ଜୁନ୍ ୧୬ ରୁ ୨୨ ପ୍ରବଳ ବର୍ଷିବ, ୧୪ ପରେ କମିବ ତାପମାତ୍ରା
10/06/2023 at 2:06 PM

ଭୁବନେଶ୍ୱର ୧୦/୦୬: ସାରା ରାଜ୍ୟରେ ଅହସ୍ୟ ଖରା । ତାତିରେ ଆଉଟୁପାଉଟୁ ରାଜ୍ୟବାସୀ । ଖରାର ପ୍ରକୋପରେ ହନ୍ତସନ୍ତ ଲୋକେ । ଏହାରି ଭିତରେ ପାଣିପାଗ ବିଭାଗ ଭିତରୁ ନଜର ଆସିଛି ଆଶ୍ୱସ୍ତିକର ଖବର । ଜୁନ୍ ୧୬ରୁ ୨୨ ତାରିଖ ମଧ୍ୟରେ ରାଜ୍ୟରେ ହେବ ବର୍ଷା । ଏମିତିକି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ସାପ୍ତାହିକ ପୂର୍ବାନୁମାନରେ ରାଜ୍ୟରେ ଅଧିକ ବର୍ଷା ହେବା ନେଇ ଆକଳନ କରିଛି ବିଭାଗ । ଫଳରେ ତାତିରୁ ଆଶ୍ୱସ୍ତି ମିଳିପାରେ ବୋଲି ଅନୁମାନ କରାଯାଉଛି । ସେପଟେ ଆସନ୍ତା ୪ ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ଜାରି ରହିବ ଗ୍ରୀଷ୍ମ ପ୍ରଭାବ । ୧୪ରୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି । ଏନେଇ ସ୍ପଷ୍ଟ କରିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ ।