ଇଟାଲୀ ଇତିହାସରେ ପ୍ରଥମ: ସଂସଦ ଭିତରେ ନିଜ ପୁଅକୁ ସ୍ତନ୍ୟପାନ କରାଇଲେ ମହିଳା ସାଂସଦ, ସବୁ ଦଳ କଲେ ସମର୍ଥନ
8/06/2023 at 4:30 PM

ନୂଆଦିଲ୍ଲୀ: ଇଟାଲୀରେ ଜଣେ ମହିଳା ସାଂସଦ ପ୍ରଥମ ଥର ସଂସଦରେ ନିଜ ସନ୍ତାନକୁ ସ୍ତନ୍ୟପାନ (ବ୍ରେଷ୍ଟ ଫିଡ୍) କରାଇଛନ୍ତି । ସାଂସଦ ଜିଲ୍ଡା ସ୍ପୋର୍ଟିୟେଲୋ ସଂସଦର ଗୃହ ଭିତରେ ନିଜ ପୁଅକୁ ସ୍ତନ୍ୟପାନ କରାଉଥିଲେ, ଯାହାକୁ ଦେଖି ସେଠାରେ ଉପସ୍ଥିତ ଅନ୍ୟ ସାଂସଦମାନେ ତାଳି ମାରି ତାଙ୍କର ଏହି ପଦକ୍ଷେପକୁ ସ୍ୱାଗତ କରିଥିଲେ ।
ଅନେକ ଦେଶରେ ଏଭଳି ଘଟଣାକୁ ସାମାନ୍ୟ ବୋଲି କୁହାଯାଇଥାଏ, କିନ୍ତୁ ଇଟାଲୀ ପରି ପୁରୁଷ ପ୍ରାଧ୍ୟାନ୍ୟ ଦେଶରେ ଏହି ଘଟଣା ଥିଲା ପ୍ରଥମ । ସଂସଦ ଅଧିବେଶନକୁ ଅଧ୍ୟକ୍ଷତା କରୁଥିବା ଜିୟୋର୍ଜିୟୋ ମୁଲେ କହିଛନ୍ତି- ‘ପ୍ରଥମ ଥର ଏପରି ହୋଇଛି । ଜିଲ୍ଡା ସ୍ପୋର୍ଟିୟେଲୋଙ୍କୁ ସ୍ୱତନ୍ତ୍ର, ଦୀର୍ଘ ଏବଂ ଶାନ୍ତିପୂର୍ଣ୍ଣ ଜୀବନ ପାଇଁ ଶୁଭକାମନା । ଏବେ ଆମେ ଧୀରେ କହିବୁ’।
ଗତ ବର୍ଷ ନଭେମ୍ୱରର ସଂସଦୀୟ ନିୟମ ପ୍ୟାନେଲ ମହିଳା ସାଂସଦଙ୍କୁ ନିଜ ସନ୍ତାନଙ୍କ ସହ ଗୃହରେ ପ୍ରଦେଶ ପାଇଁ ଅନୁମତି ଦେଇଥିଲେ । ଏହାସହ ଏକ ବର୍ଷ ବୟସର ପିଲାଙ୍କୁ ବ୍ରେଷ୍ଟଫିଡ୍ କରାଇବା ପାଇଁ ଅନୁମତି ପ୍ରଦାନ କରିଥିଲେ ।
ପଢନ୍ତୁ: ‘ପିଏମ ମୋଦୀ ଆସୁଛନ୍ତି ଆମେ ଭାରତୀୟ ଭିଜା ବ୍ୟବସ୍ଥା ଠିକ କରିବା ପାଇଁ କଣ କରୁଛେ’; ଆମେରିକା ସଂସଦରେ ଉଠିଲା ପ୍ରଶ୍ନ
ସ୍ପୋର୍ଟେୟେଲୋ କହିଛନ୍ତି, ‘ସମୟ ନ ମଳିବା କାରଣରୁ ଅନେକ ମହିଳା ନିଜ ସନ୍ତାନଙ୍କୁ ସନ୍ତ୍ୟପାନ କରାଇବା ବନ୍ଦ କରିଦେଇଛନ୍ତି । ଏପରି କରିବା ଠିକ୍ ନୁହେଁ, କିନ୍ତୁ କାମ କାରଣରୁ ସେମାନେ ଏପରି କରିବାକୁ ବାଧ୍ୟ ହୋଇଥାଆନ୍ତି’। ଗତ ବର୍ଷ ଅକ୍ଟୋବରରେ ଦୁଇ-ତୃତୀୟାଂଶ ପୁରୁଷ ସାଂସଦଙ୍କ ମଧ୍ୟରେ ଜିୟୋର୍ଜିୟା ମିଲୋନୀ ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।
Also Read:ଅଗ୍ନି ପ୍ରାଇମ୍ ମିସାଇଲ୍ର ସଫଳ ପରୀକ୍ଷଣ, DRDO ପକ୍ଷରୁ ସୂଚନା