ରୋମ୍ରେ ଆଖିବୁଜା ଗୁଳିମାଡ଼, ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ବନ୍ଧୁଙ୍କ ସହ ୩ ମୃତ
12/12/2022 at 3:22 PM

ନୂଆଦିଲ୍ଲୀ, ୧୨/୧୨: ଆଖିବୁଜା ଗୁଳିଚାଳନାରେ ୩ ମହିଳାଙ୍କ ମୃତ୍ୟୁ। ରବିବାର ରୋମ୍ରେ ଜଣେ ବନ୍ଧୁକଧାରୀ ବ୍ୟକ୍ତି ଆଖିବୁଜା ଗୁଳିଚାଳନା କରିଥିଲେ। ଯେଉଁଥିରେ ଇଟାଲୀର ପ୍ରଧାନମନ୍ତ୍ରୀ ଜୟୋର୍ଜିୟା ମେଲୋନୀଙ୍କ ବନ୍ଧୁଙ୍କ ସହ ତିନି ମହିଳାଙ୍କ ମୃତ୍ୟୁ ହୋଇଛି। ଏକ ଆପାର୍ଟମେଣ୍ଟରେ ଏକ ବୈଠକ ହେଉଥିବା ଏହି ଘଟଣା ଘଟିଥିଲା। ଘଟଣାରେ ବନ୍ଧୁଙ୍କ ଫଟୋ ସେୟାର କରି ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମେଲୋନୀ ।
ପୋଲିସର ସୂଚନା ଅନୁଯାୟୀ, ଗୁଳି ଚଳାଇଥିବା ୫୭ ବର୍ଷୀୟ ଆତତାଇକୁ ଗିରଫ କରିଛି ପୋଲିସ । ବନ୍ଧୁକଧାରୀ ସ୍ଥାନୀୟ ଅଞ୍ଚଳର ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ତାଙ୍କର ରେସିଡେଣ୍ଟ ଆସୋସିଏସନ ସହ ଅନେକ ଦିନରୁ ବିବାଦ ଥିଲା । ପ୍ରତିଶୋଧ ପରାୟଣ ହୋଇ ରବିବାର ମିଟିଂରେ ପହଞ୍ଚି ସେଠାରେ ଆଖିବୁଜା ଗୁଳିଚଳାଇଥିଲେ । ଗୁଳିମାଡ଼ରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି।