ରାମଦେବଙ୍କର ମହିଳାଙ୍କ ପ୍ରତି ଏଭଳି ବୟାନ ଗ୍ରହଣୀୟ ନୁହେଁ: ପ୍ରତିଭା ରାୟ
28/11/2022 at 7:27 PM

କଟକ ୨୮/୧୧: ଯୋଗ ଗୁରୁ ବାବା ରାମଦେବଙ୍କ ମହିଳାଙ୍କ ପୋଷାକକୁ ନେଇ ବିବାଦୀୟ ବୟାନକୁ ନେଇ ମତ ରଖିଛନ୍ତି ପ୍ରତିଷ୍ଠିତ ଲେଖିକା ଡକ୍ଟର ପ୍ରତିଭା ରାୟ। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କିଏ କଣ ପିନ୍ଧିବେ ତାହା ସେମାନଙ୍କର ବ୍ୟକ୍ତିଗତ ଇଚ୍ଛା। ତେଣୁ କିଏ କଣ ପିନ୍ଧିବା ଉଚିତ କଣ ପିନ୍ଧିଲେ ଭଲ ବା ଖରାପ ଦେଖାଯିବ, ସେନେଇ ରାମଦେବଙ୍କ ଭଳି ବ୍ୟକ୍ତି ବୟାନ ଦେବା ସମିଚୀନ ନୁହେଁ।
ସୂଚନା ଥାଉକି, ନଭେମ୍ୱର ୨୫ରେ ଏକ ସଭାରେ ସମ୍ୱୋଧନ ଦେବା ସମୟରେ ରାମଦେବ ମହିଳାମାନଙ୍କର ପୋଷାକ ଓ ପିନ୍ଧିବା ଶୈଳୀରେ ବୟାନ ଦେଇ ବିବାଦ ଘେରକୁ ଆସିଥିଲେ। ଏହାପରେ ତାଙ୍କୁ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡ଼ଥିଲା। କିନ୍ତୁ ଏହା ପରେ ତାଙ୍କ ବୟାନକୁ ନେଇ ରାମଦେବ କ୍ଷମାପ୍ରାର୍ଥନା ମଧ୍ୟ କରିଥିଲେ।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023