ତାଲିବାନକୁ ମିଳିଛି ସୈନ୍ୟ ବିଜୟ-ଏବେ ଶାସନ କରିବ, ହେଲେ ଏତେ ସହଜ ନୁହେଁ କହିଲେ DAB ମୁଖ୍ୟ

Published By : Prameya-News7 Bureau | August 19, 2021 IST

କାବୁଲ : ଆଫଗାନିସ୍ତାନ କେନ୍ଦ୍ରୀୟ ବ୍ୟାଙ୍କ (ଡିଏବି) ଗଭର୍ଣ୍ଣର ଅଜମଲ ଅହମ୍ମଦୀ ତାଲିବାନଙ୍କ ଲାଗି ଏବେ ଦେଶ ଶାସନ ପୂର୍ବ ପରି ସହଜ ହୋଇ ନପାରେ ବୋଲି କହିଛନ୍ତି। ତାଲିବାନମାନେ ସୈନ୍ୟ ବିଜୟ ହାସଲ କରିଛି- ଏବେ ଶାସନ କରିବେ, ହେଲେ ଏତେ ସହଜ ନୁହେଁ ବୋଲି ଅହମ୍ମଦୀ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଉଲ୍ଲେଖ କରିଛନ୍ତି। ତାଲିବାନ ଯୋଦ୍ଧାମାନେ କେନ୍ଦ୍ରୀୟ ବ୍ୟାଙ୍କ କର୍ମଚାରୀଙ୍କୁ ଟଙ୍କା ପଇସା ନେଇ ପଚରା ଉଚରା କରୁଥିବାର ଜାଣିବା ସେ ଏକ ଟ୍ୱିଟ୍‌ କରିଛନ୍ତି।  

wp:embed {"url":"https://twitter.com/aahmady/status/1427883009164955649","type":"rich","providerNameSlug":"twitter","responsive":true}
https://twitter.com/aahmady/status/1427883009164955649
/wp:embed

ଅହମ୍ମଦୀ ଉଲ୍ଲେଖ କରିଛନ୍ତି ଯେ ଏହି ଥ୍ରେଡରୁ ସେମାନେ ବାସ୍ତବିକତା ବୁଝିଯିବେ। ଯଦି ବୁଝି ପାରୁ ନାହାନ୍ତି ଟିମ୍‌ରେ ଜଣେ ଅର୍ଥନୀତିଜ୍ଞଙ୍କୁ ସାମିଲ କରି ନିଅନ୍ତୁ। ଆଫଗାନିସ୍ତାନର ୯ ବିଲିୟନ ଡଲାରରୁ ଅଧିକ ସଂରକ୍ଷିତ ମୁଦ୍ରାଭଣ୍ଡାର ବିଦେଶରେ ରହିଛି। ତେବେ ଦେଶରେ ନଗଦ ଗୋଟିଏ ଡଲାର ବି ନଥିବା ସେ ସ୍ପଷ୍ଟ କରିଦେଇଛନ୍ତି। ଆମେରିକୀୟ ମୁଦ୍ରାଭଣ୍ଡାର ସମ୍ପୂର୍ଣ୍ଣ ଶୂନ୍ୟ ବୋଲି ସୂଚିତ କରିଛନ୍ତି। ଦେଶର ବିଦେଶୀ ମୁଦ୍ରାଭଣ୍ଡାର ଆମେରେକୀୟ ଫେଡେରାଲ ରିଜର୍ଭ ବଣ୍ଡ, ସୁନା ଓ ଆସେଟ୍‌ ଆକାରରେ ବୈଦେଶିକ ବ୍ୟାଙ୍କରେ ଗଛିତ ଥିବା ସେ ଉଲ୍ଲେଖ କରିଛନ୍ତି। ଦେଶ ଉପରେ ତାଲିବାନ ବିପଦ ଆଶଙ୍କାରେ ନଗଦ ଅର୍ଥ ଆସିପାରିନାହିଁ। ଏଣୁ ଡିଏବି ଏବେ ସମ୍ପୂର୍ଣ୍ଣ ଶୂନ୍ୟ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। 

