ଘାଟି ତଳକୁ ଖସିଲା ଆଇଟିବିପି ଯବାନଙ୍କ ବସ୍ : ଯାତ୍ରା କରୁଥିଲେ ୩୯ ସୁରକ୍ଷାକର୍ମୀ

Published By : Prameya-News7 Bureau | August 16, 2022 IST

ନୂଆଦିଲ୍ଲୀ, ୧୬|୦୮:  ଘାଟି ତଳକୁ ଖସିଲା ଆଇଟିବିପି ଯବାନଙ୍କ ବସ ।  ଜମ୍ମୁ-କାଶ୍ମୀରର ଚନ୍ଦନବାଡିରେ ମଙ୍ଗଳବାର ଏକ ବଡ ଦୁର୍ଘଟଣା ଘଟିଛି । ଅମରନାଥ ଯାତ୍ରା ଡ୍ୟୁଟିରେ ନିୟୋଜିତ ଥିବା ଆଇଟିବିପି ଯବାନଙ୍କ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏବେସୁଦ୍ଧା ଅଘଟଣରେ ୬ ଜଣ ଯବାନ ପ୍ରାଣ ହରାଇଥିବା ସୂଚନା ମିଳିଛି ।

wp:html /wp:html

ବସରେ ପ୍ରାୟ ୩୯ ଜଣ ଯବାନ ଥିଲେ । ସେମାନେ ଅମରନାଥ ଯାତ୍ରା ଡ୍ୟୁଟି ସାରି ଫେରୁଥିଲେ । ତେବେ ପହଲଗାମ୍ ଯିବା ରାସ୍ତାରେ ବସଟି ବ୍ରେକ୍ ଫେଲ୍ ହୋଇଯାଇଥିଲା । ଫଳରେ ଏହା ଘଟି ତଳକୁ ଖସି ଯାଇଥିଲା । ଏଥିରେ ୩୭ ଜଣ ଆଇଟିବିପି ଓ ୨ ଜଣ ଜମ୍ମୁ-କାଶ୍ମୀର ପୋଲିସର ଯବାନ ଥିଲେ ।

ଅଘଟଣରେ ଏବେସୁଦ୍ଧା ୬ ଜଣ ଯବାନ ପ୍ରାଣ ହରାଇଥିବା ଜଣାପଡିଛି । ଆଗକୁ ଏହି ସଂଖ୍ୟା ବଢିପାରେ । ଆହୁରି ମଧ୍ୟ ୧୦ରୁ ଅଧିକ ଯବାନ ଗୁରୁତର ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.