ପଦ୍ମପୁରରେ କେନ୍ଦ୍ରୀୟ ଟିମ୍ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
28/11/2022 at 11:07 AM

ପଦ୍ମପୁର ୨୮/୧୧: ବରଗଡ଼ ଜିଲ୍ଲାର ପଦ୍ମପୁରରେ ଏବେ ଉପନିର୍ବାଚନ ଚାଲିଥିବା ବେଳେ ପଦ୍ମପୁର ସଦରର ୩ ଜଣ ବ୍ୟବସାୟୀଙ୍କ ଘରେ ସକାଳୁ ଆୟକର ବିଭାଗ ରେଡ୍ କରିଛି। ଏହି ୩ ଜଣ ବ୍ୟବସାୟୀ ହେଲେ ଏମଡି ସାଜିଦ, ଗଜାନନ ଅଗ୍ରୱାଲ ଓ ମାନଭଞ୍ଜନ ସାହୁ।
ଏହି ୩ ବ୍ୟବସାୟୀ ମିଳିତ ଭାବେ ଏକ ରାଇସ୍ ମିଲ୍ ଚଳାଉଥିବା ବେଳେ ପେଟ୍ରୋଲ ପମ୍ପ, ଟ୍ରାକ ଓ ଟ୍ରାନ୍ସପୋର୍ଟେସନ ବ୍ୟବସାୟ ରହିଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଏମାନଙ୍କର ଶାସକ ଦଳ ସହିତ ଉତ୍ତମ ସମ୍ପର୍କ ରହି ଆସିଥିବା ବେଳେ ବିଜେଡି ଦଳର କିଛି ବଡବଡିଆ ନେତାଙ୍କ ସହିତ ସମ୍ପର୍କ ରହିଆସିଥିବାରୁ ଆଜିର ଆୟକର ବିଭାଗ ରେଡ୍ ପରେ ଚର୍ଚ୍ଚା ଜୋର୍ ଧରିଛି। ତେବେ ଏନେଇ ବର୍ତ୍ତମାନ ସୁଦ୍ଧା ସବିଶେଷ ତଥ୍ୟ ହସ୍ତଗତ ହୋଇପାରିନାହିଁ।
Related Posts
ପାରିବାରିକ କଳହର କରୁଣ ପରିଣତି, ନୁରାବତୀକୁ ମାରିଲା ଗୁଡୁ
31 January 2023