suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ୮୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଓଡ଼ିଶା, ୧୯୩୬ରେ ଗଠନ ହୋଇଥିଲା ପ୍ରଥମ ଭାଷା ଭିତିକ ରାଜ୍ୟ
  • ||
  • ପଶ୍ଚିମାଝଡର ପ୍ରଭାବ: ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଅସରାଏ ବର୍ଷାରେ ଭିଜିଲା ଟ୍ୱିନସିଟି
  • ||

ଏୟାରଫୋର୍ସର ଦୁଇଟି ବିମାନ କ୍ରାସ୍‌, ପାଇଲଟ ମୃତ

8/03/2023 at 12:02 PM

ନୂଆଦିଲ୍ଲୀ ୦୮।୦୩ : ଇଟାଲୀର ରାଜଧାନୀ ରୋମ ନିକଟରେ ଅଘଟଣ । ଏୟାରଫୋର୍ସର ଦୁଇଟି ବିମାନ ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ ଦୁଇ ଜଣ ପାଇଲଟଙ୍କର ମୃତ୍ୟୁ ହୋଇଯାଇଛି । ଇଟାଲୀ ପ୍ରଧାନମନ୍ତ୍ରୀ ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଇଟାଲୀ ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ରେ ଆହୁରୀ ମଧ୍ୟ ଲେଖିଛନ୍ତି ଯେ, ମଙ୍ଗଳବାର ନିୟମିତ ଭାବେ ଟ୍ରେନିଂ ପାଇଁ ଯାଇଥିଲେ ବିମାନ ।  ଏହି ସମୟରେ ହଠାତ୍‌ ଗାଇଡୋନିଆରେ ନିକଟରେ ଏହି ପରୀକ୍ଷଣ ସମୟରେ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହାଫଳରେ ବିମାନରେ ଥିବା ଦୁଇ ଜଣ ପାଇଲଟଙ୍କର ମୃତ୍ୟୁ ହୋଇଯାଇଛି ।  

ଏଠାରେ କହିରଖୁଛି ଯେ, ଦୁର୍ଘଟଣାଗ୍ରସ୍ତ ବିମାନ U-208 ଏକ ଲାଇଟ୍‌ ଓଜନ ଥିବା ସିଙ୍ଗଲ ଇଞ୍ଜିନ୍‌ ବିଶିଷ୍ଟ ପ୍ଲେନ୍‌ । ଯେଉଁଥିରେ ୪ଜଣ ଯାତ୍ରୀ ଯାଇପାରିବେ । ବିମାନଟି ଅତ୍ୟଧିକ ୨୮୫ କିମି ବେଗରେ ଯାଇପାରେ ।

ବିମାନ ଦୁର୍ଘଟଣା ପରେ ମୃତକଙ୍କ ପରିବାର ପ୍ରତି ପ୍ରଧାନମନ୍ତ୍ରୀ ଶୋକ ବେଦନା ଜଣାଇଛନ୍ତି । ସେହିପରି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ହେଲେ ବିମାନ କିଭଳି ପରିସ୍ଥିତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ସେନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

   Related Posts