ଜିଡିପି ରସାତଳଗାମୀ, ମହଙ୍ଗାଇ ଆକାଶଛୁଆଁ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କେସିଆର ଝିଅଙ୍କ ଆକ୍ଷେପ, କହିଲେ...

Published By : Prameya-News7 Bureau | May 21, 2022 IST

ନୂଆଦିଲ୍ଲୀ: ଗୋଟିଏ ପଟେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରଶେଖର ରାଓ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ର ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କୁ ଭେଟିଥିବା ବେଳେ ଅନ୍ୟପଟେ ତାଙ୍କ ଝିଅ କବିତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି। ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇ ଯାଇଛି। କବିତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରି କହିଛନ୍ତି, ମୋଦୀ ହେ ତୋ ମୁସ୍କିଲ ହେ,  ଜିଡିପି ରସାତଳଗାମୀ ଏବଂ ମହଙ୍ଗା ଆକାଶଛୁଆଁ ହେଲାଣି।

ତେଲଙ୍ଗାନାରେ ୨୦୨୩ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କିନ୍ତୁ ଏବେଠୁ ସମସ୍ତ ରାଜନୈତିକ ଦଳ ସକ୍ରିୟ  ହୋଇ ଉଠିଛନ୍ତି। ନିକଟରେ ରାହୁଲ ଗାନ୍ଧୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତେଲଙ୍ଗାନାରେ ରାଲି ଆୟୋଜନ କରିଥିଲେ। ଅନ୍ୟପଟେ ଶାସକ ଦଳ ଟିଆରଏସ ମଧ୍ୟ ନିର୍ବାଚନ ପାଇଁ ସଜବାଜ ଆରମ୍ଭ କରି ଦେଲାଣି। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେସିଆରଙ୍କ ଝିଅ କବିତା ପ୍ରଧାନମନ୍ତ୍ରୀଙ୍କୁ ଶାଣିତ ସ୍ଵରରେ ହମଲା କରିଛନ୍ତି।

wp:html /wp:html

ସେ ଟୁଇଟ୍ କରି ଲେଖିଛନ୍ତି, ମୋଦୀ ହେ ତୋ ମୁସ୍କିଲ ହେ। ଜିଡିପି ପାତାଳକୁ ଗଲାଣି ଏବଂ ମହଙ୍ଗାଇ ଆକାଶଛୁଆଁ ହେଲାଣି। ପେଟ୍ରୋଲ, ଗ୍ୟାସ୍, ସିଲିଣ୍ଡର, ଡିଜେଲ୍ ଦାମ ଅହେତୁକ ବଢି ସାରିଛି ଏବଂ ଜନତା ମହଙ୍ଗା ମାଡରେ କଲବଲ। କାରଣ ମୋଦୀ ହେ ତୋ ମୁସ୍କିଲ ହେ।

କାର୍ଯ୍ୟକ୍ରମରେ ବିଧାନସଭା ପରିଷଦର ସଦସ୍ୟ କବିତା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକାଳରେ ଦେଶର ଜନତା ଦରବୃଦ୍ଧିରେ ବେହାଲ। ଗ୍ୟାସ୍ ସିଲିଣ୍ଡର ଦାମ ହଜାରେ ପାର କରି ସାରିଛି। ପେଟ୍ରୋଲ ଏବଂ ଡିଜେଲ୍ ଦାମ ୧୦୦ ଟଙ୍କା ଉପରେ ରହିଛି। ଦେଶର ଜିଡିପି କ୍ରମାଗତ ହ୍ରାସ ପାଇବାରେ ଲାଗିଛି ଏବଂ ମହଙ୍ଗାଇ ଆକାଶଛୁଆଁ ରହିଛି। ଏସବୁ ମୋଦୀଙ୍କ ଯୋଗୁଁ ହିଁ ସମ୍ଭବ ହୋଇପାରୁଛି ବୋଲି କବିତା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.