୍କୁ ଘେରିଥିବା ଦେଖିବାକୁ ମିଳିଛି। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡରୁ ସାମ୍ନାକୁ ଆସିଛି । ଠିକାଦାରଙ୍କ ହାବୁଡ଼ରେ ପଡ଼ି ଶେଷରେ ସମ୍ପୃକ୍ତ ଯନ୍ତ୍ରୀ ଜଣଙ୍କ ଘଟଣାସ୍ଥଳରୁ ଛାଡ଼ି ପଳାଇଥିଲେ। ସେପଟେ ଠିକାଦାର ସଂଘ ଏନେଇ ଉପଖଣ୍ଡ ପୂର୍ତ୍ତ ବିଭାଗ ଅଫିସ୍‌ ଆଗରେ ଧାରଣା ଦେଇଛନ୍ତି ।   

ଖବର ଅନୁସାରେ, ଜରୁରୀ ପରିସ୍ଥିତିରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଯନ୍ତ୍ରୀ ଠିକାଦାରଙ୍କ ଦ୍ୱାରା ବହୁ କାମ କରାଇବା ପରେ କାମର କାଗଜପତ୍ର ବର୍ଷ ବର୍ଷ ଧରି ହୋଇନଥିବା ଜଣାପଡ଼ିଛି । ଯନ୍ତ୍ରୀଙ୍କ ଏପରି କାମକୁ ନେଇ ଠିକାଦାର ସଙ୍ଘ ତେଜିଛି । ଫଳରେ ବିଲ୍‌ ନହେବାରୁ ଠିକାଦାରମାନେ ପୂର୍ବରୁ ପୂର୍ତ୍ତ ବିଭାଗ ଏସଡ଼ିଓଙ୍କୁ ଘେରାଉ କରିଥିଲେ। ଏନେଇ ନୀଳଗିରି ଉପଜିଲ୍ଲାପାଳ ଘଟଣା ବିଷୟରେ ପୂର୍ତ୍ତ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଡାକି ଆଲୋଚନା କରିବେ ବୋଲି ଜଣାଇଥିଲେ।

ମଙ୍ଗଳବାର ବାଲେଶ୍ଵର ଡିଭିଜନ-୧ର ବରିଷ୍ଠ ଯନ୍ତ୍ରୀ ରାମଚନ୍ଦ୍ର ସେଠି ଆସିବା ପରେ ଠିକାଦାରମାନେ ତାଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ। କେବଳ ସେତିକି ନୁହଁ କେତେବେଳେ ଯନ୍ତ୍ରୀ ଜଣଙ୍କ କାମଗୁଡିକ ବେଆଇନ କହୁଥିବା ବେଳେ ଆଉ କେବେ କିଛି କିଛି ପେମେଣ୍ଟ କରିଛି ବୋଲି କହି ତାଙ୍କ ବେଆଇନ କାର୍ଯ୍ୟ ସ୍ୱୀକାର କରିଥିଲେ। ଏପରିକି ଶେରଗଡ଼-ଝରଣାଘାଟି ରାସ୍ତା ପ୍ରଶସ୍ତିକରଣରେ ନୂଆ ବିଦ୍ୟୁତିକରଣ ପାଇଁ  ୯ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ସେହି କାର୍ଯ୍ୟକୁ ବିନା ନୋଟିଫିକେସନ ଓ ଟେଣ୍ଡର ପ୍ରକ୍ରିୟା ନକରି କିପରି ବିଲ ହେଲା ପଚାରିବାରୁ ସେ ଚିହିଁକି ଉଠିଥିଲେ।

ଏହାପରେ ଯନ୍ତ୍ରୀ ଜଣଙ୍କ ଠିକାଦାରଙ୍କୁ ନାଲି ଆଖି ଦେଖାଇବା ସହ କନିଷ୍ଠ ଯନ୍ତ୍ରୀଙ୍କୁ ବହିଷ୍କାର କରିବେ ବୋଲି କହିଥିଲେ। ଏନେଇ ସେ ଗଣମାଧ୍ୟମକୁ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଅନ୍ୟପଟେ ବରିଷ୍ଠଯନ୍ତ୍ରୀଙ୍କ ଏପରି ଦୁର୍ବ୍ୟବହାର ପାଇଁ ନୀଳଗିରି ଠିକାଦାର ସଂଘ ଉପଖଣ୍ଡ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହିତ ଏହି ସମସ୍ୟାର ସମାଧାନ ନହେଲା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛି। ସୂଚନା ଥାଉକି, ନୀଳଗିରି ଅଞ୍ଚଳର ବିଭିନ୍ନ ସରକାରୀ ବାସଭବନ, କାର୍ଯ୍ୟାଳୟ, ଏବଂ ମୁଖ୍ୟ ରାସ୍ତାର ରକ୍ଷଣବେକ୍ଷଣ ଦାୟିତ୍ୱ ପୂର୍ତ୍ତ ବିଭାଗ ଅଧୀନରେ ରହିଛି।

   Related Posts