ଫେବୁଆରୀ ୧୫ରୁ ଅନୁଭୂତ ହେବ ଗରମ, ୩୫ ରୁ ୩୭ ଡିଗ୍ରୀ ପର୍ଯ୍ୟନ୍ତ ରହିବ ତାପମାତ୍ରା

Published By : Prameya-News7 Bureau | January 10, 2023 IST

ଭୁବନେଶ୍ଵର:  ଆସନ୍ତା ଫେବୁଆରୀ ୧୫ ଠାରୁ ଗରମ ଅନୁଭବ ହେବ । ଏନେଇ ପୁର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ସରତ ସାହୁ। ୩୫ ରୁ ୩୭ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ଥିବା ଜଣାପଡ଼ିଛି ।ଏପଟେ ରାଜ୍ୟରେ ଏବେ ଶତ ହ୍ରାସ ପାଇବ ବୋଲି କହିଛନ୍ତି ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାସ।

ଚଳିତ ବର୍ଷ ଗ୍ରୀଷ୍ମର ପ୍ରଭାବ ଫେବୁଆରୀ ମାସରୁ ଆରମ୍ଭ ହେବ । ଫେବୁଆରୀ ୧୫ ଠାରୁ ବଢ଼ିବ ତାପମାତ୍ରା। ପାଖାପାଖି ୩୫ ରୁ ୩୭ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହେବାର ସମ୍ଭାବନା ରହିଥିବା ପୁର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ । ଚଳିତ ବର୍ଷ ରାଜ୍ୟରେ ପଶ୍ଚିମ ବାୟୁ ପ୍ରଭାବ ପଡ଼ିନଥିବାରୁ ଶୀତ ଦିନିଆ ବର୍ଷା ହୋଇନଥିବାରୁ  ଖରା ଅଧିକ ହେବାକୁ ନେଇ ପୁର୍ବାନୁମାନ କରାଯାଉଛି । ତେବେ ଏହାର ସଠିକ ଆକାଳନ ଫେବୁଆରୀ ମାସରେ ଜଣା ପଡ଼ିବ । କିନ୍ତୁ ଅନୁମାନ କରାଯାଉଛି ଏଥର ଗ୍ରୀଷ୍ମ ପ୍ରଭାବ ମଧ୍ୟ ଅଧିକ ରହିବ ବୋଲି କହିଛନ୍ତି ଶରତ ଚନ୍ଦ୍ର ସାହୁ।

ଲାଲିନୋ ପ୍ରଭାବ ଥିଲେ ଖରା ମଧ୍ୟ ଅଧିକ ହୋଇଥାଏ । ତେବେ ଚଳିତ ବର୍ଷ ଲାଲିନୋ ପ୍ରଭାବ ଥିବାରୁ ଖରା ହେବାକୁ ନେଇ ମନା କରାଯାଇ ପାରିବ ନାହିଁ ବୋଲି ପାଣିପାଗ ବୈଜ୍ଞାନିକ କହିଛନ୍ତି । କିନ୍ତୁ ଏହାର ପୁର୍ବାନୁମାନ ଫେବୁଆରୀ ମାସରେ ଜଣା ପଡ଼ିବ ବୋଲି ସେ କହିଛନ୍ତି । ଏପଟେ ରାଜ୍ୟରେ ୩ ଦିନ ପର୍ଯ୍ୟନ୍ତ ଶୀତ ଲହରି ଅନୁଭୁତ ହୋଇଥିବା ବେଳେ ଏହା ପ୍ରଭାବ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ୨୪ ଘଣ୍ଟା ପରେ ରାଜ୍ୟରେ ରାତି ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଓଚଳିତ ବର୍ଷ ଶୀତ ଅଧିକ ପଡ଼ିନଥିବା ବେଳେ ମାତ୍ର ୪ ଦିନ ଶୀତ ଲହରି ଅନୁଭୁତ ହୋଇଛି । ଯାହାକି ୨୦୨୦ରେ ୧୨ ଦିନ ପର୍ଯ୍ୟନ୍ତ ଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.