{"id":498320,"sizeSlug":"full","linkDestination":"none"}

ଏବେ ଦେଶର ବ୍ୟାଙ୍କମାନେ ଗ୍ରାହକଙ୍କୁ ଡଲାର ଉପଲବ୍ଧ କରାଇ ପାରୁ ନାହାନ୍ତି। ଏଥିପାଇଁ ସେମାନେ ଡିଏବିଙ୍କ ବାହାନା କରୁଛନ୍ତି। ସ୍ଥାନୀୟ ବ୍ୟାଙ୍କମାନେ କେନ୍ଦ୍ରୀୟ ବ୍ୟାଙ୍କ ଡଲାର ଉପଲବ୍ଧ କରିପାରୁନଥିବା ଗ୍ରାହକଙ୍କୁ କହୁଛନ୍ତି। ତେବେ ଏହା ବାସ୍ତବତା ବୋଲି ଅହମ୍ମଦୀ ଉଲ୍ଲେଖ କରିଛନ୍ତି। ଚୋରି ହୋଇଯିବା ଭୟରେ କେନ୍ଦ୍ରୀୟ ବ୍ୟାଙ୍କ ଟ୍ରେଜରୀରେ ଡଲାର ମହଜୂଦ କରି ନାହାନ୍ତି।  ଆଫଗାନିସ୍ତାନର ବୈଦେଶିକ ମୁଦ୍ରା ଅନ୍ତର୍ଜାତୀୟ ବ୍ୟାଙ୍କ ଆକାଉଣ୍ଟରେ ଥିବା ବେଳେ ଏହାକୁ ଫ୍ରିଜ କରିଦିଆଯାଇଛି ବୋଲି ଅହମ୍ମଦୀ ସୂଚିତ କରିଛନ୍ତି।

{"id":498337,"width":838,"height":611,"sizeSlug":"full","linkDestination":"none"}

ଏଣୁ ବ୍ୟାଙ୍କକୁ ମିଳିବାକୁ ଥିବା ନଗଦ ମିଳିପାରୁ ନାହିଁ।  ଆମେରିକୀୟ ମୁଦ୍ରାର ଅଭାବ ଏବେ ଦେଶର ମୁଦ୍ରାର ମୂଲ୍ୟ ହ୍ରାସ କରିବ। ଫଳରେ ମୁଦ୍ରାସ୍ପିତି ଜନିତ ପରିସ୍ଥିତି ଉପୁଜିବା ନେଇ କେନ୍ଦ୍ରୀୟ ବ୍ୟାଙ୍କ ଆଶଙ୍କା ପ୍ରକାଶ କରିଥିବା ବେଳେ ଦେଶରେ ଅତ୍ୟାବଶକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେବ ବୋଲି ଚେତାଇ ଦେଇଛନ୍ତି। ଏହାର ସିଧା ପ୍ରଭାବ ଏବେ ଆଫଗାନିସ୍ତାନ ନାଗରିକଙ୍କ ଉପରେ ପଡିବ ବୋଲି ତାଲିବାନଙ୍କୁ ଚେତାଇ ଦେଇଛନ୍ତି।

{"id":498322,"sizeSlug":"full","linkDestination":"none"}

ସେ ଉଲ୍ଲେଖ କରିଛନ୍ତି ଯେ ତାଲିବାନମାନେ ଏହା ଧ୍ୟାନଦେବା ଦରକାର ଯେ ଏହା କୌଣସି ପ୍ରକାର ଡିଏବି ଅଥବା ସଂସ୍ଥାଙ୍କ ସହ ଜଡିତ କର୍ମଚାରୀଙ୍କ ନିଷ୍ପତ୍ତି ନୁହେଁ। ଏହା ଓଏଫଏସିଙ୍କ ଦ୍ୱାରା ଲାଗୁ ଆମେରିକୀୟ ପ୍ରତିବନ୍ଧକ ନୀତିର ପ୍ରତ୍ୟକ୍ଷ ପରିଣାମ। ଏଣୁ ତାଲିବାନ ଓ ସେମାନଙ୍କ ସମର୍ଥକଙ୍କୁ ପ୍ରଥମରୁ ଏହି ପରିଣାମର କଳ୍ପନା କରିନେବାର ଥିଲା। ତାଲିବାନ ସୈନ୍ୟ ରୂପେ ବିଜୟ ହାସଲ କରିଛି-ଏବେ ଶାସନ କରିବ। ତେବେ ଏ ସବୁ ଏତେ ସହଜ ନୁହେଁ ବୋଲି ଅହମ୍ମଦୀ ଉଲ୍ଲେଖ କରିଛନ୍ତି।    

{"id":498342,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.