ବିଶ୍ବର ପ୍ରଥମ କରୋନା ଟୀକା ସଫଳ, ଦାବି କଲେ ଇଟାଲୀ ବୈଜ୍ଞାନିକ

Published By : Prameya-News7 Bureau | May 06, 2020 IST

ରୋମ ୬।୫ : ସାରା ବିଶ୍ବରେ ଦ୍ରୁତ ଗତିରେ କରୋନା ଭାଇରସ୍ ବିସ୍ତାର କରିବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ଯେମିତି ବଢୁଛି ମୃତକଙ୍କ ସଂଖ୍ୟା ମଧ୍ୟ ସେହିପରି ବଢି ବଢି ଚାଲିଛି । ବର୍ତ୍ତମାନ ସୁଦ୍ଧା ସାରା ବିଶ୍ବରେ ୩,୬୬୨,୬୯୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨,୫୭,୨୩୯ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଏହି ମହାମାରୀ ସଂକ୍ରମଣରୁ ୧,୧୯୮,୮୦୨ ଲୋକ ସୁସ୍ଥ ହୋଇସାରିଲେଣି । ଏହି ରୋଗର ମୁକାବିଲା ପାଇଁ ଟୀକା କିମ୍ବା ଔଷଧ ବିକଶିତ କରିବାରେ ସାରା ବିଶ୍ବର ବୈଜ୍ଞାନିକମାନେ ଉଦ୍ୟମ ଜାରି ରଖିଛନ୍ତି ।

ଏହି ସମୟରେ ଇଟାଲୀ ଦାବି କରିଛି ଯେ, କରୋନା ଭାଇରସ୍ ଟୀକା ତିଆରି କରିବାରେ ଏହା ସଫଳତା ପାଇଛି। ଆରବ ନ୍ୟୁଜରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କୋଭିଡ-୧୯ ଟୀକା ତିଆରି କରିବାରେ ଇଟାଲୀ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି ଯାହା ମନୁଷ୍ୟ ଉପରେ ମଧ୍ୟ ପ୍ରଭାବଶାଳୀ ଅଟେ । ରୋମର 'ସଂକ୍ରାମକ ରୋଗ ସ୍ପାଲାନଜାନି ହସ୍ପିଟାଲ'ରେ କରାଯାଇଥିବା ଏକ ପରୀକ୍ଷା ଉପରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, କରୋନା ଭାଇରସ୍ ଟୀକା ମୂଷାଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି କରିଛି, ଯାହା ମନୁଷ୍ୟ କୋଷ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଔଷଧ ପ୍ରସ୍ତୁତକାରୀ ସଂସ୍ଥା ତାକିଜ୍ ର ସିଇଓ ଲିଲିଗ ଆରିସିଚିଓ ଇଟାଲୀର ନ୍ୟୁଜ୍ ଏଜେନ୍ସୀ ANSAକୁ କହିଛନ୍ତି ଯେ, ଇଟାଲୀରେ ଟୀକାର ପରୀକ୍ଷଣ କରୁଥିବା କ୍ୟାଣ୍ଡିଡେଟ୍ ର ଏହା ହେଉଛି ସବୁଠାରୁ ଉନ୍ନତ ପର୍ଯ୍ୟାୟ ।

ଟୀକା ପରୀକ୍ଷା କରିବା ପାଇଁ ବୈଜ୍ଞାନିକମାନେ ମୂଷାମାନଙ୍କୁ ବ୍ୟବହାର କରିଥିଲେ। ଏକକ ଟୀକାକରଣ ପରେ, ସେମାନେ ମୂଷାଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହେଉଥିବା ଦେଖିଲେ ଯାହା ମନୁଷ୍ୟ କୋଷକୁ ପ୍ରଭାବିତ କରୁଥିବା କରୋନା ଭାଇରସକୁ ରୋକିପାରେ | ଗ୍ରୀଷ୍ମ ଋତୁ ପରେ ଟୀକାକରଣର ହ୍ୟୁମାନ ଟ୍ରାଏଲ ଆରମ୍ଭ ହେବ ବୋଲି ଆରିସିସିଓ ଆଶା କରିଛନ୍ତି।

ରିପୋର୍ଟ ଅନୁଯାୟୀ, ଏହି ସମୟ ମଧ୍ୟରେ ୫ଟି ଟୀକା କ୍ୟାଣ୍ଡିଡେଟ୍ ବହୁ ସଂଖ୍ୟକ ଆଣ୍ଟିବଡି ସୃଷ୍ଟି କରିଥିଲେ, ଯାହା ପରେ ଅନୁସନ୍ଧାନକାରୀମାନେ ସର୍ବୋତ୍ତମ ଫଳାଫଳ ସହିତ ୨ଟି ଚୟନ କରିଥିଲେ। ଏହି ସମସ୍ତ ଟୀକା ଡିଏନ୍ଏ ପ୍ରୋଟିନ୍ 'ସ୍ପାଇକ୍'ର ଜେନେଟିକ୍ ସାମଗ୍ରୀ ଉପରେ ଆଧାରିତ |

ଅନୁସନ୍ଧାନକାରୀମାନେ ରିପୋର୍ଟରେ କହିଛନ୍ତି, 'ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରୁଥିବା ଏପର୍ଯ୍ୟନ୍ତ ଆମର ୫ଟି ଟୀକା କ୍ୟାଣ୍ଡିଡେଟ୍ ର କରୋନା ଭାଇରସ୍ ଉପରେ ପ୍ରଭାବ ପକାଇଛି । ଟୀକାର ଦ୍ବିତୀୟ ବ୍ୟବହାରରେ, ଆମେ ଭଲ ଫଳାଫଳ ପାଇବାକୁ ଆଶା କରୁଛୁ |

'ତାକିଜ୍'ର ଡକ୍ଟର ଇମାନୁଏଲ୍ ମାରା କହିଛନ୍ତି ଯେ, ଏହି ଟୀକା କ୍ୟାଣ୍ଡିଡେଟ୍ସ କ୍ରମାଗତ ଭାବରେ ଯେକୌଣସି ପ୍ରକାରର କରୋନା ଭାଇରସ୍ ଉପରେ ପ୍ରଭାବ ପକାଇପାରିବେ।

ସୂଚନାଯୋଗ୍ୟ ଯେ, ଇଟାଲୀ ହେଉଛି ବିଶ୍ୱର ତୃତୀୟ ଦେଶ ଯେଉଁଠାରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ସର୍ବାଧିକ । ଏଠାରେ ୨ ଲକ୍ଷରୁ ଅଧିକ ଲୋକ କରୋନା ପଜିଟିଭ୍ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୨୯,୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି ।

ଅନ୍ୟପଟେ ଏଭଳି ସଙ୍କଟ ମଧ୍ୟରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ନଫତାଲି ବେନେଟ ସୋମବାର ଦାବି କରିଥିଲେ ଯେ, ଦେଶର ବୈଜ୍ଞାନିକ ଏହି ମହାମାରୀର ଟୀକା ବାହାର କରି ଦେଇଛନ୍ତି । ଇସ୍ରାଏଲର ଯେଉଁ ଅତ୍ୟାଧୁନିକ ପ୍ରତିରକ୍ଷା ଜୈବିକ ସଂସ୍ଥା କରୋନା ଭାଇରସ୍‌ ଟୀକା ବାହାର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.