oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଇଟାଲି ପୋଲିସ କଣ୍ଟେନରରୁ ଜବତ କଲା ପାଖାପାଖି ୮,୪୭୫ କୋଟି ଟଙ୍କାର କୋକେନ

1/01/2022 at 11:25 PM

ନୂଆଦିଲ୍ଲୀ ୦୧/୦୧ :  ଇଟାଲି ପୋଲିସ ଶୁକ୍ରବାର ଦକ୍ଷିଣ ଆମେରିକାର ଏକ କଣ୍ଟେନରରୁ ୩ଟନରୁ ଅଧିକ ଶୁଦ୍ଧ କୋକେନ ପାଇଛି। ପୋଲିସ ଓ ସୀମାଶୁଳ୍କ ଅଧିକାରୀ ଦକ୍ଷିଣ ଇଟାଲିର କାଲାବ୍ରିଆ ସ୍ଥିତ ଜିଓଆ ଟାଉରୋରେ ଥିବା ବନ୍ଦରରେ ରେଡ କରି କଦଳୀ, ଚିନାବାଦାମ ଓ ଗୋଲମରିଚ ପେଟି ଭିତରେ ଥିବା ପାଖାପାଖି ୨.୩ ଟନ ଡ୍ରଗ୍ସକୁ ଜବତ କରିଛି। ସେହିଭଳି ୱାସିଙ୍ଗ ମେସିନ ଓ କଦଳୀ ଥିବା ଏକ ଟ୍ରକରୁ ୮୫୦ କି.ଗ୍ରା.ର କୋକେନ ଜବତ କରାଯାଇଛି। ପରେ ସେହି ଟ୍ରକର ଡ୍ରାଇଭରକୁ ଗିରଫ କରାଯାଇଛି।

ଡ୍ରଗ୍ସ ଦକ୍ଷିଣ ଆମେରିକାର କେଉଁ ଦେଶରୁ ଆସିଥିଲା ଓ ଏହା କେଉଁ ଜାଗାକୁ ନିଆଯାଇ ଥାଆନ୍ତା ସେ ବିଷୟରେ   ପୋଲିସ କିଛି କହିନାହିଁ। ପୋଲିସ ଅନୁମାନ କରିଛି ଅନ୍ୟ ଏଜେଣ୍ଟମାନଙ୍କ ସହିତ ମୁଲଚାଲ କଲେ ଏହାର ଆନୁମାନିକ ମୂଲ୍ୟ ପାଖାପାଖି ୧.୧୩ ବିଲିୟନ ଡଲାର ବା  ୮,୪୭୫ କୋଟି ଟଙ୍କା ହେବ। ପୋଲିସ ଆହୁରି କହିଛି ଏହି ଡ୍ରଗ୍ସ ବହୁତ ଶୁଦ୍ଧ ହୋଇଥିବାରୁ ଏହା ମାର୍କେଟକୁ ଆସିବା ପୂର୍ବରୁ ବ୍ୟବସାୟୀମାନେ ଏହାକୁ ଚାରିଥର ମୁଲଚାଲ କରିଥାଆନ୍ତେ।

ସବୁଠାରୁ ଶକ୍ତିଶାଳୀ ‘ନନ୍ଦ୍ରଘେଟା’ ମାଫିଆଦଳର ଆଡ୍ଡାସ୍ଥଳୀ କାଲାବ୍ରିଆକୁ କୁହାଯାଏ। ଏହି ମାଫିଆ ଦଳ କୋକେନ ବ୍ୟବସାୟରେ ମାହିର ହୋଇଥିବା ବେଳେ ସେମାନେ ୟୁରୋପର ୮୦ ଭାଗ ବ୍ୟବସାୟକୁ ନିୟନ୍ତ୍ରଣ କରନ୍ତି।       

   Related Posts