‘ଦାନ୍ତ ଘଷିବାରେ ମୋତେ ଏବେ ଖୁସି ମିଳୁଛି, ପ୍ରତି ମୁହୂର୍ତ୍ତ ଖୁସିରେ ରହିବାକୁ ଚେଷ୍ଟା କରୁଛି’

Published By : Prameya-News7 Bureau | February 28, 2023 IST

ନୂଆଦିଲ୍ଲୀ: ଭାରତର ତାରକା ଓ୍ଵିକେଟ୍ କିପର ବ୍ୟାଟର ଋଷଭ ପନ୍ତ ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ କ୍ରିକେଟ୍‌ ଜଗତରୁ ଦୂରରେ ଅଛନ୍ତି। ପନ୍ତ ସଂପ୍ରତି ଧିରେ ଧିରେ ସୁସ୍ଥ ହେବାରେ ଲାଗିଛନ୍ତି, ତଥାପି ପଡିଆକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ତାଙ୍କୁ ଅନେକ ମାସ ଲାଗିବ। ଦୁର୍ଘଟଣା ପରଠୁ ପନ୍ତଙ୍କ ଜୀବନ ଶୈଳୀକୁ ନେଇ ଦୃଷ୍ଟିକୋଣରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି। ସେ ଏବେ ଛୋଟ ଛୋଟ ଜିନିଷରୁ ଖୁସି ସାଉଁଟିବାକୁ ଚେଷ୍ଟା କରୁଛନ୍ତି। ଏବେ ପନ୍ତ ନିଜର ମାଇଣ୍ଡସେଟ୍‌କୁ ନେଇ ଖୁଲାସା କରିଛନ୍ତି ଏବଂ ନିଜର ଦୈନନ୍ଦୀନ ଜୀବନକୁ ନେଇ ସୂଚନା ଦେଇଛନ୍ତି।

ପନ୍ତ କହିଛନ୍ତି, ମୁଁ ପୂର୍ବାପେକ୍ଷା ଏବେ ଟିକେ ଭଲ ଅଛି। ଆଶା କରୁଛି ଭଗବାନଙ୍କ କୃପାରୁ ଏବଂ ଡାକ୍ତରୀ ଦଳଙ୍କ ସହଯୋଗରେ ମୁଁ ବହୁତ ଶୀଘ୍ର ସଂପୂର୍ଣ୍ଣ ସୁସ୍ଥ  ହୋଇଯିବି। ମୋ ପକ୍ଷେ ଏହା କହିବା ମୁସ୍କିଲ ଯେ, ମୋ ଆଖପାଖ ସବୁ କିଛି ସକରାତ୍ମକ  ହୋଇ ଯାଇଛି ନା ନକରାତ୍ମକ।

wp:html
/wp:html

ହେଲେ ମୋତେ ବର୍ତ୍ତମାନ ନିଜର  ଜୀବନକୁ ନେଇ ଦେଖିବାର ଦୃଷ୍ଟିକୋଣ ମିଳି ଯାଇଛି। ଆଜି ମୁଁ ଛୋଟ ଛୋଟ ଜିନିଷକୁ ମହତ୍ଵ ଦେଉଛି ଏବଂ ଏହାର ଆନନ୍ଦ ଉଠାଉଛି। ଏମିତି ଦୈନନ୍ଦନୀ କିଛି କାମ ରହିଛି ଯାହାକୁ ଆମେ ଅଣଦେଖା କରିଥାଉ। ଆଜି ପ୍ରତ୍ୟେକ ଲୋକ କଠୋର ପରିଶ୍ରମ କରି କିଛି ହାସଲ କରିବା ଦୌଡରେ ଅଛନ୍ତି। ମାତ୍ର ଆମେ ସଂପ୍ରତି ସେହି ଛୋଟ ଛୋଟ  ଜିନିଷକୁ ଭୁଲି ଯାଉଛୁ ଯାହା ଆମକୁ ପ୍ରତିଦିନ ଖୁସି ଦେଇଥାଏ।

wp:heading {"level":4}

ଏ ଖବର ପଢନ୍ତୁ- ଦୁର୍ଘଟଣା ପରେ ପ୍ରଥମ ଥର ନିଜ ଫଟୋ ସେୟାର କଲେ ପନ୍ତ, ଲେଖିଲେ ଏମିତି ଯାହା ଆପଣଙ୍କ ହୃଦୟ ଛୁଇଁଯିବ

/wp:heading

ପନ୍ତ କହିଛନ୍ତି, ଦୁର୍ଘଟଣା ପରଠୁ ଖାସ୍ କରି ମୋତେ ପ୍ରତିଦିନ ଦାନ୍ତ ଘଷିବା ଏବଂ ଖରାରେ ବସିବାରେ ଖୁସି ମିଳୁଛି। ଏମିତି ଲାଗୁଛି ନିଜ ଉଦ୍ଦେଶ୍ୟକୁ ହାସଲ କରିବା ଉଦ୍ୟମରେ ଯେମିତି ଆମେ ନିଜ ଜୀବନର ନିୟମିତ କାମକୁ ବହୁତ ହାଲୁକା ଭାବେ ନେଇ ଯାଇଛେ। ମୋର ସବୁଠୁ ବଡ ହୃଦବୋଧ ଏବଂ ବାର୍ତ୍ତା ଏହା ଯେ, ପ୍ରତିଦିନ ନିଜକୁ ସୌଭାଗ୍ୟଶାଳୀ ଅନୁଭବ କରିବା ହିଁ ଏକ ଆଶୀର୍ବାଦ। ଏହା ହେଉଛି ମୋର ଦୃଷ୍ଟିକୋଣ ଯାହା ମୁଁ ଦୁର୍ଘଟଣା ପରେ ଆପଣେଇ ନେଇଛି। ମୁଁ ବର୍ତ୍ତମାନ ଯେଉଁ ରାସ୍ତାରେ ଅଛି, ସେଠାରେ  ପ୍ରତି ମୁହୂର୍ତ୍ତର ଆନନ୍ଦ ନେବା ମୋ ପାଇଁ ଏକ ବଡ ଶିକ୍ଷା।

ପନ୍ତ ପ୍ରତିଦିନ ତିନି ଓଳି ଫିଜିଓଥେରାପୀ  ନେଉଛନ୍ତି, ଯଦ୍ଵାରା ସେ ଶୀଘ୍ର ପଡିଆକୁ ପ୍ରତ୍ୟାବର୍ତ୍ତନ କରି ପାରିବେ। ସେ କହିଛନ୍ତି ମୁଁ କାର୍ଯ୍ୟସୂଚୀ ଅନୁସାରେ ନିଜର ଦୈନନ୍ଦୀନ ରୁଟିନକୁ ମାନିବାକୁ ଚେଷ୍ଟା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.