୩୦ ରୁଷ କୂଟନୀତିଜ୍ଞଙ୍କୁ ନିଜ ଦେଶରୁ ବହିଷ୍କାର କଲା ଇଟାଲୀ, ରୁଷ କହିଲା- ପରିଣାମ ଭୋଗିବ

Published By : Prameya-News7 Bureau | April 05, 2022 IST

ନୂଆଦିଲ୍ଲୀ ୦୫।୦୪: ଇଟାଲୀ ସୁରକ୍ଷାଜନିତ ଚିନ୍ତା କାରଣରୁ ୩୦ ରୁଷ କୂଟନୀତିଜ୍ଞଙ୍କୁ ନିଜ ଦେଶରୁ ବହିଷ୍କାର କରିଛି। ଏ ନେଇ ଇଟାଲୀ ରୁଷର ରାଜଦୂତଙ୍କୁ ତଲବ କରିଛି। ରୁଷ ସରକାରୀ ନ୍ୟୁଜ୍ ଏଜେନ୍ସି ଟାସ୍ ଇଟାଲୀର ବୈଦେଶିକ ମନ୍ତ୍ରୀ ଲୁଇଗି ଡି ମାଓଙ୍କ ସୂତ୍ରରୁ ଏହି ଖବର ଦେଇଛି।

ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ଅନେକ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଏହି ପରି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଏହା ପୂର୍ବରୁ ପୋଲାଣ୍ଡ ପ୍ରାୟ ୪୫ ରୁଷ ରାଷ୍ଟ୍ରଦୂତଙ୍କୁ ଗୁପ୍ତଚର ଅଭିଯୋଗରେ ନିଷ୍କାସିତ କରିଥିଲା। ଏବେ ଏହାକୁ ଅନୁସରଣ କରିଛି ଇଟାଲୀ। ୟୁକ୍ରେନ ଉପରେ ଆକ୍ରମଣ ପରେ ନିଜର ସୁରକ୍ଷାକୁ ଦୃଷ୍ଟିରେ ରଖି ଇଟାଲୀ ଏହି କଡା ପଦକ୍ଷେପ ନେଇଛି।  ମାମଲାକୁ ନେଇ ରୁଷ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜଖାରୋଭା କହିଛନ୍ତି, ରୁଷ ଏହାର ଉଚିତ୍ ଜବାବ ଦେବ। ଇଟାଲୀକୁ ଏହାର ପରିଣାମ ଭୋଗିବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.