ହୀନ୍ଦ ମହାସାଗରରେ ଯୁଦ୍ଧ ହେଲେ ଭାରତ ଉପରେ ଭାରିପଡିବେନିତ ପାକିସ୍ତାନୀ ବୁଡ଼ା ଜାହାଜ?

Published By : Prameya-News7 Bureau | December 31, 2022 IST

କରାଚୀ ୩୧।୧୨: ଭାରତ ଓ ପାକିସ୍ତାନ ୧୯୭୧ ମସିହା ଯୁଦ୍ଧକୁ ଭାରତ ବିନା ବୁଡାଜାହାଜରେ ଲଢିଥିଲା ଓ ଏଥିରେ ପାକିସ୍ତାନୀ ବୁଡା ଜାହାଜ ପିଏନଏସ୍ ଗାଜିକୁ ପାଣି ତଳେ ଧ୍ୱଂସ କରିଦେଇଥିଲା। ଏହି ଯୁଦ୍ଧକୁ ଏବେ ୫୧ ବର୍ଷ ପୁରଣ ହୋଇଛି। ୧୯୯୯ ମସିହାରେ କାରଗିଲ ଯୁଦ୍ଧ ବେଳେ ଭାରତୀୟ ନୌସେନା ଚୁପାଚାପ ପାକିସ୍ତାନର ମୁକାବିଲା କରିଥିଲା। ଡିସେମ୍ବର ୮ରେ ଭାରତୀୟ ନୌସେନା ବୁଡାଜାହାଜ ଦିବସ ପାଳନ କରିଛି। ଏହି ଅବସରରେ ନେଭି ଭେଟେରାନ ଏ ବାବଦେ ଢେର ଆଲୋଚନା କରିଛନ୍ତି।

ଭେଟେରାନମାନେ ସୋସିଆଲ ମିଡିଆରେ ପରସ୍ପରକୁ ଶୁଭେଚ୍ଛା ତ ଜଣାଇଥିଲେ ସାଙ୍ଗରେ ନୌସେନାର ବୁଡାଜାହାଜ ଭେଳାକୁ ନେଇ ଚିନ୍ତା ମଧ୍ୟ ବ୍ୟକ୍ତ କରିଛନ୍ତି। ଏଥିରେ ଭେଟେରାନମାନେ ନୌସେନାରେ ବୁଡା ଜାହାଜ ଅଭାବ ଯୋଗୁ ପାକିସ୍ତାନ ଭଳି ଦେଶଙ୍କ ବିରୋଧରେ ଭାରତର ଅଣ୍ଡର ୱାଟର କ୍ଷମତା ଉପରେ ପଡୁଥିବା ଚାପ ନେଇ ମଧ୍ୟ ଆଲୋଚନା  ହୋଇଛି। ୮ ଡିସେମ୍ବର ୧୯୬୭ରେ ଭାରତକୁ ପ୍ରଥମ ବୁଡା ଜାହାଜ ରୂପେ ଆଇଏନଏସ୍‌ କଲାଭରୀ ମିଳିଥିଲା। ଗତ ଡିସେମ୍ବର ୨୦ ତାରିଖ ଦିନ ନୌସେନାକୁ ସ୍କର୍ପିୟନ କ୍ଲାସ୍ ପଞ୍ଚମ ବୁଡାଜାହାଜ ‘ୱଜିର’ ମିଳିଛି।

{"id":727468,"sizeSlug":"full","linkDestination":"none"}

ଏହି ବୁଡ଼ାଜାହାଜକୁ ମୁମ୍ବାଇସ୍ଥିତ ମଝଗାଓଁ ଡକ୍ ଶିପବିଲ୍ଡର୍ସରେ ଫ୍ରାନ୍ସର ମିଳିତ ସହଯୋଗରେ ନିର୍ମାଣ କରାଯାଇଛି। ଏହା ଭାରତୀୟ ନୌସେନାର ପ୍ରୋଜେକ୍ଟ-୭୫ର ଅଂଶବିଶେଷ। ଏହି ପ୍ରକଳ୍ପରେ ନୌସେନାକୁ ୬ଟି ବୁଡ଼ାଜାହାଜ ମିଳିବାକୁ ଥିବା ବେଳେ ଷଷ୍ଠ ଜାହାଜର ଏବେ ପରୀକ୍ଷଣ ଚାଲିଛି। ଭାରତର ଏବେ ୧୫ଟି ପାରମ୍ପରିକ ଓ ଗୋଟିଏ ପରମାଣୁ ବୁଡାଜାହାଜ ରହିଛି। ତେବେ ଏହି ବୁଡାଜାହାଜ ଭେଳା ପ୍ରାୟ ୩ ଦଶନ୍ଧୀ ପୁରୁଣା।

ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁସାରେ ଭାରତକୁ ମୋଟ ୩୦ଟି ବୁଡା ଜାହାଜର ଆବଶ୍ୟକତା ପଡୁଛି। ତେବେ ୨୪ଟି ହେଲେ କାମ ଚଳିବ। ଏହା ସେହି ଯୋଜନା ଯାହାକୁ ୧୯୯୯ ମସିହାରେ ହୋଇଥିବା କାର୍ଗିଲ ଯୁଦ୍ଧ ପରେ ଗଠନ କରାଯାଇଥିବା କ୍ୟାବିନେଟ୍ ସୁରକ୍ଷା କମିଟି ମଞ୍ଜୁର କରିଥିଲେ। ଏହି ଯୋଜନାରେ ନୌସେନାକୁ ୨୦୧୨ ମସିହା ସୁଦ୍ଧା ୧୨ ଡିଜେଲ ବୁଡାଜାହାଜ ଓ ୨୦୩୦ ସୁଦ୍ଧା ଆଉ ୧୨ଟି ବୁଡାଜାହାଡ ମିଳିବାକୁ ଥିଲା। ତେବେ ନିର୍ମାଣରେ ହେଉଥିବା ବିଳମ୍ବ ଏବେ ପ୍ରତିରକ୍ଷା ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି।

{"id":727469,"sizeSlug":"full","linkDestination":"none"}

ଭାରତର ପ୍ରଥମ ପରମାଣୁ ଶକ୍ତି ସମ୍ପନ୍ନ ବୁଡା ଜାହାଜ ଆଇଏନଏସ୍ ଚକ୍ର ରହିଛି। ଯାହାକୁ ଋଷିଆରୁ ଲିଜ୍‌ରେ ଅଣାଯାଇଛି। ତେବେ ଭାରତ ଲାଗି ଚୀନ୍‌ ଏବେ ସବୁଠୁ ବଡ ବିପଦ ପାଲଟିଛି। ଏପରିକି ପାକିସ୍ତାନ ନୌସେନାଠାରୁ ମଧ୍ୟ ଭାରତର ଅଣ୍ଡରୱାଟର କ୍ଷମତା କମିଛି । ଏଥିରେ ପାକିସ୍ତାନ ନୌସେନା ଏବେ ଭାରତୀୟ ନୌସେନାଠୁ ଅଧିକ ଶକ୍ତିଶାଳୀ ହେଉଥିବା ଦେଖାଯାଉଛି। ଏଣୁ ଭାରତକୁ ଏବେ ତାର ଅଣ୍ଡର ୱାଟର କ୍ଷମତାକୁ ବଢାଇବା ଜରୁରି ହୋଇପଡିଛି ବୋଲି ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି।

ପାକିସ୍ତାନ ୨୦୧୫ ମସିହାରେ ଚୀନ୍‌ ସହ ଏକ ରାଜିନାମା ସ୍ୱାକ୍ଷର କରିଥିଲା। ଏହି ରାଜିନାମା ଅନୁସାରେ ପାକିସ୍ତାନ ଲାଗି ଚୀନ୍‌ ୮ଟି ୟୁଆନ୍‌ କ୍ଲାସ୍‌ ବୁଡାଜାହାଜ ନିର୍ମାଣ କରିବ। ଗୋଟିଏ ଗୋଟିଏ ବୁଡା ଜାହାଜର ମୂଲ୍ୟ ୫ ବିଲିୟନ ଡାଲର ଆକଳନ କରାଯାଇଛି। ଏଥିରୁ ୪ଟି ଚୀନ୍‌ରେ ନିର୍ମିତ ହେବାକୁ ଥିବା ବେଳେ ଆଉ ୪ଟିକୁ  କରାଚୀ ଶିପୟାର୍ଡରେ ନିର୍ମାଣ କରାଯିବ। ଏବେ ଏଥିପାଇଁ ଯେଉଁ ବେଗରେ କାମ ହେଉଛି ସେଥିରୁ ୨୦୨୩ ଶେଷ ସୁଦ୍ଧା ପାକିସ୍ତାନକୁ ଗୋଟିଏ ବୁଡାଜାହାଜ ମିଳିଯିବ ବୋଲି ଆଶା କରାଯାଉଛି। ସେହିପରି ଆଗାମୀ ଦଶନ୍ଧୀରେ ପାକିସ୍ତାନକୁ ସମସ୍ତ ୮ଟି ଜାକ ବୁଡାଜାହାଜ ମିଳିଯିବ ବୋଲି ଆକଳନ କରା ଯାଉଥିବାବେଳେ ପାକିସ୍ତାନ ନୌସେନାର ପାଣି  ତଳେ ଯୁଦ୍ଧ ଲଢିବା କ୍ଷମତା ଭାରତଠାରୁ ମଧ୍ୟ ଢେରଅଧିକ ହୋଇଯିବ ବୋଲି ଆକଳନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.