ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍ ଘଟଣା, ୨ୟ ଦିନରେ ବି ଚାଲିଛି ଚଢାଉ

Published By : Prameya-News7 Bureau | December 07, 2023 IST

ବଲାଙ୍ଗୀର ୦୭।୧୨ : ବଲାଙ୍ଗୀରରେ ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍‌ ଘଟଣା । ୨ୟ ଦିନରେ ବି ଚାଲିଛି ଆୟକର ବିଭାଗର ରେଡ୍‌ । ବଲାଙ୍ଗୀର, ବୌଦ୍ଧ, ଭୁବନେଶ୍ୱର ଆଦି ବିଭିନ୍ନ ସ୍ଥାନରେ ଚଢାଉ ଚାଲିଥିବା ସୂଚନା ।

{"id":879625,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ବୁଧବାର ଦିନ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଇଟି ରେଡ୍‌ ହୋଇଥିଲା । ଖାସ୍‌ କରି ମଦ ବ୍ୟବସାୟୀଙ୍କ ଘରେ ଆଇଟି ବିଭାଗ ପକ୍ଷରୁ ଚାଲିଥିଲା ରେଡ୍‌ । ଟିଟିଲାଗଡ଼ ସଂଜୟ ସାହୁଙ୍କ ସହ ତାଙ୍କ ବଡ଼ଭାଇ ଦୀପକ ସାହୁଙ୍କ ଘରେ ଆଇଟି ବିଭାଗ ପକ୍ଷରୁ ରେଡ୍‌ ଚାଲିଥିଲା । ଆଜି ମାନେ ୨ୟ ଦିନରେ ବି ଚାଲିଛି ରେଡ୍‌ । ସେହିପରି ବଲାଙ୍ଗୀର ସୁଦପଡ଼ା ରାଜେଶ ସାହୁଙ୍କ ମଦଭାଟି ସହ ଘରେ ମଧ୍ୟ ରେଡ୍‌ ଜାରି ରହିଛି । ଏପିରିକି ବୁଧବାର ରାତିରେ ଟ୍ରକରେ ଜବତ ଟଙ୍କା ନେଇ ଏସ୍‌ବିଆଇ ଶାଖାକୁ ନିଆଯାଇଥିଲା ।

wp:embed {"url":"https://www.prameyanews7.com/team-india-reached-south-africa/","type":"wp-embed","providerNameSlug":"prameya-news-7"}
https://www.prameyanews7.com/team-india-reached-south-africa/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.