Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଈଶ୍ୱରପୁର ସେବା ସମବାୟ ସମିତିରେ ଭାଗବତ ଖିଲାର ପୁଣି ସଭାପତି ହେବା ନେଇ ଚର୍ଚ୍ଚା

31/05/2022 at 11:13 PM

ନୀଳଗିରି ୩୧/୫ : ଆଗକୁ ଆସୁଛି ସେବା ସମବାୟ ସମିତିର ନର୍ବାଚନ। ଏଥିପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସଭାପତି ପଦ ପାଇଁ ଆଶାୟୀ ପ୍ରାର୍ଥୀ ଅଙ୍କ କଷିବା ଆରମ୍ଭ କରିଛନ୍ତି। ନାମାଙ୍କନ କରିଥିବା ସମିତି ପରିଚାଳନା ସଭ୍ୟମାନେ ସମିତିର ଭୋଟରଙ୍କୁ ଘରେ ଘରେ ମନାଇବାରେ ବ୍ୟସ୍ତ  ଅଛନ୍ତି। ହେଲେ ଈଶ୍ୱରପୁର ସେବା ସମବାୟ ସମିତିର ପୁର୍ବତନ ସଭାପତି ଭାଗବତ ଖିଲାର ପୁଣି ସଭାପତି ପଦ ହାତେଇବା ଏକ ପ୍ରକାର ନିଶ୍ଚିତ ବୋଲି ଦମ୍ଭର ସହିତ କହିଛନ୍ତି।

୧୫ ଟି ଯୋନକୁ ନେଇ ଗଠିତ ଈଶ୍ଵରପୁର ସେବା ସମବାୟ ସମିତି ପତିଚାଳନା ସଭ୍ୟ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଗତକାଲି ଶେଷ ହୋଛି। ୧୦ ଟି ଯୋନରେ ଭାଗବତ ଖିଲାର, ଦେବାଶିଷ ବିଶ୍ୱାଳ, ସଞ୍ଜୟ ସ, ସୁକାନ୍ତି ବାରିକ, ଭଗବତୀ ବେହେରା, ଅଚ୍ୟୁତ ଖୁଣ୍ଟିଆ, ମଞ୍ଜୁଲତା ଘଡ଼େଇ, ଯୋଜନାଗନ୍ଧା ଦାସ, ରଞ୍ଜନ ବତ୍ସଳ, ପୂଜାରଣୀ ଲେଙ୍କା ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ସଭାପତି ଚୟନ ପାଇଁ ୮ଟି ଭୋଟ ଆବଶ୍ୟକ ଥିବାବେଳେ  ନିର୍ଦ୍ୱନ୍ଦରେ ନିର୍ବାଚିତ ସଭ୍ୟମାନେ ସମସ୍ତେ ଭାଗବତଙ୍କ ସମର୍ଥକ ବୋଲି କୁହାଯାଇଛି।

ଆବଶ୍ୟକ ସଂଖ୍ୟା ଠାରୁ ଆହୁରି ୨ ଟି ଅଧିକ ଥିବାବେଳେ ଭାଗବତ ସଭାପତି ପଦ ହାତେଇବା ଏକ ପ୍ରକାର ନିଶ୍ଚିତ। ଆସନ୍ତା ୧୯ ତାରିଖରେ ନିର୍ବାଚନ ପରେ କିଏ ସଭାପତି ପଦ ହାତେଇବ ବୋଲି ସମସ୍ତଙ୍କ ନଜର ଥିବା ବେଳେ ଭାଗବତ କିପରି ଗୋଟି ଚାଳନା କରୁଛନ୍ତି ତାହା ଦେଖିବାକୁ ବାକି ରହିଛି। ସୂଚନାଥାଉକି, ଭାଗବତ ଗତଥର ସମିତିରେ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଭଦ୍ରକ ବାଲେଶ୍ଵର ବ୍ୟାଙ୍କରେ ନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି।

   Related Posts