ଗାଇଡଲାଇନର ଏକ ଶବ୍ଦର ଅର୍ଥ ପାଇଁ ବଢିଗଲା ଲୋକଙ୍କ ଉତ୍କଣ୍ଠା, ଇଟାଲୀରେ ଲକଡାଉନ୍ ଭାଙ୍ଗି ଖୋଜିଲେ ଡିକ୍ସିନାରୀ

Published By : Prameya-News7 Bureau | May 02, 2020 IST

ରୋମ, ୦୧।୦୫:  ଇଟାଲୀରେ ଗତ ୮ ସପ୍ତାହ ହେଲା ଲକଡାଉନ୍ ଜାରି ରହିଛି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ଗ୍ୟୁସେପ୍ କାନ୍ତେ ଯେତେବେଳେ ଦେଶରେ ଲକଡାଉନ୍ କୋହଳ କଥା କହିଥିଲେ ସେତେବେଳେ ଦେଶବାସୀ ଡିକ୍ସିନାରୀରେ କିଛି ଶବ୍ଦ ଖୋଜିବାକୁ ଲାଗିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମେ ୪ରୁ ଇଟାଲୀବାସୀଙ୍କୁ କନଜ୍ୟୁନିଟୀ ସହ ନିଜ ଘରେ ପରିସୀମା ମଧ୍ୟରେ ବୁଲିବା ପାଇଁ  ଅନୁମତି ମିଳିବ । କନଜ୍ୟୁନିଟୀ ଏକ ଇଟାଲୀ ଶବ୍ଦ ଯାହାର ଅର୍ଥ ସାଧାରଣତଃ ସମ୍ପର୍କୀୟ, ପ୍ରିୟଜନ । ଲକଡାଉନ୍ ସମୟରେ ଲୋକଙ୍କୁ କେବଳ ଅତ୍ୟାବଶ୍ୟକୀୟ ସେବା, ରାସନ କିଣିବା ଭଳି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ବାହାରକୁ ଯିବାକୁ ଅନୁମତି ମିଳିବ ।

ଏହି ଘୋଷଣା ପରେ ଇଟାଲୀବାସୀ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି । କେଉଁ ସମ୍ପର୍କୀୟ, କେଉଁ ସମ୍ପର୍କ, ଭାଇ-ଉଉଣୀ ନା ପରିଜନ ବୋଲି ସେମାନେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଏହି ସମୟରେ ଅଧିକାଂଶ ବ୍ୟକ୍ତି ଡିକ୍ସନାରୀରେ କନଜ୍ୟୁନିଟୀ ଶବ୍ଦର ଅର୍ଥ ଖୋଜିବା ନେଇ ଦେଖିବାକୁ ମିଳିଥିଲା । ଏହି ଶବ୍ଦକୁ ନେଇ ଇଟାଲୀରେ ଅନେକ ଋଢି ରହିଛି । କନଜ୍ୟୁନିଟୀ ଇଟାଲୀବାସୀଙ୍କ ଜୀବନ ସହ ଓତଃପ୍ରୋତ ଭାବେ ଜଡିତ କାରଣ ଏଠାରେ ପ୍ରାୟ ସମସ୍ତେ ନିଜ ନିଜ ସମ୍ପର୍କୀୟଙ୍କ ଘର ପାଖରେ ବସବାସ କରିଥାନ୍ତି ।

ଘୋଷଣା କରିବାର ପରଦିନ ପ୍ରଧାନମନ୍ତ୍ରୀ ଏହି ଭ୍ରମକୁ ଦୂର କରିବା ପାଇଁ ସାମ୍ନାକୁ ଆସିଥିଲେ । କିନ୍ତୁ ଲୋକମାନେ ଆହୁରି ଭ୍ରମିତ ହୋଇଯାଇଥିଲେ । ସେ କହିଥିଲେ ଯେ, କନଜ୍ୟୁନିଟୀ ଏକ ଉଦାର ଓ ବ୍ୟାପକ ଫର୍ମୁଲା । ଏହା ଅର୍ଥ ଇଟାଲୀବାସୀ ସେମାନଙ୍କ ସମ୍ପର୍କୀୟଙ୍କ ଘରକୁ ଯାଇପାରିବେ । ଏଥିରେ ଦାଦା-ଖୁଡି, ଜେଜବାପା-ଜେଜେ ମାଆ ଆଦି ସାମିଲ ଅଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.