୧୦ ଜିଲ୍ଲାର ୩୯୩୩ ଗାଁରେ ବସିବ ମୋବାଇଲ୍ ଟାୱାର : ଆଇଟି ମନ୍ତ୍ରୀ
16/03/2023 at 1:25 PM

ଭୁବନେଶ୍ବର ୧୬।୩: ଓଡ଼ିଶାର ଟେଲିଡେନସିଟି ଏ ଯାଏଁ କେନ୍ଦ୍ର ସରାକାର ବଢା଼ଉ ନାହାନ୍ତି । ୮୪.୫% ଟେଲିଡେନସିଟି ଆବଶ୍ୟକ ଥିବାବେଳେ ଓଡ଼ିଶାକୁ ମିଳିଛି ୭୬.୦୪% । ଯାହା ୮.୪୬% କମ୍ । କେନ୍ଦ୍ରକୁ ଏ ଦିଗରେ ବାରମ୍ବାର ରାଜ୍ୟ ସରକାର ଚିଠି ଲେଖିଛନ୍ତି । କାରଣ ମୋବାଇଲ ଟାୱାର ସ୍ଥାପନ କରିବା ଓ ଟେଲିଡେନସିଟି ପ୍ରଦାନ କାର୍ଯ୍ୟ କେନ୍ଦ୍ର ସରକାରଙ୍କର । ହେଲେ ସେମାନେ ପଦକ୍ଷେପ ନେଇ ନାହାନ୍ତି ।
ଆକାଂକ୍ଷୀ ଜିଲ୍ଲା ପ୍ରକଳ୍ପରେ ଓଡ଼ିଶାର ୧୦ ଜିଲ୍ଲାର ୩୯୩୩ ଗାଁରେ ଟାୱାର ବସିବାର ଯୋଜନା ଅଛି । ଯେଉଁଥିରୁ ୨୯୭୯ ଟାୱାର କାମ ଚାଲିଛି । ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ ଟାୱାର ପ୍ରତିଷ୍ଠା କରିବା ପାଇଁ ଜମି ଚିହ୍ନଟ କରାଯାଇଛି । ୨୮୧୪ ଗାଁରେ ୧୬୨୮ 4G ଟାୱାର ଲାଗିବ ବୋଲି ଗୃହରେ ଉତ୍ତର ରଖିଛନ୍ତି ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ।