Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସରକାରୀ ଶିଳ୍ପ ତାଲିମ୍‌ କେନ୍ଦ୍ରରେ ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା; କାରଣ ଅସ୍ପଷ୍ଟ

1/06/2023 at 11:29 PM

ଉମରକୋଟ ୦୧/୦୬: ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ଆତ୍ମହତ୍ୟା କଲେ ଶିକ୍ଷୟିତ୍ରୀ। ମୃତ ଶିକ୍ଷୟିତ୍ରୀଙ୍କ ପରିଚୟ ଜୟଲକ୍ଷ୍ମୀ ହେମ୍ରମ। ସେ ଇଲୋଟ୍ରନିକ ଓ ମେକାନିକ ବିଭାଗର ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଥିଲେ। ଏପରି ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ଲାଇବ୍ରେରୀ ରୁମ ଭିତରେ ପଙ୍ଖାରେ ଓଢଣି ଦେଇ ସେ ଜୀବନ ହାରିଛନ୍ତି।

ଖବର ଅନୁସାରେ, ଗୁରୁବାର ଅପରାହ୍ଣରେ ସମସ୍ତେ ଖାଇସାରିବା ପରେ ସ୍ୱାମୀ ଜୟଲକ୍ଷ୍ମି ଖାଇବାକୁ ଆସିନଥିଲେ। ପରେ ତାଲିମ କେନ୍ଦ୍ରରୁ କାହିଁକି ଫେରି ନାହାନ୍ତି ବୋଲି ତାଙ୍କ ସ୍ଵାମୀ  ଭାରତ ସ୍ତ୍ରୀ ଜୟଲକ୍ଷ୍ମି ଙ୍କୁ ଖୋଜିଥିଲେ। ଏହାପରେ ଲାଇବ୍ରେରୀ ଭିତରେ ଜୟଲକ୍ଷ୍ମି ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ।

ବର୍ତମାନ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଜୟଲକ୍ଷ୍ମି ମାନସିକ ଅସୁସ୍ଥ ଥିଲେ। ଚାରି ମାସ ଛୁଟି ପରେ ସେ କାର୍ଯ୍ୟରେ ଯୋଗ ଦେଇଥିଲେ। ପୁରୁଣା କାମ ବାକି ଥିବାରୁ ସେ କାମ କେମିତି ସରିବେ ବୋଲି ଚିନ୍ତାରେ ଥିଲେ ବୋଲି କହିଛନ୍ତି ତାଙ୍କ ସ୍ଵାମୀ ଭାରତ ଚନ୍ଦ୍ର କିସ୍କୋ କହିଛନ୍ତି। 

ଏହା ମଧ୍ୟ ପଢ଼ନ୍ତୁ:~ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିପୋଡ଼ି ପାଉଁଶ ହୋଇଗଲା ସବୁ ଆସବାବପତ୍ର

   Related Posts