oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଏପ୍ରିଲ ୧ରୁ ବଦଳିଯିବ ଆୟକର ସମ୍ବନ୍ଧୀୟ ଅନେକ ନିୟମ : ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

31/03/2022 at 2:00 PM

ନୂଆଦିଲ୍ଲୀ,୩୧/୦୩: ଏପ୍ରିଲ ୧ରୁ ଆରମ୍ଭ ହେବାକୁ ଯାଉଛି ନୂତନ ଆର୍ଥିକ ବର୍ଷ । ୧ ତାରିଖରୁ ଅନେକ ନିୟମରେ ପରବର୍ତ୍ତନ ହେବ । ଆୟକର ଓ ବ୍ୟାଙ୍କ୍ ସମ୍ବନ୍ଧୀୟ ଅନେକ ନିୟମ ମଧ୍ୟ ବଦଳିବାକୁ ଯାଉଛି । ଆସନ୍ତୁ ନଜର ପକାଇବା ଏସବୁ ନିୟମ ଉପରେ ।

କ୍ରିପ୍ଟୋ ଉପରେ ଟ୍ୟାକ୍ସ

ଏପ୍ରିଲ ୧ରୁ କ୍ରିପ୍ଟୋ କରେନ୍ସି ଆୟ ଉପରେ ୩୦ ପ୍ରତିଶତ ଟିକସ୍ ଲାଗିବ । ଏହା ଉପରେ ଜୁଲାଇ ୧ରୁ ୧ ପ୍ରତିଶତ ଟିଡିଏସ ମଧ୍ୟ ଲାଗିବ । ସେହିପରି ବ୍ୟକ୍ତିଗତ ଆୟକର ଟିକସ୍ ପାଇଁ ନିଜ ଆକାଉଣ୍ଟର ଅଡିଟ୍ କରିବାକୁ ହେବ । ଯାହାର ଟିଡିଏସ ବାର୍ଷିକ ୫୦୦୦୦ ହେବ ।

ଅପଡେଟେଡ୍ ଆଇଟି ରିଟର୍ଣ୍ଣ କରିପାରିବେ ଫାଇଲ୍

ଏପ୍ରିଲ ୧ରୁ ଆୟକରଙ୍କୁ ଏକ ଭଲ ସୁବିଧା ମିଳିବ । ଯଦି ଆୟକର ଫାଇଲ୍ ବେଳେ କିଛି ଭୁଲ ହୋଇଯାଏ ତେବେ ତ୍ରୁଟି ସୁଧାରିବାକୁ ସୁଯୋଗ ମିଳିବ ।

କର୍ମଚାରୀଙ୍କ କଟିବ ଏନପିଏସ

ଏପ୍ରିଲ ୧ରୁ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ନୂଆ ସୁବିଧା ମିଳିବ  । କର୍ମଚାରୀ ଏବେ ବେସିକ୍ ସାଲାରୀ ବା ଦରମା ଓ ମହଙ୍ଗା ଭତ୍ତାର ୧୪ ପ୍ରତିଶତ ଯାଏଁ ଏନପିଏସ କାଟିବାକୁ ଦାବି କରିପାରିବେ । ଏହା କେନ୍ଦ୍ର ସରକାରଙ୍କ ଏନପିଏସ ଭଳି ସମାନ ହେବ । ଅର୍ଥାତ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ କେନ୍ଦ୍ର କର୍ମଚାରୀ ଭଳି ଲାଭ ମିଳିବ ।

ପିଏଫ୍ ଆକାଉଣ୍ଟ ଉପରେ ଟ୍ୟାକ୍ସ

ପିଏଫ ଆକାଉଣ୍ଟ ଉପରେ ମଧ୍ୟ ପଡିବ ଟିକସ୍ । ଯଦି ପିଏଫରେ ୨ ଲକ୍ଷ ୫୦ ହଜାର ଟଙ୍କାରୁ ଅଧିକ ଟଙ୍କାର ଜମାରାଶି ହୋଇଯାଏ ତେବେ ଟ୍ୟାକ୍ସ ଦେବାକୁ ପଡିବ ।

କୋଭିଡ୍ ୧୯ ଚିକିତ୍ସାରେ ଟିକସ ରିହାତି

ଯଦି କେହି କୋଭିଡ୍ ଚିକିତ୍ସା ପାଇଁ ଅର୍ଥ ପାଇଥାନ୍ତି, ସେହି ଅର୍ଥ ଉପରେ ଟିକସ୍ ଲାଗିବ ନାହିଁ । ଏପରି ୧୦ ଲକ୍ଷ ଟଙ୍କାର ଆୟ ଉପରେ କୌଣସି ଟିକସ୍ ଦେବାକୁ ପଡିବ ନାହିଁ । ସେହିପରି ମୃତ୍ୟୁର ୧୨ ମାସ ଯାଏଁ ମିଳିଥିବା ଅର୍ଥ ଉପରେ ମଧ୍ୟ କିଛି ଟିକସ୍ ଲାଗିବ ନାହିଁ । ତେବେ ଏହି ନିୟମ ଏପ୍ରିଲ ୨୦୨୦ରୁ ପିଛିଲା ଭାବେ ଲାଗୁ ହେବ ।

   Related Posts