ଗଲଓ୍ବାନ ସଂଘର୍ଷରେ ପ୍ରାଣ ହରାଇଥିବା ଚୀନ ସୈନିକଙ୍କ ସ୍ମାରକୀ ସହ ଫଟୋ ଉଠାଇ ଫସିଲେ ବ୍ଲଗର, ମିଳିଲା ଏହି ଦଣ୍ଡ

Published By : Prameya-News7 Bureau | November 15, 2021 IST

ନୂଆଦିଲ୍ଲୀ ୧୫/୧୧: ଭାରତୀୟ ଯବାନମାନଙ୍କ ସହ ଗଲଓ୍ବାନ ଘାଟି ସଂଘର୍ଷରେ ଜୀବନ ହରାଇଥିବା ଚୀନ ସୈନିକଙ୍କ ସମାଧି ପାଖରେ ଫଟୋ ଉଠାଇ ଫସିଲେ ଟ୍ରାଭେଲ୍‌ ବ୍ଲଗର । ତାଙ୍କୁ ୭ ମାସ ଜେଲ ଦଣ୍ଡ ମିଳିଥିବା ବେଳେ ୧୦ ଦିନ ମଧ୍ୟରେ ଗଣମାଧ୍ୟମରେ କ୍ଷମା ପ୍ରାର୍ଥନା କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ବ୍ଲଗର ଲି କିକ୍ସିୟନ ଜୁଲାଇ ୧୫ ତାରିଖରେ କାରକୋରମ ପର୍ବତରେ ଥିବା କାଙ୍ଗବାକ୍ସି ସହିଦ ଶ୍ମଶାନକୁ ଯାତ୍ରା କରିଥିଲେ ।

ସେ ପ୍ରଥମେ ସହିଦ ନାମ ଲେଖାଥିବା ପଥରରେ ପାଦ ରଖିଥିଲେ। ଏହା ପରେ ସହିଦ ସ୍ମାରକୀକୁ  ଆଉଜି ଛିଡ଼ା ହୋଇଥିଲେ। ଗଲଓ୍ବାନ ଘାଟି ସଂଘର୍ଷରେ ଜୀବନ ଦେଇଥିବା ଚୀନ ଯବାନଙ୍କ ପାଇଁ ନିର୍ମିତ ସ୍ମାରକୀ ପାଖରେ ଛିଡ଼ା ହୋଇ ବ୍ଲଗର ଅନଲାଇନ୍‌​‌ରେ ଲାଇଭ କରିଥିଲେ। ୫୦୦୦ ବନ୍ଧୁଙ୍କ ସହ ସେ ଏହାକୁ ସେୟାର ମଧ୍ୟ କରିଥିଲେ। ଚୀନରେ ଏହାକୁ ବିରୋଧ କରାଯିବା ପ​‌ରେ ଫଟୋ, ଭିଡିଓ ସବୁ ବ୍ଲଗର ଜଣଙ୍କ ଡିଲିଟ୍‌ କରିଥିଲେ।

କିନ୍ତୁ ପରବର୍ତ୍ତୀ ସମୟରେ ବ୍ଲଗର ଲି ଏହାକୁ ତିତିୟାଓ ନ୍ୟୁଜ୍‌​‌ରେ ପ୍ରସାରଣ କରିଥିଲେ । ସହିଦମାନଙ୍କ ପ୍ରତି କୌଣସି ସମ୍ମାନ ନଥିବା ଅଭିଯୋଗ କରି ଚୀନ ନେଟିଜେନ୍ସ ଲିଙ୍କୁ ସମାଲୋଚନା କରିଥିଲେ। ଏହା ପରେ ପରେ ପିଶନ କାଉଣ୍ଟି ପୋଲିସ ମାମଲାର ଯାଞ୍ଚ କରିଥିଲା। ଲିଙ୍କ ବିରୋଧରେ ଅନେକ ଲୋକ ଏତଲା ମଧ୍ୟ ଦେଇଥିଲେ। ଏବେ କୋର୍ଟ ଲିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୭ ମାସ ଜେଲ୍‌ଦଣ୍ଡ ଏବଂ ସର୍ବାଜନୀନ ଭା​‌ବେ କ୍ଷମା ପ୍ରାର୍ଥନା କରିବାକୁ ଆଦେଶ ଦେଇଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.