oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୪ଘଣ୍ଟାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ହେବ ଲଘୁଚାପ : ୬ ଯାଏଁ ବର୍ଷିବ, ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

3/08/2020 at 7:08 PM

ଭୁବନେଶ୍ବର ୩।୮: ଆସୁଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ ଘନୀଭୂତ ହେବ । ଏହାର ପ୍ରଭାବରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବ । ଏଥିଲାଗି ରାଜ୍ୟର କିଛି ଜିଲ୍ଲା ପାଇଁ ଅରେଞ୍ଜ ଓ ଆଉ କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏପଟେ ଆଜି ରାଜଧାନୀ ସମେତ କିଛି ଅଞ୍ଚଳରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଛି ।

ଲଘୁଚାପଜନିତ ସମ୍ଭାବ୍ୟ ବର୍ଷା ଲାଗି ୪ ତାରିଖ ଦିନ ୭ଟି ଜିଲ୍ଲା ଯଥା ବୌଦ୍ଧ, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, ଯାଜପୁର, ଅନୁଗୋଳ, ଢେଙ୍କାନାଳ ଜିଲ୍ଲାଗୁଡିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୫ ତାରିଖରେ ୬ ଜିଲ୍ଲାକୁ ଅରେଞ୍ଜ ଓ ୪ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଦିଆଯାଇଛି ।  ୬ ତାରିଖରେ ଆଭ୍ୟନ୍ତରୀଣ ଜିଲ୍ଲା ସହିତ ୩ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଦିଆଯାଇଛି । ଲଘୁଚାପ ପ୍ରଭାବରେ ପବନର ବେଗ ୪୦ରୁ ୫୦ କି.ମି. ରହିବ । ତେବେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

ସେପଟେ ମୌସୁମୀ ବାୟୁ ଉଭାନ ଯୋଗୁଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ୧୭ପ୍ରତିଶତରୁ କମ୍ ବର୍ଷା ରେକର୍ଡ କରାଯାଇଛି । ୧୩ ଜିଲ୍ଲାରେ ସ୍ଥିତି ସଙ୍ଗୀନ ରହିଛି । ନିଅଣ୍ଟିଆ ବର୍ଷା ଦୃଷ୍ଟିରୁ ପୁରୀରେ ୫୨ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି ।

   Related Posts