ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କଲେ ଆଇଟିଆଇ ଛାତ୍ରୀ

Published By : Prameya-News7 Bureau | December 21, 2019 IST

କମାଣପୁର୨୧/୧୨: ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କଲେ ଆଇଟିଆଇ ଛାତ୍ରୀ । ସୋର ପୌରପାଳିକା କମାଣପୁର ନିରଞ୍ଜନ ମଲ୍ଲିକଙ୍କ ଝିଅ ଅନିତା ସୋରରେ ଏକ ଆଇଟିଆଇ କଲେଜରେ ପାଠ ପଢ଼ୁଥିଲେ। ଅପରାହ୍ନରେ ଘରେ କେହି ନଥିବା ଅବସ୍ଥାରେ ଅନିତା  ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି।

ବହୁ ସମୟ ବିତି ଯାଇଥିଲେ ମଧ୍ୟ ଅନିତା କବାଟ ଖୋଲି ନଥିଲେ। ଅନିତା ଘର ଭିତର ପଟୁ କବାଟ ବନ୍ଦ କରି ଆତ୍ମହତ୍ୟା କରିଥିବା ପରିବାର ଲୋକ କହିଛନ୍ତି। ପରିବାର ଲୋକ ଘରେ ପହଞ୍ଚି କବାଟ ବନ୍ଦ ଥିବାର ଦେଖିଥିଲେ। କିଛି ସମୟ କବାଟ ବାଡ଼େଇବା ପରେ ପରିବାର ଲୋକ ବାଧ୍ୟ ହୋଇ କବାଟ ଭାଙ୍ଗି ଦେଇଥିଲେ। ବନ୍ଦ ଘରୁ ଅନିତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ଅନିତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେ କାହିଁକି ଆତ୍ମହତ୍ୟା କଲେ ତାହାର କାରଣ ସ୍ପଷ୍ଟ ହୋଇ ନାହିଁ। ପୁଲିସ ମୃତ ଶରୀର ଜବତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.