ମତୁଆଲା ହୋଇ ସାଙ୍ଗରେ ନାଚୁଥିବା ଦର୍ଶକଙ୍କ କାନକୁ କାମୁଡି ଛିଡାଇଦେଲେ ଆଇଟମ୍ ବମ୍ ରାନୀ !

Published By : Prameya-News7 Bureau | February 25, 2019 IST

ଭୁବନେଶ୍ବର ୨୫|୨: ସଚ୍ଚିଦାନନ୍ଦ ଗଣନାଟ୍ୟର ଆଇଟମ୍‌ ଗାର୍ଲ ରାନୀଙ୍କ ଆଇଟମ୍‌ ଡ୍ୟାନ୍ସ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଖଣ୍ଡଗିରି ମେଳାର ଯାତ୍ରା ମହାକୁମ୍ଭରେ ରାନୀଙ୍କ ବ୍ଲାଉଜ୍ ଖୋଲା ଦୃଶ୍ୟ ଏବେବି ଲୋକଙ୍କ ମନରୁ ଲିଭିନଥିବା ବେଳେ ଏବେ ଆଉ ଏକ ଘଟଣା ପଦାକୁ ଆସିଛି । ଜଣେ ଦର୍ଶକଙ୍କ କାନକୁ ରାନୀ କାମୁଡି ରକ୍ତାକ୍ତ କରିଦେଇଥିବା ଆଲୋଚନା ହେଉଛି । ଫଳରେ ଦର୍ଶକ ଜଣକ ଯାତ୍ରା ଅଧା ଦେଖି ଫେରିଯାଇଛନ୍ତି । ତେବେ ଏ ସଂପର୍କରେ ପୋଲିସ ପାଖରେ କୌଣସି ଅଭିଯୋଗ ହୋଇନାହିଁ । ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଖଣ୍ଡଗିରି ପୋଲିସ କହିଛି ।

{"id":88549,"width":571,"height":745}

ସୂଚନାଯୋଗ୍ୟ ଯେ, ସଚ୍ଚିଦାନନ୍ଦ ଗଣନାଟ୍ୟର ଆଇଟମ୍‌ ଗାର୍ଲ ରାନୀଙ୍କ ଆଇଟମ୍‌ ଡ୍ୟାନ୍ସ ଦେଖିବାକୁ ସାଙ୍ଗମାନଙ୍କ ସହ ଆସିଥିଲେ ଭରତ (ଛଦ୍ମନାମ) ନାମକ ଜଣେ ଯୁବକ । ଡ୍ୟାନ୍ସର ମଜା ନେବାକୁ ସେ ଆଗ ଧାଡିରେ ଟିକେଟ୍‌ କାଟିଥିଲେ । ରାତି ସାଢେ ୧୨ ଟାରେ ମେଲୋଡି ଆରମ୍ଭ ହୋଇଥିଲା । ଦୁଇ ତିନିଟି ଗୀତ ପରେ ରାନୀ ପେଣ୍ଡାଲ୍‌ ଉପରକୁ ଆସିଥିଲେ । ନିଜ ମତୁଆଲା ଡ୍ୟାନ୍ସରେ ଦର୍ଶକଙ୍କୁ ପାଗଳ କରିଥିଲେ । ଦର୍ଶକ ବି ମତୁଆଲା ହୋଇ ରାନୀଙ୍କ ସହ ତାଳ ଦେଇ ନାଚୁଥିଲେ । ଦର୍ଶକଙ୍କୁ ଆହୁରି ମତୁଆଲା କରିବାକୁ ରାନୀ ପେଣ୍ଡାଲ୍‌ ଡେଇଁ ତଳକୁ ଆସିଥିଲେ । ଦର୍ଶକଙ୍କ ସହ ନାଚିଥିଲେ । ଏହି ସମୟରେ ଭରତ ରାନୀଙ୍କ ପାଖକୁ ଆସି ନାଚିଥିଲେ । ମଉକା ଦେଖି ରାନୀଙ୍କୁ ଜବରଦସ୍ତ ଆଲିଙ୍ଗନ ମଧ୍ୟ କରିଥିଲେ । ଏହି ଘଟଣା ପରେ ରାନୀ ନାଚି ନାଚି ପେଣ୍ଡାଲ୍‌କୁ ପଳାଇଥିଲେ । କିଛି ସମୟ ପରେ ରାନୀ ରାଗ ତମତମ ହୋଇ ପୁଣି ଦର୍ଶକଙ୍କ ଭିତରକୁ ଫେରିଥିଲେ । ଭରତଙ୍କ ଯୁବକଙ୍କ ସହ ନାଚିଥିଲେ । ଯୁବକଙ୍କୁ ଆଲିଙ୍ଗନ ବାହାନାରେ ତାଙ୍କ କାନ କାମୁଡି ଛିଡାଇ ଦେଇଥିଲେ । ଫଳରେ ଯୁବକ ଜଣଙ୍କ କ୍ଷତାକ୍ତ ହୋଇଥିଲେ ।

{"id":88550,"width":576,"height":687}

ଏସବୁ ଘଟଣା ପରେ କିଛି ଦର୍ଶକ ହୋହଲ୍ଲା କରିଥିଲେ । ଯାତ୍ରା ପରିଚାଳନା କମିଟି ସଦସ୍ୟ ବୁଝା ସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ତା’ପରେ ଯାତ୍ରା ଆରମ୍ଭ ହୋଇଥିଲା । ଏତେ ବଡ଼ ଘଟଣା ଘଟିଲା ପରେ ମଧ୍ୟ ପୋଲିସ ପାଖରେ ଘଟଣା ନେଇ କିଛି ବି ଖବର ନଥିବା ଜଣାପଡିଛି ।

{"id":88551}

ବର୍ଷକୁ ବର୍ଷ ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ଅଶ୍ଳୀଳତା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଏହିଠାରୁ ହିଁ ଯାତ୍ରା ପାର୍ଟି ଗୁଡ଼ିକର ବେପାର ବର୍ଷ ଆରମ୍ଭ ହୋଇଥାଏ, ଦର୍ଶକ ନିଜ ଆଡକୁ ଆକୃଷ୍ଟ କରିବାକୁ ନାନା ଉପାୟ ଆପଣାଇଥାନ୍ତି । ଏ ବର୍ଷ ପ୍ରାୟ ସବୁ ପାର୍ଟି ଆଇଟମ୍‌ ଗାର୍ଲଙ୍କ ଅଶ୍ଳୀଳ ନାଚ ଜରିଆରେ ଦର୍ଶକଙ୍କୁ ଆକୃଷ୍ଟ କରୁଥିବା ଦେଖିବାକୁ ମିଳୁଛି । ଏହି ଆଇଟମ୍‌ ଗାର୍ଲଙ୍କ ସମ୍ପର୍କରେ ମଧ୍ୟ ମାଇକ୍ ଜରିଆରେ ସହର ସାରା ବୁଲି ପ୍ରଚାର କରୁଛନ୍ତି । ଆଇଟମ୍‌ ଗାର୍ଲଙ୍କୁ ଦେଖିବା ପାଇଁ ନାହିଁ ନଥିବା ଭିଡ ମଧ୍ୟ ଜମୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.