scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆମେରିକାକୁ ଯିବା ନୁହେଁ ଏତେ ସହଜ ! ଭିସା ପାଇଁ ଲାଗେ କେତେ ଦିନ ସମୟ ଜାଣନ୍ତୁ

29/09/2023 at 11:13 PM

ନୂଆଦିଲ୍ଲୀ, ୨୮/୯: ବିଦେଶକୁ ଯିବା ପାଇଁ କାହାର ବା ଇଚ୍ଛା ନଥାଏ।  ବିଦେଶରେ ପାଠ ପଢିବା କିମ୍ବା ଚାକିରି କରିବାକୁ ଇଚ୍ଛା କରୁଥିବା ଭାରତୀୟଙ୍କ ପାଇଁ ଆମେରିକା ହେଉଛି ପ୍ରଥମ ପସନ୍ଦ। ବିଶ୍ୱରେ ସୁପର ପାୱାର୍ ମାନ୍ୟତା ପାଇଥିବା ଦେଶ ଆମେରିକା ଯିବା ଏତେ ସହଜ ନୁହେଁ। ଜାଣନ୍ତିକି ଆମେରିକାର ଭିସା ପାଇବାକୁ ହେଲେ ଲାଗିଯାଏ ବର୍ଷେରୁ ଅଧିକ ସମୟ। ଆମେରିକା ଯାଉଥିବା ଲୋକଙ୍କ ଲାଇନ୍‌ ଏତେ ଲମ୍ବା ଯେ ଭିସା ସାକ୍ଷାତକାର ନିଯୁକ୍ତି ପାଇବାକୁ ଆମ ଏକ ଲମ୍ବା ସମୟ ଅପେକ୍ଷା କରିବାକୁ ପଡେ।

ଆମେରିକାର ବୈଦେଶିକ ବିଭାଗ ୱେବସାଇଟ୍ ଅନୁଯାୟୀ, ଯଦି ଆପଣ ଚେନ୍ନାଇରେ ରୁହନ୍ତି ଏବଂ ଆମେରିକା ଯିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଆପଣଙ୍କର ଭିସା ସାକ୍ଷାତକାର ପାଇଁ ୪୮୬ ଦିନ ଅପେକ୍ଷା କରିବାକୁ ପଡିବ। କହିବାକୁ ଗଲେ ଏକ ବର୍ଷରୁ ଅଧିକ ସମୟ। ଯଦି ଆପଣ ହାଇଦ୍ରାବାଦରେ ରୁହନ୍ତି ଏବଂ ଆମେରିକା ଯିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ୪୪୧ ଦିନ ଅପେକ୍ଷା କରିବାକୁ ପଡିବ, ଏହା ମଧ୍ୟ ଏକ ବର୍ଷରୁ ଅଧିକ।

ଯଦି ଆପଣ ମୁମ୍ବାଇରେ ରୁହନ୍ତି ତେବେ ଆପଣଙ୍କ ଭିସା ସାକ୍ଷାତକାର ପାଇଁ ଆପଣଙ୍କୁ ୫୭୧ ଦିନ ଅପେକ୍ଷା କରିବାକୁ ପଡିବ। କୋଲକାତାରେ ରହୁଥିଲେ ଆପଣଙ୍କୁ ସର୍ବାଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ। କୋଲକାତାରେ ରହୁଥିବା ଲୋକମାନେ ଭିସା ସାକ୍ଷାତକାର ପାଇଁ ୬୦୭ ଦିନ ସମୟ ଲାଗିଥାଏ।

ପ୍ରକାଶଥାଉକି, ବିଶେଷ କରି ଭିସା ବି -1 ଏବଂ ବି-୨ ପାଇଁ ଏତେ ସମୟ ନେଇଥାଏ। ବି-1 ଭିସା ଅର୍ଥ ବିଜନେସ୍ ଭିସା। ଯଦି ଆପଣ ଚାକିରି କିମ୍ବା ବ୍ୟବସାୟ ପାଇଁ ଆମେରିକା ଯାଉଛନ୍ତି, ତେବେ ଆପଣଙ୍କୁ ବି -1 ଭିସା ନେବାକୁ ପଡିବ। ଯଦି ଆପଣ ଆମେରିକା ପରିଦର୍ଶନ କିମ୍ବା ବୁଲିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ B-2 ଭିସା ନେବାକୁ ପଡିବ। ଏହି ଉଭୟ ଭିସା ପାଇଁ ଆପଣଙ୍କୁ ଅତି କମରେ ଏକ ବର୍ଷ ଅପେକ୍ଷା କରିବାକୁ ପଡିବ। ବେଳେବେଳେ ଏହି ଭିସା ପାଇଁ ତିନି ବର୍ଷ ପର୍ଯ୍ୟନ୍ତ ସମୟ ଲାଗିଥାଏ।

   Related Posts