vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଜଣାପଡୁନି କୋଭିଡ ଟିକାନେଲେ କାହିଁକି ଜମାଟ ବାନ୍ଧୁଛି ରକ୍ତ : ବ୍ରିଟିଶ ଡାକ୍ତର

12/09/2021 at 2:50 PM

ଲଣ୍ଡନ ୧୨।୯: କୋଭିଡ ଟିକାକରଣ ପରେ ପ୍ରତିରକ୍ଷା ପ୍ରଣାଳୀରେ ଏପରି କଣ ପ୍ରତିକ୍ରିୟା ସୃଷ୍ଟି  ହେଉଛି ଯାହା ଶରୀରରେ ରକ୍ତ ଜମାଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ପେଲେଟଲେଟସ୍‌ର ଉପଯୋଗ କରୁଛି ତାହା ଏବେବି ଅଜ୍ଞାତ। ଏହା କହିଛନ୍ତି ପ୍ରଶିଦ୍ଧ ବ୍ରିଟିଶ ଡାକ୍ତର ରୂପେନ ଆର୍ୟ। ଆୟୁଟଲୁକ୍ ସହ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ କୋଭିଡ-୧୯ରେ ଥ୍ରୋମ୍ବୋସିସ୍‌ ସାଧାରଣ କଥା। ଯୁକ୍ତରାଷ୍ଟ୍ରରେ ଉଭୟ ଅକ୍ସଫର୍ଡ ଆଷ୍ଟ୍ରେଜେନେକା ଓ ଫାଇଜର ବାୟୋ ଏନଟେକ୍‌ ଟିକା ପରେ ଲୋକଙ୍କଠାରେ ଏପରି ଅନେକ ଲକ୍ଷଣ ଦେଖାଯାଇଛି।

ତେବେ ଟିକା ଦ୍ୱାରା ଇମ୍ୟୁନ ଥ୍ରୋମ୍ବୋସାଇଟୋପେନିଆ ଏବଂ ଥ୍ରୋମ୍ବୋସିସ୍ (ଭିଆଇଟିଟି) ଭଳି ବରିଳ ଘଟଣା ମାର୍ଚ୍ଚମାସରେ ପ୍ରଥମେ  ୟୁରୋପରେ ଚିହ୍ନଟ ହୋଇଥିଲା। ଯେଉଁଥିରେ ଲୋକଙ୍କ ଠାରେ ପାଲେଟଲେଟ୍ ହ୍ରାସ ମଧ୍ୟ ଦେଖାଯାଇଥିଲା। ସାଧାରଣରେ ପାଲେଟଲେଟ୍ ରକ୍ତସ୍ରାବକୁ ରୋକିଥାଏ। ତେବେ ସକ୍ରିୟ ହେଲେ ବହଳ ହେବା ଯୋଗୁ ଥ୍ରମ୍ବୋସିସ୍ ହୋଇପାରେ। ଭିଆଇଟିଟି ଗୁରୁତର ଓ କେତେକ କ୍ଷେତ୍ରରେ ପ୍ରାଣଘାତକ ବୋଲି ଡା.ଆର୍ୟ କହିଛନ୍ତି। ଏହା ବିଶେଷ କରି ମସ୍ତିଷ୍କକୁ ପ୍ରଭାବିତ କରିବା ଭଳି ରକ୍ତସ୍ରୋତ ଜମାଟ କଲେ ପରିସ୍ଥିତିକୁ ଅଧିକ ଜଟିଳ କରିଦେଇଥାଏ। 

ଭିଆଇଟିଟି ସମସ୍ୟା କେବଳ ଅକ୍ସଫର୍ଡ ଆଷ୍ଟ୍ରାଜେନେକା ଓ ଜନସନ ଏଣ୍ଡ ଜନସନ୍ କୋଭିଡ ଟିକାରେ ହେଉଥିବା ଦେଖା ଯାଉଛି। ବିଶେଷ କରି ଟିକାର ପ୍ରଥମ ଡୋଜ ନେବା ପରେ ଲୋକେ ଏହି ସମସ୍ୟାର ଶିକାର ହୋଇଥିବା ଡାକ୍ତର ଆର୍ୟ କହିଛନ୍ତି। ତେବେ ବିରଳ ଭିଆଇଟିଟି ସମସ୍ୟା ୫୦ ବର୍ଷରୁ ଅଧିକ ବୟସ୍କଙ୍କଠାରେ ଦେଖାଯାଇଛି। କାରଣ ଏହି ବୟସ୍କଙ୍କ ପ୍ରତିରକ୍ଷା ପ୍ରଣାଳୀ ହିଁ କିଛି ଏମିତି ଯାହା ଟିକା ପ୍ରତି ପ୍ରତିକ୍ରିୟା ସମ୍ଭାବନା ଅଧିକ ରହୁଛି ବୋଲି ସେ କହିଛନ୍ତି।

ଟିକା ସୁରକ୍ଷା ଏକ ଉତ୍ତମ ପ୍ରତିରକ୍ଷା ପ୍ରତିକ୍ରିୟା ଉପରେ ନିର୍ଭର କରେ। ତେବେ ଭିଆଇଟିଟିରେ ପ୍ରତିରକ୍ଷା ପ୍ରଣାଳୀ ଲାଗି ହୁଏତ ଓଭରଡ୍ରାଇଭ ସମସ୍ୟା ସୃଷ୍ଟି କରୁଛି ବୋଲି ଡା. ଆର୍ୟ କହିଛନ୍ତି। ତେବେ ୟୁରୋପରେ ଅକ୍ସଫର୍ଡ ଆଷ୍ଟ୍ରାଜେନେକା ଟିକାର ଲକ୍ଷଲକ୍ଷ ଡୋଜ ଲୋକଙ୍କୁ ଦିଆଯାଇଛି ଓ ସେମାନେ ସମସ୍ତେ ସୁରକ୍ଷିତ ଥିବା ଦେଖା ଯାଇଛି। ତେବେ ପ୍ରାୟ ୧ ଲକ୍ଷ ଟିକାକରଣରେ ଗୋଟେ ଅଧେ ଭିଆଇଟିଟି ସମସ୍ୟା ଦେଖା ଯାଇଥିବା ଡା. ଆର୍ୟ କହିଛନ୍ତି। ତେବେ ୫୦ ବର୍ଷରୁ ଅଧିକ ବୟଷ୍କଙ୍କ କ୍ଷେତ୍ରରେ ଏହା ଦୁଇଗୁଣାରୁ ଅଧିକ ଥିବା ଦେଖାଯାଇଛି।

   Related Posts