scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହିନ୍ଦୁସ୍ତାନ ୟୁନିଲିଭରକୁ ଟପିଲା ଆଇଟିସି: ଉପଭୋକ୍ତା ସାମଗ୍ରୀ ବିକ୍ରିରେ ହେଲା ନମ୍ବର ୱାନ

24/07/2023 at 6:50 PM

ନୂଆଦିଲ୍ଲୀ: ଏସିଆର ବଡ଼ ସିଗାରେଟ ନିର୍ମାତା କମ୍ପାନୀ ‘ଆଇଟିସି’ ବର୍ତ୍ତମାନ ଦେଶର ଏକ ନମ୍ବର ଫାଷ୍ଟ ମୁଭିଂ କଞ୍ଜ୍ୟୁମର ଗୁଡ୍ ଷ୍ଟକ୍ କମ୍ପାନୀ(ଯେଉଁ କମ୍ପାନୀ ଗ୍ରାହକ ସମ୍ପର୍କିତ ଦୈନ୍ୟନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଉତ୍ପାଦନ କରି ଥାଏ- ଯଥା, ଖାଦ୍ୟ,ପାନୀୟ, ଟୋବାକୋ ଏବଂ ଫାର୍ମାଶୁଟିକାଲ) ହେବାକୁ ଯାଉଛି। ହିନ୍ଦୁସ୍ତାନ ୟୁନିଲିଭରକୁ ପଛରେ ପକାଇ କମ୍ପାନୀ ଭାରତର ଦ୍ରୁତ ପହଞ୍ଚ ରଖୁଥିବା ଉପଭୋକ୍ତା ସାମଗ୍ରୀ ପ୍ରଦାନକାରୀ କମ୍ପାନୀ ହେବାକୁ ଯାଉଛି।

ଆରମ୍ଭରୁ ଏହି କମ୍ପାନୀ ସିଗାରେଟ୍ ବ୍ୟବସାୟରେ ନିଜର ପ୍ରତିଷ୍ଠା କରିଥିଲା। ଏହାପରେ ହୋଟେଲ, ପେପର ଏବଂ ଗ୍ରାହକ ସମ୍ପର୍କୀତ ଉତ୍ପାଦନ ବ୍ୟବସାୟରେ ପ୍ରବେଶ କରିଥିଲା। ସୋମବାର ଏହି କମ୍ପାନୀ  ଆୟ ତୁଳନାରେ ହିନ୍ଦୁସ୍ତାନ ୟୁନିଲିଭରକୁ ପଛରେ ପକାଇ ଦେଇଛି।  

ସୋମବାର(ଗୋଟି ଦିନରେ) ଏହାର ମୂଲ୍ୟ ୬.୧ ଟ୍ରିଲିୟନ ଟଙ୍କା(୭୪ ବିଲିୟନ ଆମେରିକୀୟ ଡଲାର) ହୋଇଛି। ଅପରପକ୍ଷରେ ୬.୦୯ ଟ୍ରିଲିୟନ ଟଙ୍କା ଥିବା ହିନ୍ଦୁସ୍ତାନ ୟୁନିଲିଭର ପଛରେ ପଡ଼ିଯାଇଛି। ନିଫ୍‌ଟିର ସବୁ ୫୦ ଷ୍ଟକ୍ ମଧ୍ୟରେ ସିଗାରେଟ୍ ନିର୍ମାତା କମ୍ପାନୀ ଆଇଟିସି ଗତ  ୧୨ ମାସରେ ୭୦ ପ୍ରତିଶତ ଆୟ କରିଛି। ଅନ୍ୟପଟେ କୋଭିଡ୍ ପରେ ହିନ୍ଦୁସ୍ତାନ ୟୁନିଲିଭରରେ ମାନ୍ଦାବସ୍ଥା ଦେଖା ଦେଇଛି।

ପଢ଼ନ୍ତୁ-ବିକ୍ରି ହେଲା ଆଦାନୀ ଗ୍ରୁପର ଏହି କମ୍ପାନି, ବିଦେଶୀ ଫାର୍ମ କଲା ବଡ଼ ଡିଲ୍

ଗୋଟିଏପଟେ କମ୍ପାନୀର ଦ୍ରୁତ ଅଗ୍ରଗତି ହେଉଥିବା ବେଳେ ହୋଟେଲ୍ ଶିଳ୍ପକୁ ଡିମର୍ଜ(ମୂଳ କମ୍ପାନୀ ଠାରୁ ଅଲଗା କରି ସ୍ୱାଧୀନ ଭାବରେ ପରିଚାଳନା କରିବା) କରିବ କମ୍ପାନୀ। ଏନେଇ ମଞ୍ଜୁରୀ ମିଳିସାରିଛି। ଅଲଗା ହେବାକୁ ଯାଉଥିବା କମ୍ପାନୀରେ ଆଇଟିସିର ୪୦ ପ୍ରତିଶତ ଅଂଶଧନ ରହିବ। ଅର୍ଥାତ୍ ନୂଆ ସବ୍‌ସିଡାରୀରେ ସବୁଠାରୁ ବଡ଼ ଅଂଶ ଆଇଟିସିର ରହିବ। ତେବେ ଡିମର୍ଜ ଖବର ଆସିବା ମାତ୍ରେ କମ୍ପାନୀ ଶେୟାର ଦୁଇ ପ୍ରତିଶତ ହ୍ରାସ ପାଇଛି। ହେଲେ ଏକ୍ସପର୍ଟମାନେ ଏହାକୁ ଲାଭକାରୀ ପଦକ୍ଷେପ ବୋଲି କହିଛନ୍ତି।

ସୋମବାର କମ୍ପାନୀ ଡିମର୍ଜ ନେଇ ଆଇଟିସି କହିଛି ଯେ ହୋଟେଲ୍‌ ବ୍ୟବସାୟକୁ କମ୍ପାନୀ ତାର ମୂଳ ବ୍ୟବସାୟ ସିଗାଟେର୍ ଓ ଖାଦ୍ୟ ସାମଗ୍ରୀ ଠାରୁ ଅଲଗା କରିବ। ନୂଆ କମ୍ପାନୀର ନାଁ ରହିବ ଆଇଟିସି ହୋଟେଲ୍ ଏଲ୍‌ଟିଡି। ଏଥିରେ ଆଇଟିସିର ୪୦ ପ୍ରତିଶତ ରହିବାକୁ ଥିବା ବେଳେ ବାକି ୬୦ ପ୍ରତିଶତ କମ୍ପାନୀର ଶେୟାର ହୋଲ୍‌ଡରମାନଙ୍କର ରହିବ।     

ପଢ଼ନ୍ତୁ-ଏଲନ ମସ୍କଙ୍କୁ ମୋଦି ସରକାରଙ୍କ ଝଟକା, ଭାରତରେ ଟେସଲାର ଏଣ୍ଟ୍ରି ପୂର୍ବରୁ ସ୍ପଷ୍ଟ କଲେ ନୀତି

   Related Posts