TMC ବିଧାୟକ ଜାକିର ହୁସେନଙ୍କ ଘରୁ ୧୧ କୋଟି ଜବତ, ଭୋର ୩:୩୦ରେ ଆୟକର ବିଭାଗର ଚଢଉ

Published By : Prameya-News7 Bureau | January 12, 2023 IST

କୋଲକତା: ଟିଏମସି ବିଧାୟକ ତଥା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ଜାକିର ହୁସେନଙ୍କ ଘରୁ ନଗଦ ୧୧ କୋଟି ଟଙ୍କା ଜବତ କରିଛି ଆୟକର ବିଭାଗ । ଏହି ରାଶି ତାଙ୍କ ଘର ସହ ମିଲକୁ ମିଳିଛି । ଆୟକର ବିଭାଗର ଟିମ୍ ଜାକିର ହୁସେନଙ୍କ ଘରେ ଗୁରୁବାର ସକାଳ ୩.୩୦ରୁ ରେଡ୍ ଆରମ୍ଭ ହୋଇଥିଲା । ଆୟକର ବିଭାଗର ଟିମ ଜାକିର ହୁସେନଙ୍କ ଘର ସହ ତାଙ୍କ ବିଡି ଫ୍ୟାକ୍ଟ୍ରି ଏବଂ ତେଲ ମିଲ୍ ଉପରେ ମଧ୍ୟ ଚଢଉ କରିଛି । ଟିଏମସି ବିଧାୟକଙ୍କ ଦୁଇ ବିଡି ଫ୍ୟାକ୍ଟ୍ରିରୁ ୫.୫ କୋଟି ଟଙ୍କା ନଗଦ ଜବତ କରାଯାଇଛି । ଆୟକର ବିଭାଗର ଅଧିକାରୀ କହିଛନ୍ତି, ପଶ୍ଚିମବଙ୍ଗ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଛି । ଏହି ସମୟରେ ବଡ଼ ପରିମାଣରେ ନଗଦ ରାଶି ଉଦ୍ଧାର କରାଯାଇଛି ।

ମୁର୍ଶିଦାବାର ଜଞ୍ଜୀପୁର ବିଧାନସଭା ଆସନରୁ ଜାକିର ହୁସେନ ବିଧାୟକ ଅଛନ୍ତି । ସେ ମମତା ବାନାର୍ଜୀ ସରକାରରେ ଶ୍ରମ ମନ୍ତ୍ରୀ ରହିଥିଲେ । ଅନ୍ୟ ଜଣ ଆୟକର ଅଧିକାରୀ କହିଛନ୍ତି ଯେ ବିଧାୟକ ହୁସେନଙ୍କ ଘରୁ ୧ କୋଟି ଟଙ୍କା ନଗଦ ଜବତ କରାଯାଇଛି । ଏହାସହ ଚାଉଳ ଏବଂ ଅଟା ମିଲରୁ ୧୦ କୋଟି ଟଙ୍କ ଜବତ କରାଯାଇଛି । ହୁସେନଙ୍କ ବିଡି କାରଖାନା ପରିଚଳନା କରୁଛନ୍ତି ଏବଂ ଅନେକ ସଂସ୍ଥାର ମାଲିକ ଅଛନ୍ତି । ତେବେ ଟିଏମସି ବିଧାୟକ ଦାବି ଯେ ଶ୍ରମିକଙ୍କୁ ପାରିଶ୍ରମିକ ଦେବା ପାଇଁ ଏହି ଟଙ୍କା ରଖାଯାଇଥିଲା । ଏହି ଟଙ୍କାର ସମସ୍ତ ଦସ୍ତାବିଜ ତାଙ୍କ ପାଖରେ ଥିବା ସେ ଦାବି କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.